ETV Bharat / bharat

Encounter In Anantnag: ସେନା ଗୁଳିରେ ଜଣେ ଆତଙ୍କୀ ସଫା

author img

By

Published : Nov 20, 2022, 6:43 AM IST

Updated : Nov 20, 2022, 10:43 AM IST

ଅନନ୍ତନାଗ ଜିଲ୍ଲାର ବିଜବେହାରର ଚେକି ଡୁଡୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଶ୍ରୀନଗର: ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀରରେ ଅନନ୍ତନାଗରେ ଏନକାଉଣ୍ଟର(encounter started in Anantnag) ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅନନ୍ତନାଗ ଜିଲ୍ଲାର ବିଜବେହାରର ଚେକି ଡୁଡୋ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏନେଇ କାଶ୍ମୀର ପୋଲିସ ତରଫରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Shraddha murder case: ସାମ୍ନାକୁ ଆସିଲା ଅଫତାବର CCTV ଚିତ୍ର, ସୋମବାର ନାର୍କୋ ଟେଷ୍ଟ

ମିଳିଥିବା ସୂଚନା ଅନୁଯାୟୀ, ଚେକି ଡୁଡୋ ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ମିଳିଥିଲା । ଏହାପରେ ଜମ୍ମୁ କାଶ୍ମୀର ପୋଲିସ ଏବଂ ଭାରତୀୟ ସେନା ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କୀ ଗୁଳି ଚାଳନା କରିବା ପରେ ଭାରତୀୟ ସେନା ମଧ୍ୟ ଗୁଳି ଚଳାଇଥିଲା । ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣେ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିଲା । ମୃତ ଆତଙ୍କବାଦୀ ଜଣଙ୍କ LeTର ସାଜାଦ ତାନ୍ତ୍ରେ ବୋଲି ଜଣାପଡିଛି । ସୁରକ୍ଷାକର୍ମୀଙ୍କ ଗୁଳି ବାଜିବା ପରେ ଆତଙ୍କୀ ଜଣଙ୍କୁ SDH ବିଜବେହାରାକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ମୃତ ଆତଙ୍କୀଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗତ ୧୩ ତାରିଖରେ ଅନନ୍ତନାଗର ବିଜବେହାରର ରାଖମୋମେନରେ ଦୁଇଜଣ ଶ୍ରମିକଙ୍କ ଉପରେ ଆକ୍ରମଣ କରିଥିଲା ସାଜାଦ । ଯେଉଁଥିରେ ଦୁଇଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ । ଏହାପରେ ୧୮ ତାରିଖରେ ଛୋଟା ପ୍ରସାଦ ନାମକ ଜଣେ ଶ୍ରମିକକୁ ମଧ୍ୟ ଆକ୍ରମଣ କରିଥିଲା ।

Last Updated : Nov 20, 2022, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.