ପରିବାରର ୪ ଜଣଙ୍କୁ ଛୁରୀ ଭୁସି ହତ୍ୟା କଲା ପୁଅ

author img

By

Published : Nov 23, 2022, 9:02 AM IST

Updated : Nov 23, 2022, 10:44 AM IST

ରାଜଧାନୀରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା

ନିଜ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା କଲା ପୁଅ । ବାପା ମାଆ, ଜେଜେମାଆ ଓ ଭଉଣୀକୁ ହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଇତାନ ସାଜିଲା ପୁଅ । ଗୋଟିଏ ରାତିରେ ପରିବାରକୁ ଶେଷ କରିଦେଲା ସଇତାନ ପୁଅ । ନିଜ ପରିବାରର ୪ ଜଣଙ୍କୁ ଛୁରୀ ଭୁସି ହତ୍ୟା କଲା । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଦିଲ୍ଲୀର ପାଲାମ ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକ ନିଜ ବାପାମାଆ, ଭଉଣୀ ଓ ଜେଜେମାଆକୁ ନିର୍ମମ ଭାବେ ଛୁରୀ ହତ୍ୟା କରିଛି(Four members of family stabbed to death in Delhi) । ତେବେ ପରିବାର ଲୋକଙ୍କ ସହ ପାଟିତୁଣ୍ଡକୁ କେନ୍ଦ୍ରକରି ଯୁବକ ଜଣକ ଏହି ବର୍ବର କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ଅତ୍ୟଧିକ ମଦ୍ୟପାନ କରୁଥିଲା । କାମଧନ୍ଦା ନକରି ବେରୋଜଗାର ଭଳି ବୁଲୁଥିଲା । ଏହାକୁ ନେଇ ଅନେକ ସମୟରେ ପରିବାର ଲୋକଙ୍କ ସହ ତା'ର ପାଟିତୁଣ୍ଡ ହେଉଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଜର ପୁରା ପରିବାରକୁ ଶେଷ କରିଦେବାକୁ ସେ ନିଷ୍ପତ୍ତି ନେଇଥିଲା ଏବଂ ଗତକାଲି ରାତିରେ ସମସ୍ତଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା । ବାପାମାଆ, ଜେଜେମାଆ ଓ ଭଉଣୀକୁ ହତ୍ୟା କରିବା ପରେ ସେ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିଲା । ହେଲେ ଠିକ୍ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଏହାସହିତ ଘର ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରି ଅଧିକ ତନାଘନା କରୁଛି ପୋଲିସ । ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Last Updated :Nov 23, 2022, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.