ETV Bharat / bharat

ବଙ୍ଗ ମୈଦାନରେ ବାବୁଲ ସୁପ୍ରିଓ, 4 ସାଂସଦଙ୍କୁ ଟିକେଟ ଦେଲା BJP

author img

By

Published : Mar 14, 2021, 4:48 PM IST

ବଙ୍ଗ ମୈଦାନରେ ଏଥର ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ଏନେଇ ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଟାଲିଗଞ୍ଜରୁ ଟିକେଟ ଦେଇଛି ବିଜେପି । ସେହିପରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୋଟ 4 ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଅଧିକ ପଢନ୍ତୁ...

ବଙ୍ଗ ମୈଦାନରେ ବାବୁଲ ସୁପ୍ରିଓ, 4 ସାଂସଦଙ୍କୁ ଟିକେଟ ଦେଲା BJP
ବଙ୍ଗ ମୈଦାନରେ ବାବୁଲ ସୁପ୍ରିଓ, 4 ସାଂସଦଙ୍କୁ ଟିକେଟ ଦେଲା BJP

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବଙ୍ଗ ମୈଦାନରେ ଏଥର ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ଏନେଇ ସୂଚନା ଦେଇଛନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ।

କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଟାଲିଗଞ୍ଜରୁ ଟିକେଟ ଦେଇଛି ବିଜେପି । ସେହିପରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୋଟ 4 ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସେପଟେ ନିକଟରେ ବିଜେପିରେ ସାମିଲ ହୋଇଥିବା ବଙ୍ଗୀୟ ଅଭିନେତା ୟଶ ଦାଶଗୁପ୍ତା ଚଣ୍ଡିତଲା ଆସନରୁ ନିର୍ବାଚନ ଲଢିବେ ।

ଚୁରଚୁରାରୁ ସାଂସଦ ଲକେଟ ଚାଟାର୍ଜୀ, ସୋନାରପୁର ସାଉଥରୁ ଅଞ୍ଜନା ବାସୁ, ଡୋମଜୁରରୁ ରାଜୀବ ବାନାର୍ଜୀ, ବେହାଲା ଇଷ୍ଟରୁ ପାୟଲ ସରକାର ଓ ଅଲୀପୁରରୁ ଅଶୋକ ଲାହିରୀଙ୍କୁ ବିଜେପି ପକ୍ଷରୁ ଟିକେଟ ମିଳିଛି । ବିଜେପିର ପ୍ରାର୍ଥୀ ତାଲିକାରେ ଅନେକ ସାଂସଦ ଓ ଅଭିନେତା ଅଭିନେତ୍ରୀଙ୍କ ନାଁ ସାମିଲ ରହିଛି ।

ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋଟ 27 ଜଣଙ୍କ ନାଁ ଘୋଷଣା କରିଛି ବିଜେପି । ଏଥିରେ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କ ନାଁ ମଧ୍ୟ ସାମିଲ ରହିଛି । ତାଙ୍କୁ ସିଂହପୁରରୁ ଟିକେଟ ଦେଇଛି ଦଳ । ସେହପରି ସ୍ବପ୍ନ ଦାଶଗୁପ୍ତାଙ୍କୁ ତାରକେଶ୍ବର, ନିଶିତ ପରମାଣିକଙ୍କୁ ଦୀନହାଟା, ଇନ୍ଦ୍ରନୀଲ ଦାସଙ୍କୁ କାସବା, ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀଙ୍କୁ ହୱଡା ଶ୍ୟମପୁରରୁ ମିଳିଛି ଟିକେଟ ।

ରାଜ୍ୟର 8ଟି ପର୍ଯ୍ୟାୟରେ ହେବ ମତଦାନ । ପଶ୍ଚିମବଙ୍ଗରେ 27 ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ ମତଦାନ ହେବା ସହ 29 ଏପ୍ରିଲରେ ଶେଷ ହେବ ଭୋଟ ପ୍ରକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.