ETV Bharat / bharat

ଦିଘାରେ ଶୁଭେନ୍ଦୁ ଅଧିକାରୀଙ୍କ ରୋଡ ସୋ‘

author img

By

Published : Jan 23, 2021, 9:55 AM IST

ତୃଣମୂଳ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ଦିଗଜ ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ଦିଘା ଠାରେ ଏକ ରୋଡ ସୋ’ କରିଛନ୍ତି । ଏଥିରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଦିଘାରେ ସୁଭେନ୍ଦୁ ଅଧିକାରୀଙ୍କ ରୋଡ ସୋ
ଦିଘାରେ ସୁଭେନ୍ଦୁ ଅଧିକାରୀଙ୍କ ରୋଡ ସୋ

କୋଲକାତା : ତୃଣମୂଳ କଂଗ୍ରେସରୁ ବିଜେପିରେ ସାମିଲ ହୋଇଥିବା ପଶ୍ଚିମବଙ୍ଗର ଦିଗଜ ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ଦିଘା ଠାରେ ଏକ ରୋଡ ସୋ‘ କରିଛନ୍ତି । ଏଥିରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହି ସମୟରେ କୋରୋନା ସଂକ୍ରମଣର କୌଣସି ନିୟମକୁ ପାଳନ କାରାଯାଇନଥିବା ଦେଖିବାକୁ ମିଳିଛି ।

ଭିଡରେ ସାମାଜିକ ଦୂରତାର ଧଜିଆ ଉଡାଉଥିବାର ଦେଖିବାକୁ ମିଳିଛି । ସେହି ସମୟରେ ବହୁତ ଲୋକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଛି । ଏପରିକି ନିଜେ ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ସାଥିରେ ଥିବା ଲୋକମାନେ ମଧ୍ୟ ମାସ୍କ ପିନ୍ଧି ନାହାନ୍ତି ।

ଏଠାରେ କହିରଖୁଛୁ, ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି । ବିଜେପି ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଛି ନିର୍ବାଚନ ଜିତିବା ପାଇଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଛାଡିଥିବା ଶୁଭେନ୍ଦୁ ଅଧିକାରୀ ବାରମ୍ବାର ମମତାଙ୍କ ଉପରେ ଆକ୍ରମଣ କରୁଛନ୍ତି । ସେ ବିଶ୍ୱାସ ରଖିଛନ୍ତି ଏଥର ନିଶ୍ଚିତ ଭାବେ ପଶ୍ଚିମ ବଙ୍ଗରେ ବିଜେପିର ସରକାର ଗଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.