ETV Bharat / bharat

ଦୁର୍ବଳ ହେଉଛି ମାଓ ସଂଗଠନ, ଓଡିଶା ସମେତ ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ: BSF ADG

author img

By

Published : Jan 24, 2022, 10:39 PM IST

ଛତିଶଗଡ ଓ ଓଡିଶାରେ ନକ୍ସଲ ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବିଏସଏଫ । ଗତ ଏକ ଦଶନ୍ଧିରେ ନକ୍ସଲ ସଂଗଠନରେ ନିଯୁକ୍ତ ହ୍ରାସ ପାଇଛି, ଏହାସହ ୮୯୧ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆଜି ରାୟପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଏସଏଫ ଏଡିଜି ଆରଏସ ଭଟ୍ଟି । ଅଧିକ ପଢନ୍ତୁ

ବିଏସଏଫ ଭୟ, ଦୁର୍ବଳ ହେଉଛି ମାଓ ସଂଗଠନ : BSF ADG
ବିଏସଏଫ ଭୟ, ଦୁର୍ବଳ ହେଉଛି ମାଓ ସଂଗଠନ : BSF ADG

ରାୟପୁର: ନକ୍ସଲ ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବିଏସଏଫ । ଆଜି ରାୟପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବିଏସଏଫ ଏଡିଜି ଆରଏସ ଭଟ୍ଟି । ବର୍ଷ ୨୦୨୧ରେ ଓଡିଶା ଓ ଛତିଶଗଡରେ ବିଭିନ୍ନ ନକ୍ସଲ ବିରୋଧୀ ଅଭିଯାନକୁ ନେଇ ସୂଚନା ଦେଇଛନ୍ତି । ଗତ ଏକ ଦଶନ୍ଧି ହେଲା ଛତିଶଗଡ ଓ ଓଡିଶାରେ ନକ୍ସଲ ମୁକାବିଲାରେ ସାମିଲ ହୋଇଛି ବିଏସଏଫ । ବର୍ତ୍ତମାନ ଛତିଶଗଡର କାଙ୍କେର, ନାରାୟଣପୁର ଓ କଣ୍ଡାଗାଁ ସେହିପରି ଓଡିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଏସଏଫ ମୁତୟନ ହୋଇଛନ୍ତି ।

ଛତିଶଗଡରେ ବିଏସଏଫର ନକ୍ସଲ ବିରୋଧୀ ଅଭିଯାନ ଯୋଗୁଁ ବହୁ ମାତ୍ରାରେ ମାଓ ସଂଗଠନରେ ଭର୍ତ୍ତି ସଂଖ୍ୟାରେ ହ୍ରାସ ପାଇଛି । ବର୍ଷ ୨୦୨୧ରେ ନକ୍ସଲଙ୍କ ସହିତ ୩ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଇଛି ବିଏସଏଫ । ଚଳିତ ଦଶକରେ ନକ୍ସଲଙ୍କ ସହିତ ଲଢିବା ବେଳେ ୩୮ ଯବାନ ଶହୀଦ ହୋଇଛନ୍ତି । ଏହାସହ ବିଏସଏଫ ୧୬୫୦ ନକ୍ସଲ ଗିରଫ କରିଥିବାବେଳେ ୧୮ ଜଣଙ୍କୁ ନିହତ କରିଛି । ୮୯୧ ନକ୍ସଲଙ୍କୁ ଆତ୍ମସମର୍ପଣ କରାଯାଇଛି । ତେବେ ଏହି ସମୟରେ ବିଏସଏଫ ବହୁ ପରିମାଣରେ ନକ୍ସଲ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଛି। ବିଏସଏଫ ୧୪୭୩ ବନ୍ଧୁକ, ୯୫୮ ଆଇଇଡି, ୩୧୭୬ କିଲୋଗ୍ରାମ ବାରୁଦ ଜବତ କରାଯାଇଛି । ସେହିପରି ୨୦୨୧ରେ ବିଏସଏଫ ମୋଟ ୧୫ ବନ୍ଧୁକ ସହ ୫୪ ଆଇଡି ଜବତ କରିଛି ବିଏସଏଫ । ସେହିପରି ୨୦୨୧ରେ ୧୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ବିଏସ୍ଏଫ ସୁରକ୍ଷା ଦାୟିତ୍ବ ସହ ସାମାଜିକ ଦାୟିତ୍ୱବୋଧତା ମଧ୍ୟ ତୁଲାଉଛି। ସାମାଜିକ ଦାୟିତ୍ୱ ତୁଲାଇବାବେଳେ ବିଏସଏଫ ଛତିଶଗଡର କାଙ୍କେର ଏବଂ ନାରାୟଣପୁର ଜିଲ୍ଲାରେ 24ଟି ମେଡିକାଲ କ୍ୟାମ୍ପ ଆୟୋଜନ କରିଥିଲା ​। ଏହି ଶିବିରରେ ଆଖି, ଦାନ୍ତ, ସ୍ତ୍ରୀ ରୋଗ ଏବଂ ଅର୍ଥୋପେଡିକ୍ ବିଶେଷଜ୍ଞମାନେ ମଧ୍ୟ ଉପଲବ୍ଧ ହୋଇଥିଲେ। ପ୍ରାୟ 240ଟି ଗାଁର 6,438 ଲୋକ ଏହି ଶିବିରରୁ ଉପକୃତ ହୋଇଛନ୍ତି । ସେହିପରି ଓଡିଶାରେ 22ଟି ମେଡିକାଲ କ୍ୟାମ୍ପ ଆୟୋଜିତ ହୋଇ 230 ଟି ଗାଁର 4,362 ଜଣ ଲୋକ ଉପକୃତ ହୋଇଥିଲେ। ଏହାସହ ନାରାୟଣପୁରରେ 100ରୁ ଅଧିକ ବିଏସଏଫ କର୍ମଚାରୀ ରକ୍ତଦାନ କରିଥିଲେ ।

ଏହା ସହ ତିନୋଟି ଉଦ୍ଦେଶ୍ୟ ନେଇ ବିଏସଏଫ କାର୍ଯ୍ୟ କରୁଛି ବୋଲି କହିଛନ୍ତି ଏଡିଜି । ପ୍ରଥମତଃ ନକ୍ସଲ ମୁକାବିଲା ଅଭିଯାନରେ ରାଜ୍ୟ ପୋଲିସକୁ ସହାୟତା କରିବା । ଦ୍ବିତୀୟରେ ସ୍ଥାନୀୟ ଲୋକଙ୍କ ମନରେ ସୁରକ୍ଷିତ ଭାବନା ଜାଗ୍ରତ କରିବା । ତୃତୀୟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ସହାୟତା କରିବା ଲକ୍ଷ୍ୟ ବୋଲି ବିଏସଏଫ ଏଡିଜି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.