ETV Bharat / bharat

Caste fraud: ୫ ସନ୍ତାନଙ୍କ ଭିନ୍ନ ଭିନ୍ନ ଜାତି, ତଦନ୍ତ ପରେ ଜଣାପଡ଼ିଲା ସତ

author img

By ETV Bharat Odisha Team

Published : Oct 7, 2023, 10:50 PM IST

ଉତ୍ତରପ୍ରଦେଶର ଗାଜିଆବାଦରରେ ଜାତିଗତ ପ୍ରମାଣପତ୍ରରେ ବଡ଼ ଜାଲିଆତି । ତଦନ୍ତ ପରେ ସାମନାକୁ ଆସିଛି ସାଙ୍ଘାତିକ ସତ । ଅଧିକ ପଢନ୍ତୁ

Caste fraud in Ghaziabad
୫ ସନ୍ତାନଙ୍କର ଭିନ୍ନ ଭିନ୍ନ ଜାତି

୫ ସନ୍ତାନଙ୍କର ଭିନ୍ନ ଭିନ୍ନ ଜାତି

ନୂଆଦିଲ୍ଲୀ: ଜାତିଗତ ପ୍ରମାଣପତ୍ରରେ ମହାଘୋଟାଲା । ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିଙ୍କର ୫ଟି ସନ୍ତାନ ଥିବାବେଳେ କାହାରି ଜାତି ମେଳ ଖାଉନି । ୫ ପୁଅଙ୍କ ମଧ୍ୟରୁ ୩ ଜଣଙ୍କର ଅନୁସୂଚିତ ଜାତି ପ୍ରମାଣପତ୍ର ଥିବାବେଳେ ୨ଜଣଙ୍କର ରହିଛି ଓବିସି ପ୍ରମାଣପତ୍ର । ସୂଚନା ଅନୁସାରେ, 2023 ପୌର ନିର୍ବାଚନ ସମୟରେ ଗାଜିଆବାଦ ମ୍ୟୁନିସିପାଲିଟି କର୍ପୋରେସନର ୱାର୍ଡ ନମ୍ବର 26 ସୁନ୍ଦରପୁରୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିଲା । ଗୋକୁଳ ଚନ୍ଦ୍ରଙ୍କ ପୁଅ ରାଜକୁମାର ବିଜେପି ଟିକେଟରେ ଏହି ୱାର୍ଡରୁ ଜିତିଥିଲେ । ନିର୍ବାଚନରେ ​​ବିଜୟ ପରେ ପ୍ରମାଣପତ୍ର ପଞ୍ଜିକରଣ କରିବା ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଆଉ ନାମାଙ୍କନ ପତ୍ରରେ ଦିଆଯାଇଥିବା ପ୍ରମାଣପତ୍ରରେ ପ୍ରମାଣପତ୍ର ନକଲି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ଜିଲ୍ଲା ମାଜିଷ୍ଟ୍ରେଟ ରାକେଶ କୁମାର ସିଂ ଏସଡିଏମଙ୍କ ଦ୍ବାରା ଏହି ଘଟଣାର ଯାଞ୍ଚ କରିଥିବା ଜଣାପଡିଛି । ତଦନ୍ତ ସମୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପୋଲିସ ହାତରେ ଲାଗିଛି । ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ରାଜକୁମାର ଉତ୍ତରପ୍ରଦେଶର ଅନୁସୂଚିତ ଜାତି ଅଧୀନରେ ଆସିଥିବା କୋରୀ ଜାତିର ପ୍ରମାଣପତ୍ର ପାଇଛନ୍ତି । ସେ ଗାଜିଆବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଜୁନିୟର ହାଇସ୍କୁଲର ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ସେପଟେ ତାଙ୍କର ପରିବାର ସସ୍ୟମାନଙ୍କର ଭିନ୍ନ ଭିନ୍ନ ଜାତି ରହିଛି । ଜାତିଗତ ପ୍ରମାଣପତ୍ରରେ ଘୋଟାଲା କରି ସମସ୍ତ ସୁବିଧା ପାଇବା ସହ ନିର୍ବାଚନରେ ଟିକେଟ ପାଇବାରେ ମଧ୍ୟ ସେ ସଫଳ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ପ୍ରମାଣପତ୍ର ଅନୁଯାୟୀ, କ'ଣ ରହିଛି ପରିବାର ସଦସ୍ୟଙ୍କ ଜାତି:

1. ରାଜକୁମାର( ଗୋକୁଳ ଚନ୍ଦ୍ରଙ୍କ ପୁଅ)- କୋରୀ

2. ବେଦ ପ୍ରକାଶ ( ଗୋକୁଳ ଚନ୍ଦ୍ରଙ୍କ ପୁଅ)- ମଲ୍ଲାହ/କେଉଟ

3. ହରିବଂଶଲାଲ( ଗୋକୁଳ ଚନ୍ଦ୍ରଙ୍କ ପୁଅ)-ମଲ୍ଲାହ

4. ମଦନଲାଲ( ଗୋକୁଳ ଚନ୍ଦ୍ରଙ୍କ ପୁଅ)- କୋରୀ

5.ସୀମା( ଗୋକୁଳ ଚନ୍ଦ୍ରଙ୍କ ଝିଅ)-କୋରୀ

ତେବେ ଏହି ମାମଲାର ତଦନ୍ତ ପରେ ଜାତି ପ୍ରମାଣପତ୍ର ବାତିଲ କରିବାକୁ ପରାମର୍ଶ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି, "ପରିବାରର ବିଭିନ୍ନ ସଦସ୍ୟଙ୍କ ଜାତି କୋରୀ ଏବଂ କେଉଟ / ମଲ୍ଲା ଆଦି ରହିଛି । ଗୋଟିଏ ପରିବାରର ସମସ୍ୟ ସଦସ୍ୟଙ୍କ ଜାତି ଭିନ୍ନ ହେବା ନିହାତି ଭାବରେ ଅଗ୍ରହଣୀୟ । ଏହି ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ରାଜକୁମାରଙ୍କ ଜାତି ପ୍ରମାଣପତ୍ର ବାତିଲ କରାଯାଇଛି।" ସେପଟେ ଏହି ଜାଲିଆତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏହା ବି ପଢନ୍ତୁ...ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.