ETV Bharat / bharat

26/11 ଆକ୍ରମଣ, ମୃତକଙ୍କୁ ମନେପକାଇ ହାବବିହ୍ବଳ ହେଲେ ରତନ ଟାଟା

author img

By

Published : Nov 26, 2020, 9:20 PM IST

ଆଜି 26/11 ଆତଙ୍କବାଦୀ ଆକ୍ରମଣକୁ 12 ବର୍ଷ ପୁରିଛି । ତେବେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ମଧ୍ୟ ଏକ ଭାବବିହ୍ବଳ ଲେଖା ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ରତନ ଟାଟାଙ୍କ ହାବବିହ୍ବଳ ଟ୍ବିଟ
ରତନ ଟାଟାଙ୍କ ହାବବିହ୍ବଳ ଟ୍ବିଟ

ମୁମ୍ବାଇ: ନଭେମ୍ବର 26, 2008 ମସିହାରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲାର ସେହି ଲୋମଟାଙ୍କୁରା ଘଟଣା ଆଜି ବି ସବୁ ଭାରତୀୟଙ୍କ ପାଇଁ କାଳ ରାତି । ଆଜି ସେହି ଘଟଣାକୁ 12 ବର୍ଷ ବିତିଯାଇଥିଲେ ବି, ସବୁ ଭାରତୀୟ ସେହି ଘଟଣାକୁ ମନେପକାଇ ସେଥିରେ ପ୍ରାଣହାନୀ ଘଟିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ରାଜନେତା ଠାରୁ ଅଭିନେତା, ଆକ୍ରମଣକୁ ମନେପକାଉ ଥିବାବେଳେ ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ମଧ୍ୟ ଏକ ଭାବବିହ୍ବଳ ଲେଖା ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ରତନ ଟାଟାଙ୍କ ହାବବିହ୍ବଳ ଟ୍ବିଟ
ରତନ ଟାଟାଙ୍କ ହାବବିହ୍ବଳ ଟ୍ବିଟ

ଟାଟା ନିଜର ଟୁଇଟର୍ ଆକାଉଣ୍ଟରେ ‘ହୋଟେଲ ତାଜ’ର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଆତଙ୍କୀଙ୍କ ସହ ଲଢି ଯେଉଁମାନେ ନିଜ ଜୀବନକୁ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଆମେ ସର୍ବଦା ମନେ ରଖିବୁ। ଆମକୁ ସବୁ ମନେ ଅଛି । ଆଜିକୁ ଠିକ 12 ବର୍ଷ ତଳେ ଯେଉଁ ବିନାଶ ହୋଇଥିଲା, ତାକୁ କେବେ ବି କେହି ଭୁଲି ପାରିବେ ନାହିଁ । କିନ୍ତୁ ସେହିଦିନ ଆତଙ୍କବାଦୀ ଏବଂ ବିନାଶକୁ ଧ୍ବଂସ କରିବା ପାଇଁ ଯେଉଁଭଳି ଭାବେ ମୁମ୍ବାଇ ବାସିନ୍ଦା ସବୁ ମତଭେଦ ଭୁଲି ଏକାଠି ହୋଇଥିଲେ, ତାହା ସବୁବେଳେ ସ୍ମରଣୀୟ ହୋଇ ରହିବ ।

ଆମେ ଯାହାଙ୍କୁ ହରାଇଛୁ ବା ଯେଉଁମାନେ ଶତ୍ରୁ ଉପରେ ବିଜୟ ହାସଲ କରିବା ପାଇଁ ବଳିଦାନ ଦେଇଛନ୍ତି, ଆଜି ଆମେ ସେମାନଙ୍କ ପାଇଁ ଶୋକ ମନାଇବା । କିନ୍ତୁ ଆମକୁ ସେହି ଏକତା, ଦୟା ଓ ସମ୍ବେଦନଶୀଳତାକୁ ପ୍ରୋତ୍ସାହନ କରିବା ସହ ତାକୁ କାଏମ ରଖିବା ଦରକାର ବୋଲି ରତନ ଟାଟା ଟ୍ବିଟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.