ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ

author img

By

Published : Aug 24, 2020, 2:39 PM IST

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାସୱାନ ଫୁସଫୁସ ଓ କିଡନୀ ଜନିତ ସମସ୍ୟା ହେତୁ ଫୋର୍ଟିସ ଏସକର୍ଟ ହାର୍ଟ ଇନିଷ୍ଟିଚ୍ୟୁଟରେ ରବିବାର ଭର୍ତ୍ତି ହୋଇଛନ୍ତି ।

ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ହସପିଟାଲରେ ଭର୍ତ୍ତି ହେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ହସପିଟାଲରେ ଭର୍ତ୍ତି ହେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ନୂଆଦିଲ୍ଲୀ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାଶୱାନ ଫୁସଫୁସ ଓ କିଡନୀ ଜନିତ ସମସ୍ୟା ହେତୁ ଫୋର୍ଟିସ ଏସକର୍ଟ ହାର୍ଟ ଇନିଷ୍ଟିଚ୍ୟୁଟରେ ରବିବାର ଭର୍ତ୍ତି ହୋଇଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ତୀକ୍ଷ୍ମ ନଜର ରଖିଥିବା ନେଇ ଡାକ୍ତରମାନେ କହିଛନ୍ତି ।

ତେବେ ମନ୍ତ୍ରୀଙ୍କ ହୃଦ ଜନିତ ସମସ୍ୟା ପୂର୍ବରୁ ରହିଛି ବୋଲି ଡାକ୍ତରମାନେ କହିଛନ୍ତି । 2017 ରେ ପାଶୱାନ୍ ଏକ ଡିଭାଇସ୍ ଫିଟ୍ କରି ଏକ ଲିକ୍ ହାର୍ଟ ଭଲଭ୍ ଠିକ୍ କରିବା ପାଇଁ ଲଣ୍ଡନରେ ହାର୍ଟ ସର୍ଜରୀ କରିଥିଲେ ।

ତାଙ୍କର ଏକାଧିକ ସମସ୍ୟା ରହିଛି । ତାଙ୍କର ପୂର୍ବରୁ ଥିବା ହୃଦୟ ଜନିତ ସମସ୍ୟା ହେତୁ ତାହା ଭଲ ଭାବରେ କାର୍ଯ୍ୟ କରନାହିଁ । ଏବେ ତାଙ୍କୁ ଔଷଧ ଦିଆଯାଉଥିବା ସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ନେଇ କହିଛନ୍ତି ଜଣେ ଡାକ୍ତର ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.