ପଞ୍ଜାବରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ୪ ଯୁବତୀ !

author img

By

Published : Nov 24, 2022, 6:04 PM IST

ପଞ୍ଜାବରେ ଚାଞ୍ଚଲ୍ୟ: ଯୁବକଙ୍କୁ ଗଣଦୁଷ୍କର୍ମ କଲେ 4 ମହିଳା !

ପଞ୍ଜାବର ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । ଯୁବକଙ୍କୁ କାର୍‌ରେ ଲିଫ୍ଟ ଦେବା ବାହାନାରେ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବତୀ । ଥାନାରେ ମାମଲା । ଅଧିକ ପଢନ୍ତୁ

ଚଣ୍ଡିଗଡ: ଯୁବକଙ୍କୁ ଅପରହଣ କରି ଗଣଦୁଷ୍କର୍ମ କଲେ ୪ ଜଣ ଯୁବତୀ । ଏପରି କିଛି ଚାଞ୍ଚଲ୍ୟକର ଘଟଣା ପଞ୍ଜାବର ଜଳନ୍ଧରରେ(Jalandhar)ଘଟିଥିବା ଅଭିଯୋଗ ହୋଇଛି । କାରରେ ଲିଫ୍ଟ ଦେବା ଆଳରେ ସମ୍ପୃକ୍ତ ଯୁବକଙ୍କୁ ଏକ କାରରେ ଅପହରଣ କରି ନେଇ ୪ ଜଣ ଯୁବତୀ ଗଣଦୁଷ୍କର୍ମ କରିଥିବା ସମ୍ପୃକ୍ତ ଯୁବକ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଦୁଷ୍କର୍ମ କରିଥିବା ସମସ୍ତ ଯୁବତୀଙ୍କ ବୟସ ୨୨ ରୁ ୨୩ ବର୍ଷ ମଧ୍ୟରେ ହେବ । ଥାନାରେ ଏନେଇ ମାମଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଜଳନ୍ଧର ସହରର କଳ୍ପେକ୍ସ ରୋଡରେ ଘଟିଛି । ପୀଡିତ ଯୁବକ ସ୍ଥାନୀୟ ଏକ କାରଖାନାରେ କାର୍ଯ୍ୟ କରନ୍ତି । ତେବେ ସେ କାମ ସାରି ରାସ୍ତାରେ ଯିବାବେଳେ ଏକ କାର୍‌ ଆସି ତାଙ୍କ ନିକଟରେ ଅଟକିଥିଲା । ସେଥିର କିଛି ଯୁବତୀ ସମ୍ପୃକ୍ତ ଯୁବକଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନର ଠିକଣା ପଚାରିଥିଲେ । ଯୁବକଙ୍କୁ ଲିଫ୍ଟ ଦେବା ନେଇ କହିଥିଲେ । ପର କିଛି ଶୁଙ୍ଘାଇ ଦେଇ ଅଚେତ କରି କାରରେ ଅପହରଣ କରିଥିଲେ ଯୁବତୀମାନେ । ସେହି କାର୍‌ରେ ଜଣେ ପରେ ଜଣେ ଯୁବକଙ୍କ ସହ ଦୁଷ୍କର୍ମ କରିଥିବା ଯୁବକ ଅଭିଯୋଗ କରିଥିଲେ । ପୋଲିସରେ ଅଭିଯୋଗ ହେବା ପରେ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.