ETV Bharat / bharat

ଦିଲ୍ଲୀରେ କ୍ୟାପ୍ଟେନ ଅମରିନ୍ଦର, ବିଜେପି ନେତାଙ୍କୁ କରିବେ ସାକ୍ଷାତ !

author img

By

Published : Sep 28, 2021, 4:41 PM IST

ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତି ତୀବ୍ର ବେଗରେ ବଦଳିବାରେ ଲାଗିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ପ୍ରଥମଥର ପାଇଁ ଦିଲ୍ଲୀ ଆସିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ । ଅଧିକ ପଢନ୍ତୁ...

Former Punjab CM
Former Punjab CM

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତି ତୀବ୍ର ବେଗରେ ବଦଳିବାରେ ଲାଗିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଜି ପ୍ରଥମଥର ପାଇଁ ଦିଲ୍ଲୀ ଆସୁଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଆସିଛନ୍ତି ସେ ।

ତେବେ ଜାତୀୟ ରାଜନୀତି ଚର୍ଚ୍ଚା ଅନୁସାରେ ଆଜି ସଂଧ୍ୟାରେ କ୍ୟାପ୍ଟେନ ଅମରିନ୍ଦର ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିବେ । ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି । ତେବେ ଏହି ଚର୍ଚ୍ଚାରେ କେତେ ଦମ ଅଛି, ତାହା ସମୟ କହିବ ।

କ୍ୟାପ୍ଟେନ ଅମରିନ୍ଦର ସିଂ ନିଜ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସୁଥିବା କହିଛନ୍ତି ତାଙ୍କ ମିଡିଆ ପରାମର୍ଶଦାତା । ଏହାସହ କ୍ୟାପ୍ଟେନ ଅମରିନ୍ଦର କିଛି ବ୍ୟକ୍ତିଗତ ବନ୍ଧୁଙ୍କୁ ସାକ୍ଷାତ କରିବେ। ଏହାବାଦ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ‘କପୁରଥଲା’ ବାସଭବନକୁ ଖାଲି କରିବେ ବୋଲି ତାଙ୍କ ମିଡିଆ ପରାମର୍ଶଦାତା କହିଛନ୍ତି ।

ଚଳିତ ମାସରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ପରେ କ୍ୟାପ୍ଟେନ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ । ଏହାପରେ କଂଗ୍ରେସ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା ନବଜୋତ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଆଉ ଆଜି ଏହି ଚର୍ଚ୍ଚା ସତ ପ୍ରମାଣିତ ହୋଇଛି । କାରଣ ନବଜୋତ ସିଂ ସିଦ୍ଧୁ ନିଜ ପଦରେ ୩ ମାସ ମଧ୍ୟ କାର୍ଯ୍ୟ କରିପାରିନାହାଁନ୍ତି । ଆଜି ନିଜ ପଦ ଛାଡିଛନ୍ତି । ଯାହାକୁ ନେଇ ଏବେ ପଞ୍ଜାବ କଂଗ୍ରେସରେ ଆଗକୁ ଆହୁରି ବଡ ଘଟଣା ଘଟିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଦିଲ୍ଲୀ ଆସିଥିବା କ୍ୟାପ୍ଟେନ ଅମରିନ୍ଦର ସିଦ୍ଧୁଙ୍କୁ ନେଇ ପୁଣି ଥରେ ବର୍ଷିଛନ୍ତି । ସିଦ୍ଧୁ ଜଣେ ସ୍ଥିର ବ୍ୟକ୍ତି ନୁହଁନ୍ତି । ସେ ରାଜ୍ୟ କଂଗ୍ରେସ ପାଇଁ ଫିଟ ନୁହଁନ୍ତି । ସେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ କହି ବର୍ଷିଛନ୍ତି କ୍ୟାପ୍ଟେନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.