ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Nov 24, 2022, 8:25 AM IST

Updated : Nov 24, 2022, 8:50 AM IST

ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଆମ୍‌ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଥିବା କହିଲେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର 4ରେ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ । ଏନେଇ ଜୋରସୋରେ ପ୍ରଚାର ଜାରି ରହିଛି । ଗତକାଲି(ବୁଧବାର) ପ୍ରଚାର ବେଳେ ଆପ୍ ଉପରେ ଖୁବ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଆମ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି । ଆପ୍ ସରକାର ପ୍ରାଧ୍ୟାପକ ମାନଙ୍କୁ ଦରମା ଦେଇପାରୁନାହାନ୍ତି ବୋଲି କହି ଆପ ସରକାରକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି

ସେ ଆହୁରି ମଧ୍ୟ କହିଛନ୍ତି,'' ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା ନକରିବା, ଅବକାରୀ ନୀତି, ପିଡବ୍ଲୁଡିରେ ଅବ୍ୟବସ୍ଥା, ସ୍କୁଲକୁ ଆସୁଥିବା ଅନୁଦାନ ଅର୍ଥକୁ ଅନ୍ୟ କାମରେ ଲଗାଇବା ତଥା ନିଜର କାର୍ଯ୍ୟକର୍ତ୍ତାଙ୍କୁ ଠକିବାରେ ଆପ୍ ସରକାର ଧୁରନ୍ଧର । ଅନ୍ୟପଟେ ଏସସି, ଏସଟି, ଓବିସିଙ୍କ ବ୍ୟତିତ ଗରିବଙ୍କୁ ଏକ ସାମାଜିକ ବର୍ଗ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଚାକିରି ଏବଂ ଶିକ୍ଷାରେ ବଞ୍ଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଯେଉଁମାନେ ଲମ୍ବା ସମୟ ଧରି ଶାସନ କରିଛନ୍ତି ଏବଂ ଆଜି ଯେଉଁମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେମାନେ ବଞ୍ଚିତ ବର୍ଗଙ୍କ ସହ କେବଳ ଧୋକା କରିଛନ୍ତି'' ।

''୧୦ ଲକ୍ଷ ସରକାରୀ ପଦବୀରେ ଯୁବବର୍ଗଙ୍କୁ ରୋଜଗାର ଦେବା ପାଇଁ ମୋଦି ସରକାର ମିଶନ ମୋଡରେ କାମ କରୁଛନ୍ତି । ସେହିପରି ଶିକ୍ଷକ ସମୁଦାୟ, ପ୍ରାଧ୍ୟାପକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ପ୍ରାଥମିକତା । ମୋଦି ସରକାର ସମସ୍ତଙ୍କୁ ନେଇ ସାଙ୍ଗରେ ଚାଲୁଥିବା ସରକାର । ଏହାବ୍ୟତିତ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ବେଞ୍ଚମାର୍କ ସ୍ଥାପନ କରିବା ସହ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ପ୍ରଦାନ କରୁଛି ''।

ଏକ ଶିକ୍ଷକ ସମୁଦାୟକୁ ସମ୍ବୋଧନ କରି ଧର୍ମେନ୍ଦ୍ର କହିଛନ୍ତି ଯେ,''ଦିଲ୍ଲୀ ସରକାରଙ୍କ ଭ୍ରଷ୍ଟାଚାର ଏବଂ ଖରାପ ବ୍ୟବସ୍ଥାକୁ ସୁଧାରିବାରେ ଶିକ୍ଷକ ସମୁଦାୟକୁ ଦାୟିତ୍ୱ ନେବାକୁ ହେବ । ଏହାବ୍ୟତିତ ଦେଶକୁ ଆଗକୁ ନେବାର ଦାୟିତ୍ୱ ଆମ ସମସ୍ତଙ୍କର । କିନ୍ତୁ ଏଥିରେ ଶିକ୍ଷକ ମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଶିକ୍ଷକଙ୍କ ଆକାଂକ୍ଷାକୁ ପୂରଣ କରିବା ମୋଦି ସରକାରଙ୍କ ସବୁଠୁ ବଡ ଦାୟିତ୍ୱ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Last Updated :Nov 24, 2022, 8:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.