ETV Bharat / bharat

26/11 Mumbai Attack: ଲସ୍କର ଆତଙ୍କୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନର ବିରୋଧ

author img

By

Published : Jun 20, 2023, 9:22 PM IST

ଲସ୍କର ଆତଙ୍କୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନର ବିରୋଧ । ଜାତିସଂଘରେ ମିଳିତ ପ୍ରସ୍ତାବ ରଖିଥିଲେ ଭାରତ ଓ ଆମେରିକ । ଅଧିକ ପଢନ୍ତୁ

26/11 Mumbai attack: ଲସ୍କର ଆତଙ୍କୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣାକୁ ଚୀନର ବିରୋଧ
26/11 Mumbai attack: ଲସ୍କର ଆତଙ୍କୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣାକୁ ଚୀନର ବିରୋଧ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ 26/11 ମୁମ୍ବାଇ ଆକ୍ରମଣ ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଲସ୍କର ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ସାଜିଦ ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରକ୍ରିୟାରେ ବାଧା ଦେଲା ଚୀନ । ଭାରତରେ ମୋଷ୍ଟଓ୍ବାଣ୍ଟେଡ ଥିବା ମିରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଉଭୟ ଆମେରିକା ଓ ଭାରତ ପକ୍ଷରୁ ଜାତିସଂଘରେ ମିଳିତ ପ୍ରସ୍ତାବ ରଖାଯାଇଥିଲା । ଏହି ପ୍ରକ୍ରିୟାକୁ ଚୀନ ବିରୋଧ କରିଛି ।

  • China blocks proposal by India, the US at the United Nations to designate Lashkar-e-Tayyiba terrorist Sajid Mir, wanted for his involvement in the 26/11 Mumbai terrorist attacks, as a global terrorist. pic.twitter.com/7zf4iscwte

    — ANI (@ANI) June 20, 2023 " class="align-text-top noRightClick twitterSection" data=" ">

ମିଳିତ ଜାତିସଂଘରେ ଭାରତ ଏବଂ ଆମେରିକା ପକ୍ଷରୁ ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ର ଆତଙ୍କବାଦୀ ସାଜିଦ ମୀରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ବେଜିଂ ବିରୋଧ କରିଛି । ପାକିସ୍ତାନରେ ଆତ୍ମଗୋପନ କରିଛି ମୁମ୍ବାଇ ଆକ୍ରମଣର ଅନ୍ୟତମ ଆତଙ୍କୀ ମିର । ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିବା ଏହି କୁଖ୍ୟାତ ଆତଙ୍କୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ପ୍ରକ୍ରିୟା ଜାରି ରଖିଛି । ହେଲେ ସେ ପାକିସ୍ତାନରେ ଆତ୍ମଗୋପନ କରିବା କାରଣରୁ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଏତେ ସହଜ ହେଉନାହିଁ । ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତ ଏହି ପ୍ରକ୍ରିୟା ଜାରି ରଖିଛି ।

2008 ମସିହା ନଭେମ୍ବର 26 ତାରିଖ ରାତିରେ ମୁମ୍ବାଇରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହା ଥିଲା ଦେଶ ଇତିହାସରେ ସବୁଠୁ ବଡ ଆତଙ୍କୀ ଆକ୍ରମଣ । ଦକ୍ଷିଣ ମୁମ୍ବାଇ ଉପକୂଳରେ ଥିବା ତାଜ ହୋଟେଲ, ନରିମାନ ହାଉସ, କାମା ହସ୍ପିଟାଲ, ହୋଟେଲ ଓବରାଇ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନସ ସମେତ ଏକାଧିକ ସ୍ଥାନରେ ପାକିସ୍ତାନରୁ ଅପରେଟ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଲଶ୍କର ଏ ତୋଇବାର 10 ଆତଙ୍କୀବାଦୀ ଏକକାଳୀନ ଆକ୍ରମଣ କରିଥିଲେ । ପାକିସ୍ତାନର କରାଚିରୁ ଏହି ଆତଙ୍କୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ ଜଳପଥରେ ଆସି ମୁମ୍ବାଇରେ ପହଞ୍ଚିଥିଲେ । ଏହି ଆକ୍ରମଣରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ତାଜ ହୋଟେଲ । ଏହି ଆକ୍ରମଣରେ ମୁମ୍ବାଇରେ ପ୍ରାୟ 2 ଶହ ଜୀବନ ଯାଇଥିଲା ।

ମୃତକଙ୍କ ମଧ୍ୟରେ ସୁରକ୍ଷାକର୍ମୀ, ଆତଙ୍କୀ ନିରୋଧୀ ସ୍କ୍ବାଡ (ଏଟିଏସ) କମାଣ୍ଡୋ ଓ ସାଧାରଣ ଲୋକ ମଧ୍ୟ ଥିଲେ । ପାଲାଟା କାର୍ଯ୍ୟାନୁଷ୍ଠାନରେ ସମସ୍ତ 9 ଆତଙ୍କୀ ନିପାତ ହୋଇଥିବା ବେଳେ ଏକମାତ୍ର ଜୀବିତ ଆତଙ୍କୀ ଭାବେ ଅଜମଲ କସବକୁ ଗିରଫ କରାଯାଇଥିଲା । ଦୀର୍ଘ ସମୟର ନ୍ୟାୟିକ ପ୍ରକ୍ରିୟା ପରେ ତାକୁ ଫାଶୀ ଦିଆଯାଇଥିଲା । ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ପାକିସ୍ତାନରେ ରହିଛି । ପାକିସ୍ତାନର ସହଯୋଗରେ ସେ ଏବେ ମଧ୍ୟ ଭାରତ ବିରୋଧୀ ଷଡଯନ୍ତ୍ର ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.