ETV Bharat / bharat

2100 ସୁଦ୍ଧା 1 ମିଟର ବଢିବ ସମୁଦ୍ର ପତ୍ତନ

author img

By

Published : May 16, 2020, 10:06 PM IST

ଅତ୍ୟଧିକ ଗାଡିମୋଟର ଚଳାଚଳ ଫଳରେ ବିଷାକ୍ତ ଗ୍ୟାସର ପରିମାଣ ବୃଦ୍ଧି ପାଇଛି । ସେହିପରି ସମୁଦ୍ରକୁ ଛଡା ଯାଉଥିବା ବିଷାକ୍ତ ପାଣିର ପରିମାଣ ମଧ୍ୟ ବଢି ଚାଲିଛି । ଅଧିକ ପଢନ୍ତୁ...

2100 ସୁଦ୍ଧା 1 ମିଟର ବଢିବ ସମୁଦ୍ର ପତ୍ତନ
2100 ସୁଦ୍ଧା 1 ମିଟର ବଢିବ ସମୁଦ୍ର ପତ୍ତନ

ପୋଟ୍ସଡାମ(ଜର୍ମାନୀ): ପରିବେଶ ପ୍ରଦୂଷଣ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ବିଷାକ୍ତ ଗ୍ୟାସର ପରିମାଣ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଗ୍ଲୋବାଲ ୱାର୍ମିଂ ଓ ସମୁଦ୍ର ପତ୍ତନ ଉପରେ ଏହାର ପ୍ରଭାବ ପଡିଛି । ଏକ ସର୍ଭେ ଅନୁସାରେ ଆଗାମୀ 2100 ବର୍ଷ ସୁଦ୍ଧା ଏହି ସମୁଦ୍ର ପତ୍ତନ ପ୍ରାୟ 1 ମିଟର କିମ୍ବା ଏହାଠାରୁ ଅଧିକ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ଏନେଇ ରିସର୍ଚ୍ଚରମାନେ କହିଛନ୍ତି ଯେ ବର୍ତ୍ତମାନ ସମୟ ଓ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଆମେ ଯାହା କରିବା ତାହା ଭବିଷ୍ୟତ ପିଢିର ଭାଗ୍ୟ ନିର୍ଦ୍ଧାରଣ କରିବ । ଆସନ୍ତା ଅନେକ ବର୍ଷ ଯାଏଁ ସମୁଦ୍ର ପତ୍ତନର ବୃଦ୍ଧି ଓ ହ୍ରାସ ସମ୍ପର୍କରେ ଆଜିର କାର୍ଯ୍ୟ ନିର୍ଭର କରେ । କଳକାରଖାନା ଓ ଶିଳ୍ପର ବୃଦ୍ଧି ଯୋଗୁଁ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି ।

ଏହାସହ ଅତ୍ୟଧିକ ଗାଡିମୋଟର ଚଳାଚଳ ଫଳରେ ବିଷାକ୍ତ ଗ୍ୟାସର ପରିମାଣ ବୃଦ୍ଧି ପାଇଛି । ସେହିପରି ସମୁଦ୍ରକୁ ଛଡା ଯାଉଥିବା ବିଷାକ୍ତ ପାଣିର ପରିମାଣ ମଧ୍ୟ ବଢିଚାଲିଛି । ନିର୍ଗତ ଗ୍ୟାସକୁ ନିୟନ୍ତ୍ରଣରେ ନ ରଖିଲେ ଏହି ସମୁଦ୍ର ପତ୍ତନ ବୃଦ୍ଧି ଭବିଷ୍ୟତ ପିଢି ପାଇଁ ବିପଦ ଆଣିବ ବୋଲି ରିସର୍ଚ୍ଚରମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଏସବୁକୁ ଦୃଷ୍ଟିରେ ରଖି ରିସର୍ଚ୍ଚରମାନେ କହିଛନ୍ତି ଯେ ଆଗାମୀ 2100 ସୁଦ୍ଧା ସମୁଦ୍ର ପତ୍ତନ ପ୍ରାୟ 1 ମିଟର ପର୍ଯ୍ୟନ୍ତ ବଢିଯିବ । ସେହିପରି 2300 ସୁଦ୍ଧା ଏହା ପ୍ରାୟ 5 ମିଟରରୁ ଅଧିକ ବଢିବାର ଆଶଙ୍କା ରହିଛି । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ମଧ୍ୟ ଅନେକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ବରଫର ଆସ୍ତରଣ ଅଧିକ ତରଳିବାରେ ଲାଗିଛି । ତେଣୁ ଭବିଷ୍ୟତରେ ପରିବେଶ ପ୍ରତି ବିପଦ ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.