ETV Bharat / bharat

ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଅ: ବାଗେଶ୍ବର ମହାରାଜ

author img

By

Published : Apr 19, 2022, 2:31 PM IST

ମଧ୍ୟପ୍ରଦେଶ ରାମନବମୀ ଶୋଭାଯାତ୍ରା ସମୟରେ ପଥରମାଡ ଘଟଣା । ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଅ କହିଲେ ସାଧୁ । ଅଧିକ ପଢନ୍ତୁ

ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଇବେ କହିଲେ ସାଧୁ
ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଇବେ କହିଲେ ସାଧୁ

ଭୋପାଳ: ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଛି । ହନୁମାନ ଜୟନ୍ତୀରେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ହେଉ ଅବା ମଧ୍ୟପ୍ରଦେଶ ରାମନବମୀ ଶୋଭାଯାତ୍ରାବେଳେ ପଥରମାଡ, ଏଭଳି ଅନେକ ଘଟଣାମାନ ଏବେ ଉଗ୍ର ରୂପ ନେଉଛି । ରାମନବମୀ ହିଂସାକୁ ନେଇ ମଧ୍ୟପ୍ରଦେଶର ବାଗେଶ୍ବର ମହାରାଜ ନାମକ ଜଣେ ସାଧୁଙ୍କ ବିବାଦୀୟ ବୟାନ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାକୁ ଆସିଛି । ସାଗର ଅଞ୍ଚଳରେ 'ରାମ କଥାପାଠ' କାର୍ଯ୍ୟକ୍ରମ କରୁଥିବା ଏହି ମହାରାଜ ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଅ ବୋଲି ଆହ୍ବାନ କରିଛନ୍ତି । ସମସ୍ତ ହିନ୍ଦୁ ଏକ ହୁଅ, ରାମଙ୍କ ଶୋଭାଯାତ୍ରାରେ ପଥର ଫିଙ୍ଗୁଥିବା ଲୋକର ଘରକୁ ବୁଲଡୋଜର ନେଇ ଯାଅ ବୋଲି ଆହ୍ବାନ କରିଛନ୍ତି ସାଧୁ ।

ପଥରମାଡ କରୁଥିବା ଲୋକର ଘରେ ବୁଲଡୋଜର ଚଲାଇବେ କହିଲେ ସାଧୁ

ପ୍ରଥମେ ବାଗେଶ୍ବର ମହାରାଜ କହିଥିଲେ ଯେ, ମୋ ପାଖରେ ଗୋଟିଏ ସୁଖଦ ଏବଂ ଗୋଟିଏ ଦୁଃଖଦ ଖବର ରହିଛି । ସୁଖଦ ଖବର ଏହା ଯେ, ବର୍ତ୍ତମାନ ଭାରତରେ ହିନ୍ଦୁ ଜାଗ୍ରତ ହେଉଛନ୍ତି । ହେଲେ ଦୁଃଖତ ଖବର ଯେ ହିନ୍ଦୁମାନେ ପଥର ଖାଇ ଜାଗ୍ରତ ହେଉଛନ୍ତି । ତେଣୁ ନିଜ ଗାଁ ଓ ଅଞ୍ଚଳରେ ଯେପରି ଏହି ଘଟଣା ନ ଘଟେ, ସେଥିପାଇଁ ସମସ୍ତେ ପ୍ରତିଜ୍ଞା କରନ୍ତୁ । ସବୁ ହିନ୍ଦୁମାନେ ଏକତ୍ରିତ ହୁଅନ୍ତୁ ଏବଂ ଯେଉଁମାନେ ପଥରମାଡ କରୁଛନ୍ତି ତାଙ୍କ ଘର ଉପରେ ବୁଲଡୋଜର ଚଲାନ୍ତୁ । ସବୁ ହିନ୍ଦୁ ବୁଲଡୋଜରରେ ଭାଙ୍ଗିବ କ୍ଷମତା ରଖିଲେ ସମସ୍ତ ପଥରମାଡ କରୁଥିବା ଲୋକେ ପଛକୁ ହଟିବେ ।

ଭାରତ ସନାତନମାନଙ୍କର ଦେଶ ଅଟେ । କିନ୍ତୁ ଯଦି ସନାତନ ଦେଶରେ ରାମନବମୀରେ ପଥରମାଡ ହୁଏ ତେବେ ସମସ୍ତ ହିନ୍ଦୁ ଏକାଠି ହୋଇ ହତିଆର ଉଠାଅ ବୋଲି ସାଧୁ ଆହ୍ବାନ ଦେଇଛନ୍ତି । କେବଳ ଏତିକି ନୁହେଁ, ସାଧୁ ନିଜେ ମଧ୍ୟ ଏକ ବୁଲଡୋଜର କିଣିବେ ବୋଲି କହିଛନ୍ତି । 'ଏବେ ମୋ ପାଖରେ ପଇସା ନାହିଁ । ହେଲେ ମୁଁ ମଧ୍ୟ ବୁଲଡୋଜର କିଣିବି । ଯିଏ ବି ରାମକାର୍ଯ୍ୟ, ସାଧୁସନ୍ଥ ଏବଂ ଭାରତୀୟ ସନାତନୀ ହିନ୍ଦୁଙ୍କ ଉପରେ ପଥର ପିଙ୍ଗିବ ତାହା ଉପରେ ବୁଲଡୋଜର ଚଲାଇବି । ମୁଁ କୌଣସି ଦଳର ନୁହେଁ, ମୁଁ ପ୍ରଭୁ ରାମଙ୍କ ଦଳର' ବୋଲି ଶେଷରେ କହିଛନ୍ତି ବାଗେଶ୍ବର ମହାରାଜ । ଏହି ସାଧୁଙ୍କ ବୁଲଡୋଜର ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.