Accident In Raigad: ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାରୁ ୯ ମୃତ

author img

By

Published : Jan 19, 2023, 8:55 AM IST

Updated : Jan 19, 2023, 9:04 AM IST

car collided with a truck in Maharashtra

ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା । ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ । ଅଧିକ ପଢନ୍ତୁ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବାକୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ରାଇଗଡ ଜିଲ୍ଲା ରୋପଲି ଅଞ୍ଚଳର ଗୋଆ ମୁମ୍ବାଇ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ୫ଜଣ ପୁରୁଷ ରହିଥିବା ବେଳେ ତିନି ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଆହତ ଜଣଙ୍କ ମଧ୍ୟ ଶିଶୁ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

  • Maharashtra | Visuals from Goa-Mumbai highway in Repoli area in Raigad where a car accident left nine people, including a child, dead and another child injured. pic.twitter.com/oaH1qKyW83

    — ANI (@ANI) January 19, 2023 " class="align-text-top noRightClick twitterSection" data=" ">

ଗତ ଜାନୁଆରୀ ୧୩ ତାରିଖରେ ମହାରାଷ୍ଟ୍ରରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ୫୦ ଜଣ ଶ୍ରଦ୍ଧାଳୁଙ୍କୁ ଶିରିଡି ନେଇ ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ନାଶିକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ବସ୍‌ଟି ଶିରିଡି ଯାଉଥିବା ବେଳେ ନାଶିକ-ଶିରିଡି ହାଇୱେର ପାଥେର ଠାରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ଦେଇଥିଲା । ୧୦ ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ଦୁଇ ନାବାଳକ ଓ ଜଣେ ପୁରୁଷ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାପା ହୀରା ବ୍ୟବସାୟୀ, ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ଏହି ସଡକ ଦୁର୍ଘଟଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଓ ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ PMNRF ପାଣ୍ଠିରୁ ମୃତଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିଥିଲେ ।

ସେହିପରି ଜାନୁଆରୀ ୯ ତାରିଖରେ ହାଇଦ୍ରାବାଦରେ ଏକ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏକ ଟ୍ରକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 8 ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ରହିଥିଲେ ।

Last Updated :Jan 19, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.