ETV Bharat / bharat

ଏମଏସଏମଇ ଅଧୀନରେ ନିଯୁକ୍ତି ଦେବାରେ ପଞ୍ଚମ ସ୍ଥାନରେ ୟୁପି

author img

By

Published : Nov 4, 2020, 1:28 PM IST

ଦେଶରେ ଶ୍ରମିକମାନଙ୍କୁ ଏମଏସଏମଇ ଅଧୀନରେ ନିଯୁକ୍ତି ଯୋଗାଇ ଦେବାରେ ଶ୍ରେଷ୍ଠ 10 ରାଜ୍ୟ ଭିତରୁ ପଞ୍ଚମ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଅଧିକ ପଢନ୍ତୁ...

ଏମଏସଏମଇ ଅଧୀନରେ ନିଯୁକ୍ତି ଦେବାରେ ୟୁପି ପଞ୍ଚମ ସ୍ଥାନରେ ରହିଛି
UP among Top 5 in MSME employment generators

ଲକ୍ଷ୍ନୌ:କୋରୋନା ମହାମାରୀ ସମୟରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଅଧୀନରେ ନିଯୁକ୍ତି ଯୋଗାଇବା କ୍ଷେତ୍ରରେ ଉତ୍ତରପ୍ରଦେଶ ଦେଶରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ।

ଉତ୍ତରପ୍ରଦେଶ ସରକାର କେବଳ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ 40 ଲକ୍ଷ ପ୍ରବାସୀଙ୍କୁ ଫେରାଇ ଆଣି ନାହାନ୍ତି ବରଂ ସେମାନଙ୍କୁ ନିଯୁକ୍ତି ଯୋଗାଇଦେବା ଭଳି କଠିନ କାର୍ଯ୍ୟ ମଧ୍ୟ ଗ୍ରହଣ କରିଥିବା କହିଛନ୍ତି ସରକାରୀ ମୁଖପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ରାଜ୍ୟ ସରକାର ପ୍ରାୟ 20 ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ମାପି ସେମାନଙ୍କ ଦକ୍ଷତା ଅନୁଯାୟୀ ଚାକିରି ଦେବାକୁ ସକ୍ଷମ ହୋଇଥିଲେ।

ରାଜ୍ୟ ସରକାର ଏଥିପାଇଁ ନୂତନ ଏମଏସଏମଇ ଗଠନ କରିଛନ୍ତି ଯାହା ଉଦ୍ୟୋଗୀମାନଙ୍କୁ ଋଣ ଦେବାରେ ସାହାଯ୍ୟ କରୁଛି । ଉଦ୍ୟୋଗୀମାନଙ୍କୁ ଅଧିକ ସାହାଯ୍ୟ କରିବାକୁ ନୂତନ ପୋର୍ଟାଲ୍ 'ସାଥି'ର ଉନ୍ମୋଚନ କରିଛନ୍ତି। ଅଧିକ ନିଯୁକ୍ତି ସୃଷ୍ଟି କରିବା ତଥା ଲୋକଙ୍କୁ ଉଦ୍ୟୋଗୀର କୌଶଳ ଶିଖାଇବା ପାଇଁ ସରକାର 1000ଟି ନୂତନ ୟୁନିଟ୍ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି ବୋଲି କହିଛନ୍ତି ସରକାରଙ୍କ ମୁଖପାତ୍ର । ରାଜ୍ୟରେ ବର୍ତ୍ତମାନ ପ୍ରାୟ 90 ଲକ୍ଷ ଏମଏସଏମଇ କାର୍ଯ୍ୟକ୍ଷମ ଅଛି । ଏକ ବର୍ଷ ମଧ୍ୟରେ 11 ଲକ୍ଷ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭିନ୍ନ ଶିଳ୍ପ ସହିତ ଏମଓୟୁ ସ୍ୱାକ୍ଷର କରିଛନ୍ତି ।

କୋରୋନା ମହାମାରୀ ସମୟରେ ଉତ୍ତରପ୍ରଦେଶର ଏମଏସଏମଇ ଅଧୀନରେ ଥିବା ‘ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ’ ଯୋଜନା ପରିବର୍ତ୍ତନକାରୀ ଭାବରେ ଉଭା ହୋଇଥିଲା । ଓଡିଓପ ଅଧିନରେ ଥିବା 75ଟି ଜିଲ୍ଲା ସେମାନଙ୍କ ଉତ୍ପାଦକୁ ଅନଲାଇନରେ ଜରିଆରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହିତ ଏବଂ ବିକ୍ରି କରୁଛନ୍ତି । ଫଳସୂରୁପ,ଏଟା, ପିଲିବିଟ୍, ମିର୍ଜାପୁର ଏବଂ ପ୍ରତାପଗଡ ଏ ଜାନୁପୁର ଭଳି ଛୋଟ ଛୋଟ ଜିଲ୍ଲାଗୁଡିକ ନିଯୁକ୍ତି କେନ୍ଦ୍ରରେ ପରିଣତ ହୋଇଛି |

ଶ୍ରେଷ୍ଠ 10 ରାଜ୍ୟ ତାଲିକାରେ କର୍ଣ୍ଣାଟକ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ତେଲେଙ୍ଗାନାଠାରୁ ଉତ୍ତରପ୍ରଦେଶ ଆଗରେ ରହିଥିବାବେଳେ ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ ଏବଂ ମହାରାଷ୍ଟ୍ରଠାରୁ ପଛରେ ରହିଥିବା ଆରବିଆଇର ଏକ ରିପୋର୍ଟରୁ ସୂଚନା ମିଳିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.