ETV Bharat / bharat

ଆଜି ବି ହାଜର ହେଲେନି କେଜ୍ରିଓ୍ବାଲ, ପଞ୍ଚମ ସମନ ଜାରି କଲା ଇଡି

author img

By ETV Bharat Odisha Team

Published : Jan 18, 2024, 2:18 PM IST

Updated : Jan 18, 2024, 2:28 PM IST

ED summons Delhi CM: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କୁ ପଞ୍ଚମ ସମନ ଜାରି କଲା ଇଡି । ଅଧିକ ପଢ଼ନ୍ତୁ

କେଜ୍ରିଓ୍ବାଲଙ୍କୁ ପଞ୍ଚମ ସମନ
ed issues fifth summon to cm arvind

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ବାରମ୍ବାର ସମନ ପରେ ବି ଇଡିରେ ହାଜର ହେଉ ନାହାନ୍ତି କେଜ୍ରିଓ୍ବାଲ । ଚତୁର୍ଥ ସମନ ପରେ ମଧ୍ୟ ଇଡିରେ ହାଜର ହେଲେନି ଆପ୍ ମୁଖ୍ୟ । ତେଣୁ କେଜ୍ରିଓ୍ବାଲଙ୍କୁ ଆଜି ପଞ୍ଚମ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି(ଗୁରୁବାର) ଇଡିରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଚତୁର୍ଥ ସମନରେ କୁହାଯାଇଥିଲା । କିନ୍ତୁ ସେ ଏହାକୁ ଏଡ଼ାଇ ଦେଇଛନ୍ତି ।

ଇଡିରେ ହାଜର ନହେବାକୁ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖିଥିଲେ । ସେ ଚିଠିରେ ଉଲ୍ଲେଖ କରିଛନ୍ତି, '' ମୋତେ ଗିରଫ କରିବା ଏବଂ ଲୋକସଭା ନିର୍ବାଚନରେ ପ୍ରଚାର ନକରିବା ହେଉଛି ବିଜେପିର ଉଦ୍ଦେଶ୍ୟ । ଇଡି କହୁଛି ଅରବିନ୍ଦ କେଜ୍ରିୱାଲ ଜଣେ ଅଭିଯୁକ୍ତ ନୁହନ୍ତି, ତେବେ କାହିଁକି ବାରମ୍ବାର ସମାନ କରାଯାଉଛି ? ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପି ଯାଆନ୍ତି ଏବଂ ସେମାନଙ୍କ ମାମଲା ବନ୍ଦ ରହିଛି । ଆମେ ଦୁର୍ନୀତି କରିନାହୁଁ, ଆମର କୌଣସି ନେତା ବିଜେପିରେ ଯୋଗଦେବେ ନାହିଁ । ''

ଏହା ମଧ୍ୟ ପଢନ୍ତୁ-ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ !

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବାରମ୍ବାର ଆପ୍ ମୁଖ୍ୟଙ୍କୁ ସମନ କରୁଛି ଇଡି । ଜାନୁଆରୀ 13 ତାରିଖରେ ଇଡି ଚତୁର୍ଥ ଥର ପାଇଁ ସମନ କରିଥିଲା । ଆଜି ଇଡି ଅଫିସରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା, କିନ୍ତୁ ହାଜର ହୋଇନାହାନ୍ତି । ଏହା ପୂର୍ବରୁ ତାଙ୍କୁ 3 ଥର ସମନ କରାଯାଇଥିଲେ ମଧ୍ୟ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାୟରେ ହାଜର ହୋଇନଥିଲେ । ସମନଗୁଡ଼ିକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ଦର୍ଶାଇ ଏଡ଼ାଇ ଦେଇଥିଲେ ଆପ୍ ମୁଖ୍ୟ । ତୃତୀୟ ଥର ସମନକୁ ଏଡ଼ାଇବା ପରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏହାପରେ ବିଜେପିକୁ ଟର୍ଗେଟ କରିଥିଲେ କେଜ୍ରିଓ୍ବାଲ । ମୁଁ କେମିତି ଲୋକସଭା ନିର୍ବାଚନ ପାଇଁ ପ୍ରଚାର ନକରେ ତାହା ବିଜେପି ଚାହୁଁଛି ବୋଲି ସେ କହିଥିଲେ ।

ଆଜିଠାରୁ ତିନିଦିନିଆ ଗୋଆ ଗସ୍ତରେ ଯିବେ ଅରବିନ୍ଦ କେଜ୍ରିୱାଲ । ସେଠାରେ ଲୋକସଭା ନିର୍ବାଚନ ପାଇଁ ଏକ ବୈଠକ କରିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ସାଂସଦ ରାଘବ ଚଢା ଏହି ବୈଠକରେ ସାମିଲ ହେବେ । ଜାନୁଆରୀ 11 ରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଇ ଦିନିଆ ଗୋଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏହାକୁ ସ୍ଥଗିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2024, 2:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.