ETV Bharat / bharat

ଆସାମ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, କଟିଲା 11 ବିଧାୟକଙ୍କ ଟିକେଟ

author img

By

Published : Mar 5, 2021, 8:31 PM IST

ଆସାମରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ମାଜୁଲିରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି ବିଜେପି ମହାସଚିବ ଅରୁଣ ସିଂହ । ଅଧିକ ପଢନ୍ତୁ...

ଆସାମ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, କଟିଲା 11 ବିଧାୟକଙ୍କ ଟିକେଟ
ଆସାମ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା, କଟିଲା 11 ବିଧାୟକଙ୍କ ଟିକେଟ

ଦିସପୁର: ମାର୍ଚ୍ଚ 27ରୁ ଆରମ୍ଭ ହେବାକୁ ଯାଉଛି ଆସାମ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏହି ଲିଷ୍ଟରେ 70ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଏଥର ମାଜୁଲିରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୌନୱାଲ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି ବିଜେପି ମହାସଚିବ ଅରୁଣ ସିଂହ ।

ଅରୁଣ ସିଂହଙ୍କ ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଜାଲୁକବରୀରରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ସବୁଠୁ ବଡ କଥା ହେଉଛି, ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ବର୍ତ୍ତମାନର 11 ବିଧାୟକଙ୍କ କଟିଛି ଟିକେଟ । ଏମାନଙ୍କ ସ୍ଥାନରେ ନୂଆ ଚେହେରା ଉପରେ ଭରସା ପ୍ରକଟ କରିଛି ଦଳ ।

ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ସହଯୋଗୀ ଦଳ ଆସାମ ଗଣ ପରିଷଦ ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ସହମତି ପ୍ରକାଶ ପାଇଛି । ଏଥିରେ ଏଜିପି 26 ସିଟରେ ନିଜର ପ୍ରାର୍ଥୀ ଦେବ । ସେପଟେ 8 ସିଟରେ ପ୍ରାର୍ଥୀଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ୟୁପିପିଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.