ETV Bharat / bharat

ଚାଇବସାରେ ପୋଲିସ ନକ୍ସଲ ଗୁଳି ବିନିମୟ, ଦୁଇ ଯବାନ ଆହତ

author img

By

Published : Dec 1, 2022, 3:37 PM IST

ଚାଇବସାରେ ପୋଲିସ ନକ୍ସଲ ଗୁଳି ବିନିମୟ । ଚାଇବସାରେ ନକ୍ସଲ ବିରୋଧୀ ଅପରେସନ ବେଳେ ଦୁଇ ଯବାନ ଆହତ(Encounter between police and Naxalites in Chaibasa)। ଅଧିକ ପଢନ୍ତୁ

ଗୁଳି ବିନିମୟ
ଗୁଳି ବିନିମୟ

ରାଞ୍ଚି: ଚାଇବସାରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ(Encounter between police and Naxalites in Chaibasa)। ଚାଇବସାରେ ନକ୍ସଲ ବିରୋଧୀ ଅପରେସନ ବେଳେ ଦୁଇ ଯବାନ ଆହତ । ଆହତ ଯବାନ କୋବ୍ରା ବାଟାଲିୟନ ହୋଇଥିବା ସୂଚନା ରହିଛି । ଆହତ ଯବାନମାନଙ୍କର ଉତ୍ତମ ଚିକିତ୍ସା ପାଇଁ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ଏନେଇ ଝାଡଖଣ୍ଡ ପୋଲିସ ତରଫରୁ ସୂଚନା ଦିଆଯାଇଛି ।

  • Chaibasa, Jharkhand | An encounter took place between security forces and naxals. Two jawans have sustained injuries. They are being evacuated. Further detail awaited: Jharkhand Police

    — ANI (@ANI) December 1, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: ତେଲେଙ୍ଗାନା ମନ୍ତ୍ରୀ ଗଙ୍ଗୁଲା ଓ ସାଂସଦ ରବିଚନ୍ଦ୍ରଙ୍କୁ CBI ନୋଟିସ୍

ସୂଚନା ଅନୁସାରେ, ନକ୍ସଲ ପ୍ରଭାବିତ ଅଞ୍ଚଳ ଟଣ୍ଟୋ ଏବଂ ଗୋଇଲକେରା ପୋଲିସ ଷ୍ଟେସନ ସୀମାରେ ଏନକାଉଣ୍ଟର ହୋଇଥିଲା । ଗୁରୁବାର ସର୍ଚ୍ଚ ଅପରେସନ ସମୟରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ କୋବ୍ରା ବାଟାଲିୟନ ଆହତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗୁଳିବିନିମୟ ଜାରି ରହିଛି । ଘଟଣାସ୍ଥଳକୁ ପୋଲିସ ଫୋର୍ସ ପଠାଯିବା ସହ ବରିଷ୍ଠ ପୋଲିସ କର୍ମଚାରୀ ମଧ୍ୟ କ୍ୟାମ୍ପ କରୁଛନ୍ତି । ଆହତ ଯବାନମାନଙ୍କୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ନିମନ୍ତେ ହେଲିକ୍ପଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.