ETV Bharat / bharat

ପଞ୍ଜାବ କଂଗ୍ରେସରେ ବଡ ପରିବର୍ତ୍ତନ, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

author img

By

Published : Sep 18, 2021, 1:24 PM IST

Updated : Sep 18, 2021, 4:52 PM IST

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପଞ୍ଜାବ ରାଜନୀତିରେ ବଡ ପରିବର୍ତ୍ତନ ନେଇ ଆଜି ସକାଳୁ ଆରମ୍ଭ ହେଲାଣି ଚର୍ଚ୍ଚା । ଅଧିକ ପଢନ୍ତୁ:

ଇସ୍ତଫା ଦେଇପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ
ଇସ୍ତଫା ଦେଇପାରନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦେଲେ ଇସ୍ତଫା । ଆଜି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ରାଜଭବନରେ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ଲଗାତାର ଅମରିନ୍ଦରଙ୍କ ଇସ୍ତଫା ନେଇ ଚାପ ପଡୁଥିବା ଚର୍ଚ୍ଚା ହେଉଥିଲା । ଏହି କାରଣରୁ ସେ ନିଜେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଦଳର ହାଇକମାଣ୍ଡ ଚାପ ପକାଉଥିବା ଆଲୋଚନା ହେଉଥିଲା । ଯେଉଁ କାରଣରୁ ଅମରିନ୍ଦର କୌଣସି ବଡ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ହେବାକୁ ଥିବା AICC ସହ ବୈଠକ ପୂର୍ବରୁ ସିସବା ଫାର୍ମହାଉସରେ ଦଳର ବିଧାୟକଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲେ ଅମରିନ୍ଦର । କିନ୍ତୁ ଏଭଳି କୌଣସି ପ୍ରକାର ସୌଜନ୍ୟମୂଳକ ସାକ୍ଷାତ ପାଇଁ ବିଧାୟକଙ୍କୁ ମନା କରିଦେଇଥିଲେ ହାଇକମାଣ୍ଡ । ଅମରିନ୍ଦରଙ୍କୁ ପଦରୁ ହଟାଇବା ପାଇଁ ଦଳ ଯେଉଁଭଳି ଭାବେ ଚାପ ପକାଉଥିଲା ନିଶ୍ଚିତ ଭାବେ ପଞ୍ଜାବ ରାଜନୀତିରେ କୌଣସି ବଡ ପରିବର୍ତ୍ତନ ହେବାକୁ ଥିବା ଅନୁମାନ କରାଯାଉଥିଲା ।

ସେପଟେ ଶୁକ୍ରବାର ରାତିରେ AICC ମହାସଚିବ ତଥା ପଞ୍ଜାବ ପ୍ରଭାରୀ ହରିଶ ରାୱତଙ୍କ ଟ୍ବିଟ ରାଜନୈତିକ ପାଣିପାଗକୁ ଆହୁରି ଗରମ କରିଥିଲା । ସେ ଟ୍ବିଟ କରିଥିଲେ ଯେ ‘କଂଗ୍ରେସର ଅଧିକାଂଶ ବିଧାୟକ AICC ସହ ତୁରନ୍ତ ବୈଠକ କରିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ପଞ୍ଜାବ ପ୍ରଦେଶ କଂଗ୍ରେସ ସେପ୍ଟେମ୍ବର ୧୮ ସନ୍ଧ୍ୟା ୫ଟା ବେଳେ ବିଧାୟକ ଦଳ ବୈଠକ ଡକାଇଛି । ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକଙ୍କୁ ବୈଠକରେ ସାମିଲ ହେବା ପାଇଁ ଅନୁରୋଧ କରାଯାଉଛି ’। ଏହି ଟ୍ବିଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଟ୍ୟାଗ କରିଥିଲେ ହରିଶ ରାୱତ ।

  • The AICC has received a representation from a large number of MLAs from the congress party, requesting to immediately convene a meeting of the Congress Legislative Party of Punjab. Accordingly, a meeting of the CLP has been convened at 5:00 PM on 18th September at .....1/2 pic.twitter.com/BT5mKEnDs5

    — Harish Rawat (@harishrawatcmuk) September 17, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 18, 2021, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.