ETV Bharat / bharat

ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ !

author img

By ETV Bharat Odisha Team

Published : Jan 18, 2024, 6:57 AM IST

ଇଡିରେ ହାଜର ହେବେ ନାହିଁ କେଜ୍ରିୱାଲ
Delhi excise policy case

ED's fourth summons to Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡିର ଚତୁର୍ଥ ସମନକୁ ଏଡାଇ ପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜି ବି ଇଡିରେ ହାଜର ହୋଇନପାରନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚତୁର୍ଥ ସମନ । ଆଜି ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନପାରନ୍ତି କେଜ୍ରିୱାଲ । ଆଜିଠୁ କେଜ୍ରିଓ୍ବାଲ ତିନି ଦିନିଆ ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ତାଙ୍କୁ ଇଡିରେ ହାଜର ହେବାକୁ ସମନ କରାଯାଇଥିଲା । ତେଣୁ ସେ ଇଡିରେ ହାଜର ହେବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ବୁଧବାର ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ ସ୍ପଷ୍ଟ ଭାବେ ଉତ୍ତର ନଦେଇ ଆଇନ ଆନୁଯାୟୀ ଯାହା ଆବଶ୍ୟକ ତାହା କରାଯିବ ବୋଲି କହିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚତୁର୍ଥ ସମନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାନୁଆରୀ 18ରୁ ତିନି ଦିନିଆ ଗୋଆ ଗସ୍ତର କାର୍ଯ୍ୟକ୍ରମ ସ୍ଥିର ହୋଇସାରିଥିଲା ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ବାରମ୍ବାର ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରୁଛି ଇଡି । ଜାନୁଆରୀ 13 ତାରିଖରେ ଚତୁର୍ଥ ଥର ପାଇଁ ସମନ କରାଯାଇଥିଲା । ଆଜି(ଗୁରୁବାର) ଇଡି ଅଫିସରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା । ଏହା ପୂର୍ବରୁ ତାଙ୍କୁ 3 ଥର ସମନ କରାଯାଇଥିଲେ ମଧ୍ୟ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନଥିଲେ । ସମନଗୁଡିକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏଡ଼ାଇ ଦେଇଥିଲେ ଆପ୍ ମୁଖ୍ୟ । ତୃତୀୟ ଥର ସମନକୁ ଏଡାଇବା ପରେ ତାଙ୍କୁ ଇଡି ଗିରଫ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ଏହାପରେ ଲୋକସଭା ନିର୍ବାଚନ ପୂର୍ବରୁ ମୋ ଭାବମୂର୍ତ୍ତିକୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କହି ବିଜେପିକୁ ଟାର୍ଗେଟ କରିଥିଲେ କେଜ୍ରିଓ୍ବାଲ । ଲୋକସଭା ନିର୍ବାଚନରେ ମୁଁ କେମିତି ପ୍ରଚାର ନକରେ ତାହା ବିଜେପି ଚାହୁଁଛି ବୋଲି ଅଭିଯୋଗ କରିଥିଲେ ଆପ୍ ସୁପ୍ରିମୋ ।

ଏହା ମଧ୍ୟ ପଢନ୍ତୁ-ବିଜେପି ଚାହୁଁଛି ମୁଁ ଲୋକସଭା ନିର୍ବାଚନରେ ପ୍ରଚାର ନକରେ: ଅରବିନ୍ଦ କେଜ୍ରିଓ୍ବାଲ

ଜାନୁୟାରୀ 3 ତାରିଖରେ ହାଜର ହେବାକୁ ଇଡି ତୃତୀୟ ଥର କେଜ୍ରିୱାଲଙ୍କୁ ନୋଟିସ ପଠାଇଥିଲା । ଏହା ପୂର୍ବରୁ ନଭେମ୍ବର 2 ଓ ଡିସେମ୍ବର 21ରେ ସମନ ହୋଇଥିଲେ ମଧ୍ୟ ସେ ହାଜର ହେବାରୁ ମନା କରିଦେଇଥିଲେ । ଇଡିର ସମନଗୁଡ଼ିକ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ । କେବଳ ଗିରଫ କରିବା ଉଦ୍ଦେଶ୍ୟରେ ସମନ କରାଯାଉଛି ବୋଲି କହିଥିଲେ କେଜ୍ରିୱାଲ । ଆଜି ଯଦି କେଜ୍ରିଓ୍ବାଲ ଇଡିରେ ହାଜର ନହୁଅନ୍ତି ତେବେ ତାଙ୍କର ଅଡୁଆ ବଢିପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.