ETV Bharat / bharat

ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖୁ ପାକିସ୍ତାନ: ଆମେରିକା

author img

By

Published : Feb 14, 2020, 9:47 AM IST

ମୁମ୍ବାଇ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦକୁ କଠୋର ଦଣ୍ଡ ଦେବା ପାଇଁ ସ୍ବର ଉଠାଇଛି ଆମେରିକା। ଅଧିକ ପଢନ୍ତୁ...

us
ଆମେରିକା

ୱାଶିଂଟନ: ମୁମ୍ବାଇ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦକୁ କଠୋର ଦଣ୍ଡ ଦେବା ପାଇଁ ସ୍ବର ଉଠାଇଛି ଆମେରିକା । ପାକିସ୍ତାନର ଏକ ଅଦାଲତ ଦ୍ବାରା ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ୍‌-ଦୱା(ଜେୟୁଡି)ର ମୁଖ୍ୟ ହାଫିଜ ସଇଦକୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଛି ଆମେରିକା । ଏହା ସହିତ ଏହି ନିଷ୍ପତ୍ତିକୁ ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନା ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ ବୋଲି ପ୍ରତିକ୍ରିୟା ରଖିଛି ଆମେରିକା।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ(ଟେରର ଫଣ୍ଡିଂ) ମାମଲାରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ବୁଧବାର ଦୋଷୀ ସାବ୍ୟସ୍ତ କରାଯାଇଛି । ଏଭଳି ଦୁଇଟି ମାମଲାରେ ତାକୁ ସାଢେ 5 ବର୍ଷ ଲେଖାଏଁ ମୋଟ 11 ବର୍ଷ କାରାଦଣ୍ଡ ମିଳିଛି। ଏନେଇ ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, '2008 ମୁମ୍ବାଇ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ହାଫିଜ ସଇଦକୁ ଦଣ୍ଡ ଦେବା ପାଇଁ ଆମେ ସ୍ବର ଉତ୍ତୋଳନ କରୁଥିବୁ । ମୁମ୍ବାଇ ଆକ୍ରମଣରେ 166 ନିର୍ଦ୍ଦୋଶ ଲୋକଙ୍କ ପ୍ରାଣହାନୀ ଘଟିଥିଲା। ସେମାନଙ୍କ ମଧ୍ୟରେ 6 ଜଣ ଆମେରିକା ନାଗରିକ ମଧ୍ୟ ସାମିଲ ଥିଲେ । ଏହି ଲୋମଟାଙ୍କୁରା ଘଟଣା ପାଇଁ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । '

ସେ ଆହୁରି କହିଛନ୍ତି ଯେ, ହାଫିଜ ସଇଦକୁ ଦଣ୍ଡ ଦେବା ଦକ୍ଷିଣ ଏସିଆର ଶାନ୍ତିରେ ବାଧା ସୃଷ୍ଟି କରୁଥିବା ଆତଙ୍କବାଦୀ ସଙ୍ଗଠନର ସଞ୍ଚାଳନ ରୋକିବା ଦିଗରେ ଏକ ପଦକ୍ଷେପ । ଆତଙ୍କବାଦ ସୃଷ୍ଟି କରୁଥିବା, ଆତଙ୍କବାଦ ପାଇଁ ଫଣ୍ଡିଂ କରୁଥିବା କିମ୍ବା ଆତଙ୍କବାଦର ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ପାକିସ୍ତାନକୁ ଆଗ୍ରହ କରିଛନ୍ତି ସେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.