ETV Bharat / bharat

ନିଯୁକ୍ତି ସୃଷ୍ଟିକୁ ନେଇ ଯୋଗୀ ସରକାରଙ୍କ ଯୋଜନା

author img

By

Published : May 6, 2020, 3:13 PM IST

ୟୁପି ସରକାର ଏକ ନୂତନ ବିନିଯୋଗ ପ୍ରୋତ୍ସାହନ ଏବଂ ଏଜେନ୍ସି ଗଠନ କରିବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନୂତନ ଏଜେନ୍ସିର ନେତୃତ୍ୱ ନେବେ ଏବଂ ଶିଳ୍ପ ବିକାଶ ମନ୍ତ୍ରୀ ଓ MSME ମନ୍ତ୍ରୀ ଏହାର ଉପାଧ୍ୟକ୍ଷ ହେବେ । ଅଧିକ ପଢନ୍ତୁ...

Yogi govt to set up new agency for investment, employment
ନୂତନ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଯୋଗୀ ସରକାରଙ୍କ ଯୋଜନା

ଲକ୍ଷ୍ନୌ: ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏକ ନୂତନ ବିନିଯୋଗ ପ୍ରୋତ୍ସାହନ ଏବଂ ଏଜେନ୍ସି ଗଠନ କରିବାକୁ ଯୋଜନା କରୁଛନ୍ତି ଯାହା ନୂତନ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନୂତନ ଏଜେନ୍ସିର ନେତୃତ୍ୱ ନେବେ ଏବଂ ଶିଳ୍ପ ବିକାଶ ମନ୍ତ୍ରୀ ଓ ଏମ୍ଏସ୍ଏମ୍ଇ ଏହାର ଉପାଧ୍ୟକ୍ଷ ହେବେ ।

ଶିଳ୍ପ ବିକାଶର ସଚିବ ଆଲୋକ କୁମାରଙ୍କ କହିବା ଅନୁଯାୟୀ, ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ 'ଇନଭେଷ୍ଟ ଇଣ୍ଡିଆ' ସଂସ୍ଥାରୁ ଆସିଥିଲା ଏବଂ ଏହି ନୂତନ ଏଜେନ୍ସି ଏହା ଉପରେ ଆଧାରିତ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏହି ଏଜେନ୍ସିର ସଦସ୍ୟ ହେବେ ଯାହାକି ନୂତନ ପୁଞ୍ଜି ନିବେଶ ଆଣିବା ଏବଂ ରୋଜଗାରର ସୁନିଶ୍ଚିତ ଦିଗରେ କାର୍ଯ୍ୟ କରିବ | ଉତ୍ତରପ୍ରଦେଶକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟ ସରକାର ନିଶ୍ଚିତ କରିସାରିଛନ୍ତି ଯେ ସେମାନଙ୍କୁ ଏଠାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ ।

ଯୋଗ ଆଦିତ୍ୟନାଥ, ମାର୍ଚ୍ଚ 2017ରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ରାଜ୍ୟର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଆଉ ଏବେ ସାରାବିଶ୍ବକୁ ଗ୍ରାସ କରି ଥିବା ଏହି ମହାମାରୀ କୋରୋନା ସଙ୍କଟ, ବିଦେଶୀ ପୁଞ୍ଜି ବିନିଯୋଗକୁ ପ୍ରଭାବିତ କରିପାରେ । ତେଣୁ ଘରୋଇ ପୁଞ୍ଜି ବିନିଯୋଗ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.