ETV Bharat / bharat

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ

author img

By ETV Bharat Odisha Team

Published : Sep 11, 2023, 12:45 PM IST

Clash over social media post
Clash over social media post

ମହାରାଷ୍ଟ୍ରରେ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ହିଂସାକାଣ୍ଡ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଜଣେ ମୃତ। ଅଧିକ ପଢନ୍ତୁ

ମୁମ୍ବାଇ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ନେଇ ମହାରାଷ୍ଟ୍ରରେ ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ସତରା ଜିଲ୍ଲାରେ ଏପରି ଘଟଣା ଘଟିଥିଲା। ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ନୁର ହାସନ ଶିକଲଗର । ସେ ଏକ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି । ମୃତଦେହକୁ ଉଦ୍ଧାର କରାଯାଇ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Nuh violence: 13 ଦିନ ପରେ ନୁହରେ ସଚଳ ହେଲା ଇଣ୍ଟରନେଟ ସେବା

ଏକ ବିଶେଷ ସୁତ୍ରରୁ ଜଣାପଡ଼ିଛି ଯେ, ପୁସେସାଭ୍ଲି (ଟି.କାଟାଭ) ଗ୍ରାମରେ ଗୋଷ୍ଠୀ ସଂଘର୍ଷ ପରେ ଦଙ୍ଗାକାରୀମାନେ ଘଟଣାସ୍ଥଳରେ ଗାଡି ଓ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି(ସୋମବାର) ସକାଳ ସମୟରେ ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ ଯୋଗୁଁ ପୁସେସାଭ୍ଲି ଗାଁରେ ଗତ 2 ଦିନ ହେବ ଅସନ୍ତୋଷ ଲାଗି ରହିଥିଲା ।

ହିଂସାକାଣ୍ଡ ପରେ ପୁସେସାଭ୍ଲିରେ ଶାନ୍ତି ଫେରାଇ ଆଣିବାକୁ ସାଂସଦ ଉଦୟନରାଜ ଭୋସଲେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଗୋଷ୍ଠୀ ସଂଘର୍ଷ ଘଟାଇଥିବା ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି । ହିଂସାକାଣ୍ଡ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ଦାଖଲ ହୋଇଛି । ସ୍ଥିତିକୁ ନିୟନ୍ତ୍ରଣାଧିନ କରିବାକୁ ସମସ୍ତ ପ୍ରକାର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-May 4 Manipur Incident: 5 ପୋଲିସ ଅଧିକାରୀ ନିଲମ୍ବିତ, ଅସ୍ତ୍ରଶସ୍ତ୍ର ଲୁଟ ନେଇ ତନାଘନା

ଗତ ଜୁଲାଇ 31 ତାରିଖରେ ହରିୟାଣାର ନୁହ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ପଥରମାଡ଼ କରିବା ପରେ ଭୟଙ୍କର ସଂଘର୍ଷ ହୋଇଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଊର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦଙ୍ଗାକାରୀମାନେ ଏକାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଧୀରେଧୀରେ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.