Delhi Liquor Scam: 17 ଯାଏଁ ED ରିମାଣ୍ଡରେ ଗଲେ ସିସୋଦିଆ

author img

By

Published : Mar 10, 2023, 5:25 PM IST

Manish Sisodia

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଗତକାଲି ଗିରଫ କରିଥିଲା ଇଡି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋର୍ଟରେ ହାଜର ହେଲେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଆଜି ଅପରାହ୍ନରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ୧୦ ଦିନିଆ ରିମାଣ୍ଡ ଲାଗି ଇଡି କୋର୍ଟରେ ଦାବି କରିଛି । ସିସୋଦିଆ ନିଜର କିଛି ଘନିଷ୍ଠ ବ୍ୟବସାୟୀଙ୍କୁ ଅଧିକ ଲାଭାନ୍ବିତ କରିବା ଲାଗି ବାରମ୍ବାର ଦିଲ୍ଲୀ ଅବକାରୀ ନୀତିରେ ପରିବର୍ତ୍ତନ କରୁଥିଲେ । ଏହାଦ୍ବାରା କିଛି ବ୍ୟବସାୟୀ ୬ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଭ ଉଠାଇଛନ୍ତି । ଏନେଇ ସିସୋଦିଆ ବାରମ୍ବାର ନିଜ ବୟାନ ବଦଳାଉଥିବାରୁ ତାଙ୍କୁ ଅଧିକ ପଚରା ଉଚରା କରିବା ଲାଗି ଇଡି ରିମାଣ୍ଡ ଲାଗି ଦାବି କରିଛି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ CBI ପରେ ଗତକାଲି ଇଡି ଦ୍ବାରା ସିସୋଦିଆ ପୁଣି ଗିରଫ ହୋଇଥିଲେ । ତେବେ ଆସନ୍ତା 17 ତାରିଖ ଯାଏଁ ସିସୋଦିଆ ଇଡି ରିମାଣ୍ଡ ଗଲେ ।

  • Delhi's Rouse Avenue Court sends AAP leader and former Delhi Deputy Chief Minister Manish Sisodia to ED remand till March 17 in excise policy case. pic.twitter.com/Kh70KfYPc8

    — ANI (@ANI) March 10, 2023 " class="align-text-top noRightClick twitterSection" data=" ">

ସେପଟେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣିର ତାରିଖକୁ ମଧ୍ୟ ଘୁଞ୍ଚାଯାଇଛି । ଆସନ୍ତା ୨୧ ତାରିଖରେ ତାଙ୍କର ଜାମିନ ଆବେଦର ଶୁଣାଣି ହେବ ବୋଲି ଜଣାପଡ଼ିଛି । କୋର୍ଟରେ ରିମାଣ୍ଡ ଲାଗି ନିଜ ପକ୍ଷ ରଖୁଥିବା ବେଳେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଛି ଇଡି । ଯେତେବେଳେ ଦିଲ୍ଲୀ ଅବକାରୀ ନୀତିରେ ବାରମ୍ବାର ପରିବର୍ତ୍ତନ ହେଉଥିଲା ସେତେବେଳେ ଏହା ଉପରେ ତୁରନ୍ତ ମଞ୍ଜୁରୀ ମଧ୍ୟ ମିଳୁଥିଲା । ଏହି ଘଟଣାରେ ସମସ୍ତ ପ୍ରମାଣକୁ ନଷ୍ଟ କରିବା ଲାଗି ୧ ବର୍ଷ ମଧ୍ୟରେ ପ୍ରାୟ ୧୪ଟି ମୋବାଇଲ ବଦଳାଯାଇ ଏହାକୁ ନଷ୍ଟ ମଧ୍ୟ କରାଯାଇଛି । ଏହା ଉପରେ ଅଧିକ ତଦନ୍ତ ଆବଶ୍ୟକ ଥିବା ଦର୍ଶାଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ଲାଗି କୋର୍ଟଙ୍କୁ କହିଥିଲା ଇଡି ।

ଏହା ବି ପଢନ୍ତୁ- CBI ପରେ ED: ଜେଲରେ ଜେରା ପରେ ସିସୋଦିଆ ପୁଣି ଗିରଫ

ମାତ୍ର ଇଡିକୁ ବିରୋଧ କରିଥିଲେ ସିସୋଦିଆଙ୍କ ଆଇନଜୀବୀ । ସେ କହିଥିଲେ ଯେ ସରକାର କାର୍ଯ୍ୟ ନୀତିରେ ପରିବର୍ତ୍ତନ ଆଣିବା । ଏହା ଅନେକ ପର୍ଯ୍ୟାୟ ଦେଇ ଯାଇଥାଏ । ଏହାକୁ ଉପରାଜ୍ୟପାଳ ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ଇଡି କିପରି ନୀତି ଅର୍ଥ ହେରଫେର ସହିତ ଯୋଡୁଛି ବୋଲି ସେ ପ୍ରଶ୍ନ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେବଳ କାନ କୁହା କଥା ଶୁଣି ସିସୋଦିଆଙ୍କୁ ଗିରଫ କରିଛି । ଆପ୍‌ର ସେକେଣ୍ଡ-ଇନ-କମାଣ୍ଡକୁ ଜେଲରେ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ କୋର୍ଟ ଏହି ଘଟଣା ଉପରେ ଗମ୍ଭୀର ଭାବରେ ବିଚାର କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ସିସୋଦିଆ ପୂର୍ବରୁ ରାଉଜ ଏଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ । ଆଜି ଏହା ଉପରେ ଶୁଣାଣି ରହିଥିଲା । ମାତ୍ର କୋର୍ଟ ଏହି ଶୁଣାଣିକୁ ଘୁଞ୍ଚାଇଥିବା ବେଳେ ଆସନ୍ତା ୨୧ ତାରିଖରେ ପୁଣି ଏହା ଉପରେ ଶୁଣାଣି କରିବେ । ସୂଚନା ଥାଉ କି ଗତ ଫେବୃଆରୀ ୨୬ ତାରିଖରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପୂର୍ବରୁ ସିସୋଦିଆ ବିଜେପିକୁ ଟାର୍ଗେଟ କରିଥିଲେ । ସେ 'ଶିକ୍ଷା ରାଜନୀତି' ବନାମ 'ଜେଲ ରାଜନୀତି' ଉପରେ ଚର୍ଚ୍ଚା କରି କହିଥିଲେ ଯେ ବିଜେପି ଶିକ୍ଷାକୁ ନେଇ ରାଜନୀତି କରୁଛି । ଜଣେ ନେତାଙ୍କୁ ଜେଲରେ ଭର୍ତ୍ତି କରିବା ସହଜ । ହେଲେ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା କଷ୍ଟକର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.