ETV Bharat / bharat

Hijab Row in Karnataka: ହିଜାବ ପିନ୍ଧିବାକୁ ଚାହୁଁଥିଲେ ପାକିସ୍ତାନ ଚାଲିଯାଅ କହିଲେ ବିଧାୟକ

author img

By

Published : Feb 5, 2022, 9:28 PM IST

Updated : Feb 5, 2022, 9:34 PM IST

କର୍ଣ୍ଣାଟକରେ ବଢିବାରେ ଲାଗିଛି ହିଜାବ ତାତି । ବିବାଦୀୟ ମନ୍ତବ୍ୟ ଦେଲେ ଏକାଧିକ ବିଜେପି ନେତା । ଭାରତକୁ ଆଫଗାନିସ୍ତାନ ହେବାକୁ ଦିଆଯିବନି କହିବା ସହ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ନାମ ପରବର୍ତ୍ତନ କରିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

Hijab row in Karnatak: ହିଜାବ ପିନ୍ଧିବାକୁ ଚାହୁଁଥିଲେ ପାକିସ୍ତାନ ଚାଲିଯାଅ ବୋଲି କହିଲେ ବିଜେପି ନେତା
Hijab row in Karnatak: ହିଜାବ ପିନ୍ଧିବାକୁ ଚାହୁଁଥିଲେ ପାକିସ୍ତାନ ଚାଲିଯାଅ ବୋଲି କହିଲେ ବିଜେପି ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାନ୍ତ ପଡିବାର ନାଁ ନେଉନାହିଁ ହିଜାବ ବିବାଦ । କିଛି ଛାତ୍ରୀ ସ୍କୁଲ ପରିସରରେ ହିଜାବ ପିନ୍ଧିବାକୁ କର୍ତ୍ତୃପକ୍ଷଙ୍କୁ ଅନୁମତି ମାଗିବା ଘଟଣାରେ ବେଙ୍ଗାଲୁରୁ ସହରରେ ଜାରି ରହିଛି ପ୍ରଦର୍ଶନ । ତେବେ ଏହାରି ମଧ୍ୟରେ ରାଜ୍ୟ ବିଜେପି ମୁଖ୍ୟଙ୍କ ସମେତ ଏକାଧିକ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଘଟଣାର ଉଷ୍ମତା ଆହୁରି ବଢାଇଛି ।

କର୍ଣ୍ଣାଟକ ବିଜେପି ମୁଖ୍ୟ ନଲୀନ କୁମାର କାତିଲ କହିଛନ୍ତି, ହିଜାବ ନେଇ ହେଉଥିବା ଦାବିକୁ ରାଜ୍ୟ ସରକାର କେବେ ହେଲେ ସ୍ବୀକାର କରିପାରିବେ ନାହିଁ । ଦେଶରେ ତାଲିବାନ ଶାସନ ପରି ଶିକ୍ଷା ବ୍ୟବସ୍ଥା ପ୍ରଚଳିତ କରିବାକୁ ଦେବୁ ନାହିଁ । ରାଜ୍ୟର କେତେକ ସ୍ଥାନରେ ସଂଖ୍ୟାଲଘୁ ଛାତ୍ରୀମାନେ କ୍ଲାସ ମଧ୍ୟରେ ହିଜାବ ପିନ୍ଧିବାକୁ ଅନୁମତି ମାଗି ବିକ୍ଷୋଭ ଜାରି ରଖିଥିବା ବେଳେ ବିଜେପି ରାଜ୍ୟ ମୁଖ୍ୟ ନଲୀନ କୁମାର କାତିଲଙ୍କ ଏପରି ବୟାନ ସାମ୍ନାକୁ ଆସିଛି ।

ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ନଳୀନ କହିଛନ୍ତି, ବିଦ୍ୟାଳୟଗୁଡିକ ମା ସରସ୍ବତୀଙ୍କ ମନ୍ଦିର । ସେଠାରେ ଏପରି କରିବାକୁ ଅନୁମତି ଦେବାର କୌଣସି ପ୍ରଶ୍ନ ଉଠୁନାହିଁ । ସରକାର ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ । ଆଫଗାନିସ୍ତାନରେ ଚାଲିଥିବା ଶାସନ ଓ ଶିକ୍ଷାବ୍ୟବସ୍ଥା ପରି ଢାଞ୍ଚା କର୍ଣ୍ଣାଟକରେ ପ୍ରତିଷ୍ଠା ହେବା ପାଇଁ ଆଦୌ ସୁଯୋଗ ଦିଆଯିବ ନାହିଁ । ଶିକ୍ଷାନୁଷ୍ଠାନ ପରିସରରେ ଧର୍ମକୁୁ ଆଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ନଲୀନ ।

ସେହିପରି ଅନ୍ୟ ଜଣେ ବିଜେପି ବିଧାୟକ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କର୍ଣ୍ଣାଟକର ବିଜୟପୁରାରୁ ବିଜେପି ବିଧାୟକ ଥିବା ବସନଗୌଡା ପାଟିଲ କହିଛନ୍ତି ଯଦି ସ୍କୁଲରେ ହିଜାବ ପିନ୍ଧିବାକୁ ଚାହୁଁଛନ୍ତି ତାହାଲେ ପାକିସ୍ତାନ ଚାଲି ଯାଆନ୍ତୁ । ଏଠାରେ ସେମିିତି ଅନୁମତି ମିଳିବା ସମ୍ଭବ ନୁହେଁ । ବର୍ତ୍ତମାନ ଜାରି ରହିଥିବା ପ୍ରସଙ୍ଗରେ ଅନୁମତି ମିଳିବା ପରେ ସେମାନେ ସ୍କୁଲ ପରିସରରେ ବୁର୍ଖା ପିନ୍ଧିବାର ଅନୁମତି ମାଗିବେ ଓ ଆବଶ୍ୟକ ପଡିଲେ ମସଜିଦ ମଧ୍ୟ ନିର୍ମାଣ କରିବେ ବୋଲି ମଧ୍ୟ କହିଛନ୍ତି ବିଧାୟକ ବସନଗୌଡା ପାଟିଲ ।

ତେବେ ଏହି ପ୍ରସଙ୍ଗରେ ଅନ୍ୟ ଜଣେ ବରିଷ୍ଠ ବିଜେପି ନେତା ତଥା ମହୀଷୂରରୁ ସାଂସଦ ଥିବା ପ୍ରତାପ ସିହ୍ନା ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କୁ ଟାର୍ଗେଟ କରିଛନ୍ତି । ପ୍ରସଙ୍ଗକୁ ନେଇ ସିଦ୍ଧରମୈୟା ରାଜନୀତି ଆରମ୍ଭ କରିଛନ୍ତି ଓ ଆଗାମୀ ନିର୍ବାଚନରେ ଏହାକୁ ନେଇ ଭୋଟ ହାସଲ କରିବାକୁ ଚାହୁଁଛନ୍ତି । ସେ ତାଙ୍କ ନାମ ସିଦ୍ଧରମୈୟା ପରିବର୍ତ୍ତେ ରହିମ କରିଦିଅନ୍ତୁ ବୋଲି କହିଛନ୍ତି ବିଜେପି ସାଂସଦ ପ୍ରତାପ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 5, 2022, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.