ETV Bharat / bharat

ଭାରତ ଯୋଡ ଯାତ୍ରା ହେଲା ଶେଷ ଯାତ୍ରା ! ହୃଦଘାତରେ ଚାଲିଗଲେ ସାଂସଦ ସନ୍ତୋଖ

author img

By

Published : Jan 14, 2023, 9:54 AM IST

Updated : Jan 14, 2023, 10:33 AM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରାରେ ଅଘଟଣ । ଯାତ୍ରା ସମୟରେ ହୃଦଘାତରେ ଚାଲିଗଲେ ପଞ୍ଜାବ ସାଂସଦ ଚୌଧରୀ ସନ୍ତୋଖ ସିଂହ । ଅଧିକ ପଢନ୍ତୁ

MP Chaudhary Santokh Singh
MP Chaudhary Santokh Singh

ଚଣ୍ଡିଗଡ: ଭାରତ ଯୋଡ ଯାତ୍ରାରେ ଅଘଟଣ । ହୃଦଘାତରେ ଚାଲିଗଲେ ପଞ୍ଜାବ ସାଂସଦ ଚୌଧରୀ ସନ୍ତୋଖ ସିଂହ । ଆଜି(ଜାନୁଆରୀ 14)ରେ ଭାରତ ଯୋଡ ଯାତ୍ରା ସମୟରେ ହଠାତ୍ ତଳେ ପଡିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ପ୍ରତାପ ସିଂ ବାଜୱା।

ଖବର ଅନୁସାରେ, କେଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରା ପଞ୍ଜାବରେ ପହଞ୍ଚିଛି । ଏହି ଅବସରରେ ଆଜି(ଶନିବାର) ପଞ୍ଜାବର ଜଳନ୍ଧର ସାଂସଦ ଚୌଧରୀ ସନ୍ତୋଖ ସିଂହ ଯୋଗ ଦେଇଥିଲେ । ଏହି ସମୟରେ ସେ ହଠାତ୍ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଫାଗୱାରର ଡାକ୍ତରଖାନାକୁ ନିଆ ଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହୃଦଘାତରେ ସନ୍ତୋଖ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଡାକ୍ତର । ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ବୟସ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- 2025 ସୁଦ୍ଧା 50 ପ୍ରତିଶତ ଯୁବବର୍ଗଙ୍କୁ ଧନ୍ଦାମୂଳକ ଶିକ୍ଷାରେ ସଶକ୍ତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ତେବେ ସନ୍ତୋଖ 18 ଜୁନ 1946 ମସିହାରେ ଜଳନ୍ଧର ଧଲିୱାଲରେ ଜନ୍ମ ଗ୍ରହଣ କରିଥିଲେ । 2014ରେ ପ୍ରଥମ ଥର ପାଇଁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ପୁନର୍ବାର ଦ୍ବିତୀୟ ଥର ମଧ୍ୟ 2019ରେ ସାଂସଦ ହୋଇଥିଲେ ସନ୍ତୋଖ । ସେ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଜଣେ ଓକିଲ ଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଭାରତ ଯୋଡ ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ହରିୟାଣାରୁ ଯାତ୍ରା କରି ଆସିବା ପରେ ବୁଧବାର ପଞ୍ଜାବ ଫତେହଗଡ ସାହିର ସିରହିଣ୍ଡରୁ ଆରମ୍ଭ ହୋଇଥିଲା । ସେଠାରେ ଗୋଟିଏ ଦିନର ବିଶ୍ରାମ ପରେ ଆଜି ସକାଳେ ଲୁଧିଆନାର ଲଧୋୱାଲ ଟୋଲ ପ୍ଲାଜାରୁ ପୁନର୍ବାର ଆରମ୍ଭ ହୋଇଥିଲା । ଖବର ଅନୁସାରେ ସେପ୍ଟେମ୍ବର 7 ରେ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାନୁଆରୀ 30 ସୁଦ୍ଧା ଶ୍ରୀନଗରରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଯାତ୍ରା ଶେଷ ପୂର୍ବରୁ ଜଣେ ସାଂସଦଙ୍କ ଜୀବନ ଯାତ୍ରା ଶେଷ ହୋଇଯିବା ଖବର ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Last Updated : Jan 14, 2023, 10:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.