ETV Bharat / bharat

ମତଦାନ ପୂର୍ବରୁ କେସିଆରଙ୍କୁ ଝଟକା: ତେଲେଙ୍ଗାନାରେ ବଣ୍ଟା ହୋଇପାରିବନି ‘ରାଇଥୁ ବନ୍ଧୁ’ କିସ୍ତି ରାଶି

author img

By ETV Bharat Odisha Team

Published : Nov 27, 2023, 7:33 PM IST

ଭୋଟ୍ ପୂର୍ବରୁ ତେଲେଙ୍ଗାନା ସିଏମ୍ କେସିଆରଙ୍କୁ ନିର୍ବାଚନ କମିଶନଙ୍କ ଝଟକା । ବଣ୍ଟା ହୋଇପାରିବନି ‘ରାଇଥୁ ବନ୍ଧୁ’ ସହାୟତା ରାଶି । ଅଧିକ ପଢନ୍ତୁ

ମତଦାନ ପୂର୍ବରୁ କେସିଆରଙ୍କୁ ଝଟକା: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ରାଇଥୁ ବନ୍ଧୁ ଯୋଜନା ବନ୍ଦ
ମତଦାନ ପୂର୍ବରୁ କେସିଆରଙ୍କୁ ଝଟକା: ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ରାଇଥୁ ବନ୍ଧୁ ଯୋଜନା ବନ୍ଦ

ହାଇଦ୍ରାବାଦ: ତେଲେଙ୍ଗାନାରେ ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ବଡ ଝଟକା ଲାଗିଛି । ରାଜ୍ୟ ସରକାରଙ୍କ ‘ରାଇଥୁ ବନ୍ଧୁ’ ଯୋଜନାରେ ହିତାଧିକାରୀଙ୍କୁ କିସ୍ତି ଅର୍ଥରାଶି ପ୍ରଦାନ ପାଇଁ ଜାରି କରାଯାଇଥିବା ଅନୁମତିକୁ ପ୍ରତ୍ୟାହାର କରିଛି ନିର୍ବାଚନ କମିଶନ । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଦର୍ଶାଇ ଆୟୋଗ ଏହାକୁ ତତ୍କାଳ ପ୍ରଭାବ ସହ ବନ୍ଦ ରଖିବାକୁ ଆୟୋଗ ନିର୍ଦ୍ଦେଶ ଜାରି କରିଛି । 3 ଦିନ ପୂର୍ବରୁ ଏହି କେସିଆର ସରକାରଙ୍କୁ ଏହି ଯୋଜନାରେ କିସ୍ତି ଅର୍ଥରାଶି ବଣ୍ଟନ ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ନିର୍ବାଚନ କମିଶନ ।

ରାଜ୍ୟରେ ଚଳିତ ମାସ 30 ତାରିଖରେ ଭୋଟିଂ ହେବାକୁ ଯାଉଥିବା ବେଳେ 28 ତାରିଖ ପୂର୍ବରୁ ଏହି କିସ୍ତି ରାଶି ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ ଆୟୋଗ । ଏହା ସହ ଏହି ଯୋଜନାକୁ କୌଣସି ରାଜନୈତିକ ସଭା ସମିତି କିମ୍ବା ନିର୍ବାଚନ ପ୍ରଚାରରେ ବ୍ୟବହାର ନକରିବା ପାଇଁ ମଧ୍ୟ ଅନୁମତି ସର୍ତ୍ତରେ ଉଲ୍ଲେଖ ନିର୍ବାଚନ ଆୟୋଗ କରିଥିଲେ । ମାତ୍ର ମିଳିଥିବା ଅନୁମତି ଅବଧି ଶେଷ ହେବାର ମାତ୍ର ଗୋଟିଏ ଦିନ ପୂର୍ବରୁ ଏହାକୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ଦର୍ଶାଇ ନିର୍ବାଚନ ଆୟୋଗ ଅନୁମତି ପ୍ରତ୍ୟାହାର କରିଛନ୍ତି ।

କେସିଆର ସରକାରଙ୍କ କୃଷକ ସହାୟତା ରାଶି ପ୍ରଦାନ ଯୋଜନା ହେଉଛି ‘ରାଇଥୁ ବନ୍ଧୁ’ ଯୋଜନା । ଏହି ଯୋଜନାରେ ରାଜ୍ୟ ସରକାର କୃଷକଙ୍କୁ ଦୁଇଟି ଅମଳ ଋତୁ ରବି ଓ ଖରିପ ପାଇଁ 5 ହଜାର ଟଙ୍କା ଲେଖାଏଁ ପ୍ରତି କିସ୍ତି ଅନୁସାରେ 10 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରୁଛନ୍ତି । ଏଥିରେ ରାଜ୍ୟର ପ୍ରାୟ 70 ଲକ୍ଷ କୃଷକ ଲାଭାନ୍ବିତ ହେଉଛନ୍ତି । ତେବେ ଏବେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା ବେଳେ ଏହି ସହାୟତା ରାଶି ପ୍ରଦାନକୁ ଅନୁମତି ଦେବା ପାଇଁ କେସିଆର ସରକାର ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଥିଲା ।

ଶୁକ୍ରବାର ଆୟୋଗ 28 ତାରିଖ ସୁଦ୍ଧା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଶେଷ କରିବା ଓ ଏହାକୁ ନିର୍ବାଚନୀ ମୁଦ୍ଦା ନକରିବା ସର୍ତ୍ତରେ ଅନୁମତି ଦେଇଥିଲେ । ଆଜି ଏହି ଅନୁମତିକୁ ପ୍ରତ୍ୟାହାର କରିବା ସହ ରାଜ୍ଯରେ ଭୋଟିଂ ଶେଷ ହେବା ନହେବା ଯାଏ, ଚାଷୀଙ୍କ ବ୍ୟାଙ୍କ ଖାତାକୁ କୌଣସି ସହାୟତା ରାଶି ପ୍ରଦାନ ନକରିବା ପାଇଁ ଆୟୋଗ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସରିଲା ୨ଦିନିଆ ଓଡ଼ିଶା ଗସ୍ତ, କର୍ମଭୂମି ଅଭିମୁଖେ ମାଡାମ ପ୍ରେସିଡେଣ୍ଟ

ଚଳିତ ମାସ 30 ତାରିଖରେ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 119 ଆସନରେ ଭୋଟିଂ ହେବାକୁ ଯାଉଛି । ରାଜ୍ୟରେ ଶାସନରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ସହ ସିଧା ପ୍ରତିଦ୍ବନ୍ଦ୍ବିତା କଂଗ୍ରେସ ଓ ତୃତୀୟ ପ୍ରତିଯୋଗୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି । ଆଜି ପ୍ରଧାନମନ୍ତ୍ରୀ ତେଲେଙ୍ଗନାରେ ବିଜେପି ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.