ଟ୍ରକ ଦୁର୍ଘଟଣାରେ ଜୀବନ ହାରିଲେ ISROର 5 କର୍ମଚାରୀ

author img

By

Published : Jan 23, 2023, 4:19 PM IST

Updated : Jan 23, 2023, 4:27 PM IST

କେରଳରେ କାର-ଟ୍ରକ ଧକ୍କା: ISRO ର 5 ଠିକା କର୍ମଚାରୀ ମୃତ

କେରଳରେ ଆଲପୁଜାରେ କାର ଟ୍ରକ ଧକ୍କାରେ ISRO ର 5 ଠିକା କର୍ମଚାରୀ ମୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେରଳର ଆଲପୁଜାରେ କାର-ଟ୍ରକ ମୁହାଁମୁହିଁ ଧକ୍କାରେ 5 ଜଣ ଯୁବକ ପ୍ରାଣ ହରାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଥିରୁଅନନ୍ତପୁରମରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ର କ୍ୟାଣ୍ଟିନରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । କାର୍‌ରେ ମୋଟ 5ଜଣ ଥିଲେ । ସେମାନଙ୍କ ମଧ୍ୟରୁ 4ଜଣ ଘଟଣାସ୍ଥଳରେ ଓ ହସ୍ପିଟାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ସ୍ଥାନୀୟ ଆଲପୁଜା ପୋଲିସର ସୂଚନା ଅନୁସାରେ, ସମସ୍ତ ମୃତକଙ୍କ ପରିୟ ସ୍ପଷ୍ଟ ହୋଇଛି । ସେମାନେ ରାଜଧାନୀ ଥିରୁଅନନ୍ତପୁରମରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରାର କ୍ୟାଣ୍ଟିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଗତକାଲି ବିଳମ୍ବିତ ରାତିରେ ଏହି 5ଜଣ ଏକ କାରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବାହାରିଥିଲେ । ରାତି ପ୍ରାୟ 1.30 ସମୟରେ ଅମ୍ବାଲପୁଜା ଜାତୀୟ ରାଜପଥରେ ଏମାନଙ୍କ କାର ଓ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଆମ୍ବୁଲାନ୍ସ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ।

କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ କାର ମଧ୍ୟରେ ମୃତଦେହଗୁଡିକ ଫସି ରହିଥିଲା । ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁର୍ଘଟଣାଗ୍ରସ୍ତ କାରରୁ ସମସ୍ତ ମୃତଦେହ ଉଦ୍ଧାର କରିଥିଲା । ଘଟଣାସ୍ଥଳରେ ହିଁ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଇସ୍ରୋ କାର୍ଯ୍ୟାଳୟ ଓ ମୃତକଙ୍କ ପରିବାରକୁ ପୋଲିସ ସୂଚନା ଦେଇଛି । ମୃତଦେହଗୁଡିକୁ ଆଲପୁଜା ମେଡିକାଲ କଲଜରେ ରଖାଯାଇଛି ଓ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ଅନ୍ୟପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି । ଉକ୍ତ ଟ୍ରକକୁ ମଧ୍ୟ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଜେରା କରୁଛି । ଦୁଇଟି ଗାଡି ଦୃତଗତରି ଥିବା କାରଣରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ସେହିପରି ମଦ୍ୟପାନ ଦିଗକୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 23, 2023, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.