କାଗଜ ଫିଲ୍ମର ବାସ୍ତବ କାହାଣୀ: ନିଜକୁ ଜୀବିତ ପ୍ରମାଣିତ କରିବାକୁ ସଂଘର୍ଷ କରୁଛନ୍ତି ବ୍ୟକ୍ତି

author img

By

Published : Aug 3, 2022, 1:56 PM IST

କାଗଜ ଫିଲ୍ମର ବାସ୍ତବ କାହାଣୀ: ଜମି ପାଇଁ ଜୀବିତ ବ୍ୟକ୍ତିଙ୍କୁ ସରକାରୀ ଦଲିଲ୍‌ରେ ମୃତ ଘୋଷଣା

ରିଏଲ୍ ଲାଇଫରେ ରିଲ୍ କାହାଣୀ । ନିଜକୁ ଜୀବିତ ପ୍ରମାଣିତ କରିବାକୁ ସରକାରୀ ଅଫିସ୍‌ର ଚକ୍କର କାଟୁଛନ୍ତି ବ୍ୟକ୍ତି । ଅଧିକ ପଢନ୍ତୁ

ଡେରାଡୁନ: ଆପଣ ପଙ୍କଜ ତ୍ରିପାଠୀଙ୍କ ଅଭିନିତ ଫିଲ୍ମ 'କାଗଜ' ଦେଖିଥିବେ । ନାୟକଙ୍କୁ ସରକାରୀ ଦଲିଲ୍‌ରେ ମୃତ ଘୋଷଣା କରାଯାଇଥିବା ବେଳେ ସେ ନିଜକୁ ଜୀବିତ ପ୍ରମାଣିତ କରିବାକୁ କିପରି ସଂଘର୍ଷ କରୁଛନ୍ତି ତାହା ଫିଲ୍ମରେ ଦେଖାଯାଇଛି । ତେବେ ଏହା କେବଳ ରିଲ୍ ଲାଇଫର କାହାଣୀ ନୁହେଁ, ରିଏଲ ଲାଇଫ୍‌ରେ(ବାସ୍ତବ ଜୀବନରେ) ମଧ୍ୟ ଠିକ୍ ଏହିଭଳି ଘଟଣାବଳୀ ରହିଛି, ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଉତ୍ତରାଖଣ୍ତ ନୈନିତାଲରୁ କାଗଜ ଫିଲ୍ମର କାହାଣୀ ଭଳି ସମାନ ଘଟଣା ସାମ୍ନାକୁ ଆସିଛି । ଏଠାରେ ହରିକିଶନ ବୁଧଲାକୋଟି ନାମକ ଜଣେ ବ୍ୟକ୍ତିଙ୍କୁ ସରକାରୀ ଦସ୍ତାବିଜ୍‌ରେ ମୃତ ଘୋଷଣା କରିଯାଇଥିବା ବେଳେ ସେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଛନ୍ତି । ଚାରିଆଡୁ ନିରାଶ ହେବା ପରେ ଶେଷରେ ବ୍ୟକ୍ତି ଜଣକ କୁମାଓଁ କମିଶନରଙ୍କ ନିକଟରେ ପହଞ୍ଚି 'ମୁଁ ବଞ୍ଚିଛି' ବୋଲି କହିଛନ୍ତି ।

ପୁରା ଘଟଣାକ୍ରମ କିଛି ଏପରି ରହିଛି । ହରିକିଶନ ବୁଧଲାକୋଟୀ ନୈନିତାଲର କୁଶ୍ୟା କୁଟୌଲି(kushya kutauli) ତଲସିଲ ଅଞ୍ଚଳର ନିବାସୀ ଅଟନ୍ତି । ୧୯୮୦ ମସିହାରେ ତହସିଲ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀ ହରିକିଶନଙ୍କୁ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରିଥିଲେ । ୨୦୧୦ ମସିହାରେ ତାଙ୍କର ମୃତ ପ୍ରମାଣପତ୍ର ତିଆରି କରାଯାଇଥିଲା । ଏହାର ବର୍ଷକ ପରେ ହରିକିଶନଙ୍କ ଏକ ଜମିକୁ କିଛି ଜମି ମାଫିଆ କିଣିଥିଲେ । ଏବେ ନିଜର ଏହି ଜମି ଉପରେ ହକ୍ ପାଇବାକୁ ସେ ସରକାରୀ ଅଫିସରରେ ଚକ୍କର କାଟୁଛନ୍ତି । ଯେହେତୁ ପୂର୍ବରୁ ସେ ମୃତ ବୋଲି କାଗଜପତ୍ରରେ ରହିଛି, ତେଣୁ ତାଙ୍କୁ ସବୁଠି ନିରାଶ ହେବାକୁ ପଡିଛି । ଫଳରେ ସେ ଶେଷରେ କୁମାଓଁ କମିଶନର ଦୀପକ ରାୱତ ପାଖରେ ପହଞ୍ଚି ନିଜର ଦୁଃଖ ବଖାଣିଛନ୍ତି । ହରିକିଶନ ଅଭିଯୋଗ କରିଛନ୍ତି ଯେ,''ରାମନଗରରେ କାର୍ଯ୍ୟରତ ବନ ବିଭାଗର ଜଣେ ଉଚ୍ଚପ୍ରଦସ୍ତ ଅଧିକାରୀ ତାଙ୍କର ପଂଗୋଟ ସ୍ଥିତ କିଛି ଜମିକୁ ଭୂମି ମାଫିଆଙ୍କ ସହ ମିଶି କ୍ରୟ କରିଛନ୍ତି । ଏଥିରେ କୁଶ୍ୟା କୁଟୌଲି ତହସିଲର କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି ।''

ଏନେଇ ସେ ତହସିଲରେ ଅଭିଯୋଗ କରିଥିଲେ । କିନ୍ତୁ ତହସିଲଦାର କୌଣସି ପଦକ୍ଷେପ ନେଇନଥିଲେ । ତେଣୁ ନ୍ୟାୟ ଆଶାରେ ସେ କମିଶନରଙ୍କ ନିକଟରେ ପହଞ୍ଚିଛନ୍ତି । ଏହା ଏକ ଗମ୍ଭୀର ମାମଲା ହୋଇଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ କମିଶନର ନିର୍ଦ୍ଦେଶ ଦେଇଥିବା ଏବେ ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.