ETV Bharat / bharat

Farmers Suicide: ପ୍ରବଳ ବର୍ଷା ଉଜାଡିଦେଲା ଫସଲ, ୪ ଋଣ ଗ୍ରସ୍ତ ଚାଷୀ ହାରିଲେ ଜୀବନ

author img

By

Published : Aug 12, 2023, 8:31 PM IST

ପ୍ରବଳ ବର୍ଷାରେ ନଷ୍ଟ ହେଲେ ଏକର ଏକର ଫସଲ । ତେଲେଙ୍ଗାନାରେ ଜୀବନ ହାରିଲେ ୪ ଜଣ ଅସହାୟ ଚାଷୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ଗତ କିଛି ଦିନ ଧରି ତେଲେଙ୍ଗାନାରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଫଳରେ ଫସଲ ନଷ୍ଟ ହେବା ଯୋଗୁଁ ଜୀବନ ହାରିଛନ୍ତି ୪ ଚାଷୀ । ବର୍ଷା ସେମାନଙ୍କ ପାଇଁ ସାଜିଛି କାଳ । ଫସଲ ନଷ୍ଟ ହେବା ଫଳରେ ହତାଶ ହୋଇ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪ ଜଣ ଚାଷୀ ଫସଲରେ କ୍ଷତି ସହିବା ପରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ଜୟଶଙ୍କର-ଭୁପାଲପଲ୍ଲି ଜିଲ୍ଲାର କୋଥାପଲ୍ଲିଗୁରି ଅଞ୍ଚଳରେ ଚାଷୀ ଗଟ୍ଟୁ ରଜୈୟା (55) ୧.୨ ଏକର ଜମିରେ ଲଙ୍କା ଚାଷ କରିଥିଲେ । ହେଲେ ଜମିରେ ପୋକ ଲାଗିବା ଯୋଗୁଁ ତାଙ୍କ ଫସଲ ନଷ୍ଟ ହୋଇଛି । ତେବେ ସେ ଫସଲ କରିବା ଲାଗି ୫ ଲକ୍ଷ ଟଙ୍କା କରିଥିଲେ । କରଜ ସୁଝିବା ଚିନ୍ତାରେ ଶେଷରେ ସେ ନିଜର ଜୀବନ ହାରିଛନ୍ତି । ସେପଟେ ରଜୈୟାଙ୍କ ତୁଳା ଚାଷ ମଧ୍ୟ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଏପରି ସ୍ଥିତିରେ ଋଣ କିପରି ସୁଝିବେ ସେ ଚିନ୍ତାରେ ପ୍ରାଣ ହାରିଛନ୍ତି ଏହି ଚାଷୀ ଜଣକ । ସେପଟେ ମୁଲୁଗୁ ଜିଲ୍ଲାର ଚାଷୀ ଇରାମ ରାମକ୍ରିଷ୍ଣନ ରେଡି (43) ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସେ ୩୦ ଗୁଣ୍ଠ ଜମିରେ ତୁଳା ଚାଷ କରିଥିଲେ ।

ଏହା ବି ପଢନ୍ତୁ- ଲଘୁଚାପ ବର୍ଷା ଉଜାଡି ଦେଲା ଫସଲ, କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

ତେବେ ଗତ ବର୍ଷାରେ ତାଙ୍କ ଫସଲ ମଧ୍ୟ ଧୋଇ ହୋଇଯାଇଛି । ସେ ଚାଷ କାର୍ଯ୍ୟ ଲାଗି ବ୍ୟାଙ୍କରୁ ୩.୫୦ ଲକ୍ଷ ଟଙ୍କା ଋଣ କରିଥିଲେ । ହେଲେ ଋଣ କେମିତି ସୁଝିବେ ସେହି ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି । ହେଲେ ସବୁଠୁ ଦୁଃଖର ବିଷୟ ହେଉଛି ଗତ ସପ୍ତାହେ ତଳେ ରାମକ୍ରିଷ୍ଣନ ଏକ କନ୍ୟା ସନ୍ତାନର ପିତା ହୋଇଥିଲେ । ସେପଟେ ୟାଦଦ୍ରି-ଭୁବନଗିରି ଜିଲ୍ଲାର ଚିନ୍ତୁଲାଗୁଡେମ ଅଧିବାସୀ କୋମାରେଲ୍ଲି ରାଜଶେଖର ରେଡ୍ଡି (୩୫) ୩ ଏକର ଜମିରେ ଚାଷ କରିଥିଲେ । ହେଲେ ତାଙ୍କ ଫସଲ ଉତ୍ପାଦନ ଭଲ ହୋଇନଥିଲା । ସେ ପ୍ରାୟ ୫ ଲକ୍ଷ ଟଙ୍କା ଋଣ କରି ଚାଷ କରିଥିଲେ । ଗତ କିଛି ଦିନ ତଳେ ଚାଷୀ ରାଜଶେଖର ବିଷ ଖାଇ ଆତ୍ମହତ୍ୟା କରିଥିଲେ । ରାଜଶେଖର ମଧ୍ୟ କିଛି ଦିନ ତଳେ ଏକ କନ୍ୟା ସନ୍ତାନର ପିତା ହୋଇଥିବା ବେଳେ ତାଙ୍କର ଏକ ପୁଅ ମଧ୍ୟ ଅଛି ।

ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡୁ ଅଞ୍ଚଳର ଅଧିବାସୀ ଅନ୍ନମ କ୍ରିଷ୍ଣା (୩୨) ସାଢେ ୨ ଏକର ଜମିରେ ତୁଳା ଚାଷ କରିଥିଲେ । ତେବେ ପ୍ରବଳ ବର୍ଷା ଫଳରେ ତାଙ୍କର ମଧ୍ୟ ଫସଲ ନଷ୍ଟ ହୋଇଛି । ସେ ଚାଷ କାର୍ଯ୍ୟ ଲାଗି ୪ ଲକ୍ଷ ଟଙ୍କା ଋଣ କରିଥିଲେ । ତେବେ ଚାଷ କାର୍ଯ୍ୟ ସହିତ ଡ୍ରାଇଭର ଭାବେ ମଧ୍ୟ କାର୍ଯ୍ୟ କରିଥାନ୍ତି । ଗତ ୨ ମାସ ପୂର୍ବରୁ ତାଙ୍କ ପତ୍ନୀ ଲାବନ୍ୟାଙ୍କ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିବା ବେଳେ ୨ ଲକ୍ଷ ୫୦ ହଜାର ଖର୍ଚ୍ଚ ହୋଇଥିଲା । ସେ ମଧ୍ୟ ଋଣ ଚିନ୍ତାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.