ETV Bharat / bharat

Muzaffarpur Horror: ମହାଙ୍ଗା ପଡିଲା ପ୍ରେମ କରିବା, ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା ପରିବାର

author img

By ETV Bharat Odisha Team

Published : Oct 15, 2023, 11:18 AM IST

ପ୍ରେମ କରିବା ପଡିଲା ମହଙ୍ଗା। ପ୍ରେମିକା ଘରେ ପ୍ରେମିକର ଗୁପ୍ତାଙ୍ଗ କାଟିଦେଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ପାଟନା: ପ୍ରେମିକାର ପ୍ରେମରେ ଉବୁଟୁବୁ ହେଉଥିବା ପ୍ରେମିକ ମାନେ ସାବଧାନ। ଗୋଟିଏ ଫୋନ କଲରେ ପ୍ରେମିକା ପାଖରେ ପହଞ୍ଚିଲା ପ୍ରେମିକ। ଶେଷରେ ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲେ ପ୍ରେମିକାର ପରିବାର ଲୋକେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ଏଭଳି ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ । ପୀଡ଼ିତ ଯୁବକ ବର୍ତ୍ତମାନ ବାରିଆ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଯୁବକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପୁଅର ପ୍ରେମିକା ତାଙ୍କୁ କଲ୍‌ କରି ତାର ବାପାର ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି, ତାଙ୍କୁ ହସ୍ପିଟାଲ ନେବା ପାଇଁ କହିଥିଲା । ଏହାପରେ ସେ ସାରୟାଗଞ୍ଜରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲା । ସେଠାରେ ପହଞ୍ଚିବା ପରେ ଝିଅ ଘର ପରିବାର ଲୋକେ ମୋ ପୁଅକୁ ଆକ୍ରମଣ କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡିଲା ଦୁଷ୍କର୍ମ ଉଦ୍ୟମ; ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ମହିଳା

ଏନେଇ ପୋଲିସ କହିଛି ଯେ, ଗୁରୁତର ଯୁବକ ଓ ତାଙ୍କ ପ୍ରେମିକା ଗତ କିଛି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଯୁବକଙ୍କଠାରୁ ଦୂରେଇ ରହିବାକୁ ଯୁବତୀଙ୍କ ପରିବାର ଲୋକେ ବାରମ୍ବାର କହୁଥିଲେ । ଏଥିପାଇଁ ଯୁବକଙ୍କୁ ମଧ୍ୟ ଅନେକ ଥର ଧମକ ମଧ୍ୟ ମିଳିଥିଲା । କିନ୍ତୁ ସେ ନଶୁଣିବାରୁ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ଘରକୁ ଡାକି ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ଯୁବକଙ୍କଠାରୁ ସୁନା ଚେନ୍, ସୁନା ରିଙ୍ଗ୍‌ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ଟାଉନ୍‌ ପୋଲିସ ଷ୍ଟେସନ୍‌ ମୁଜାଫରପୁରର SHO ଗଣମାଧ୍ୟମକୁ କହିଛନ୍ତି,"ପୀଡ଼ିତ ବାପାଙ୍କ ଦ୍ୱାରା ଥାନାରେ ଲିଖିତ ଅଭିଯୋଗ ପରେ ଆମେ ଏ ବାବଦରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛୁ । ବର୍ତ୍ତମାନ ତଦନ୍ତ ଚାଲିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି ।"

ଗତ ମେ' ମାସରେ ଆସାମରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ଦୁଷ୍କର୍ମ କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ମହିଳା । ମୋରଗାଁ ଜିଲ୍ଲା ବୋରାଲିମାରି ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ସେ ଅଭିଯୁକ୍ତର ଗୁପ୍ତାଙ୍ଗ କାଟି ଦେଇଥିଲେ । ଅଭିଯୁକ୍ତ ଯୁବକ ଜଣେ କ୍ବାକ୍‌ ବା ନକଲି ଡାକ୍ତର ବୋଲି ଜଣା ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.