ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

author img

By

Published : Dec 26, 2022, 2:13 PM IST

Updated : Dec 26, 2022, 2:44 PM IST

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance minister Nirmala Sitharaman Admitted to AIIMS )। ଅଧିକ ପଢନ୍ତୁ

Nirmala Sitharaman admitted to AIIMS
Nirmala Sitharaman admitted to AIIMS

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ((Finance minister Nirmala Sitharaman Admitted to AIIMS ) । ଦିଲ୍ଲୀ ଏମ୍ସର ପ୍ରାଇଭେଟ ଓ୍ବାର୍ଡରେ ଭର୍ତ୍ତି ହୋଇଛନ୍ତି ଅର୍ଥମନ୍ତ୍ରୀ । ତେବେ ହସ୍ପିଟାଲରେ ଭର୍ତ୍ତି ହେବାର ପ୍ରକୃତ କାରଣ ଜଣା ପଡିନାହିଁ ।

୬୩ ବର୍ଷୀୟ ସୀତାରମଣ ମଧ୍ୟାହ୍ନ ୧୨ଟା ସମୟରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଦିଲ୍ଲୀସ୍ଥିତ ସଦୈବ ଅଟଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ଗତ ଶନିବାର ଦିନ ନିର୍ମଳା ସୀତାରମଣ ଚେନ୍ନାଇର ତାମିଲନାଡୁ Dr MGR ମେଡିକାଲ ୟୁନିଭର୍ସିଟିର 35 ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଉକ୍ତ ସମାରୋହରେ ତାମିଲ ଭାଷାରେ ଡାକ୍ତରୀ ପାଠ ପଢାଯିବା ଉଚିତ ବୋଲି କହିଥିଲେ ଅର୍ଥମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ମଙ୍ଗଳବାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ଫେବୃଆରୀ ୧ ତାରିଖରେ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହା ପୂର୍ବରୁ ନଭେମ୍ବର ୨୧ ତାରିଖରୁ ୨୮ ତାରିଖ ଯାଏଁ ପ୍ରାକ ବଜେଟ ଆଲୋଚନା କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ(Finance Minister Nirmala Sitharaman) ଶିଳ୍ପ କ୍ଷେତ୍ରରେ ଅନେକ ନେତୃବୃନ୍ଦଙ୍କୁ ସାକ୍ଷାତ କରିଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହିଥିବା ନେଇ ସୁତ୍ରରୁ ଖବର ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2022, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.