ETV Bharat / bharat

Shopian Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିପାତ

author img

By ETV Bharat Odisha Team

Published : Oct 10, 2023, 7:41 AM IST

ଜମ୍ମୁ-କାଶ୍ମୀରର ଆଲସିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କୀ ନିପାତ । ଅଧିକ ପଢନ୍ତୁ

Encounter Breaks Out in Shopian
Encounter Breaks Out in Shopian

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ମୁହାଁମୁହିଁ ହେଲେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ । ସୋପିଆନର ଆଲସିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ଦୁଇ ମୃତ ଆତଙ୍କବାଦୀ ହେଉଛନ୍ତି ଏଲଇଟିର ମୋରିଫତ୍ ମାକବୁଲ୍ ଏବଂ ଜାଜିମ୍ ଫାରୁକ୍ । କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଉଭୟଙ୍କ ସମ୍ପୃକ୍ତି ରହିଥିବା କାଶ୍ମୀର ପୋଲିସ ସୂଚନା ଦେଇଛି ।

କାଶ୍ମୀର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି କହିଛି ଯେ, ସୋପିଆନର ଆଲସିପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଯବାନଙ୍କ ସହ ପୋଲିସ ଏଥିରେ ନିୟୋଜିତ ଅଛନ୍ତି । ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନେ ହେଲେ ଏଲଇଟିର ମୋରିଫତ୍ ମାକବୁଲ୍ ଏବଂ ଜାଜିମ୍ ଫାରୁକ୍ । ବର୍ତ୍ତମାନ ମଧ୍ୟ ଆଲସିପୋରାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ ।

ଏହା ମଧ୍ୟ ପଢନ୍ତୁ-Encounter in J&K: କୁଲଗାମରେ ୨ ଆତଙ୍କୀ ସଫା, ଅପରେସନ ଜାରି

ମିଳିଥିବା ସୂଚନା ଅନୁଯାୟୀ, ଆଲସିପୋରାରେ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇ ଆତଙ୍କୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ବିଳମ୍ବିତ ରାତିରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-LOCରେ ଅନୁପ୍ରବେଶ ପଣ୍ଡ: ସେନା ଗୁଳିରେ ଟଳିଲେ 2 ଆତଙ୍କୀ, ମାରଣାସ୍ତ୍ର ଜବତ

ଏହା ମଧ୍ୟ ପଢନ୍ତୁ-Anantnag Encounter: ଶହୀଦ ଯବାନଙ୍କ ପ୍ରତିଶୋଧ ନେଲା ସୁରକ୍ଷାବଳ, ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ନିପାତ

ଏହା ପୂର୍ବରୁ ଅକ୍ଟୋବର 4 ତାରିଖରେ ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀଙ୍କୁ ନିପାତ ହୋଇଥିବା ସୂଚନା ମିଳିଥିଲା । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଓ ସେନାର ମିଳିତ ଟିମ ଏହି ଅପରେସନ ଆରମ୍ଭ କରିଥିଲେ । ସେପ୍ଟେମ୍ବର 16 ତାରିଖରେ ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆତଙ୍କୀ ନିରୋଧୀ ଅପରେସନ ବେଳେ ସେନାର 2 ଜଣ ଅଧିକାରୀ ଓ ସ୍ଥାନୀୟ ପୋଲିସର ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ଯବାନଙ୍କୁ ମିଶାଇ ଶହୀଦଙ୍କ ସଂଖ୍ୟା ୪ରେ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.