ETV Bharat / bharat

‘ପାକିସ୍ତାନ ସହ ଆବଶ୍ୟକତା ନାହିଁ କୌଣସି କଥାବାର୍ତ୍ତା’

author img

By

Published : Sep 27, 2019, 4:56 PM IST

Updated : Sep 27, 2019, 5:07 PM IST

ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମାଙ୍କ ସହ ଇସଲାମାବାଦରେ ଅବସ୍ଥାପିତ ପୂର୍ବତନ ଭାରତୀୟ ଉଚ୍ଚାୟୁକ୍ତ ଶରତ ସଭରୱାଲଙ୍କ ସ୍ବତନ୍ତ୍ର ସାକ୍ଷାତକାର । ଆଜି ଜାତିସଂଘ ମହାସଭାର 74ତମ ଅଧିବେଶନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଦବୋଧନ ଦେବେ । ତେବେ ପାକିସ୍ତାନ ସହ ପ୍ରଧାନମନ୍ତ୍ରୀ ମୋଦି କୌଣସି ଆଲୋଚନା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଶରତ ସଭରୱାଲ ।

ଫଟୋ ସୌଜନ୍ଯ: ଇଟିଭି ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସହ କୌଣସି ପ୍ରକାର ବୁଝାମଣା କରିବାର ଆବଶ୍ୟକତା ନାହିଁ । ମୋଦି ନିଶ୍ଚୟ ଅନ୍ତର୍ଜାତୀୟ ମୁଦ୍ଦା ଉପରେ ଧ୍ୟାନ ଦେବା ଉଚିତ । ସେ ଜଣେ ଅନୁଭବୀ ରାଜନେତା । କଠିନ ରାସ୍ତାରେ ସହଜରେ ଚାଲିବାରେ ସେ ଧୂରୀଣ ପଥିକ । ଜଟିଳ ସମସ୍ୟାକୁ ସମାଧାନ କରିବାରେ ମୋଦି ପ୍ରବୀଣ । ଆଜି ମିଳିତ ଜାତିସଂଘ ସାଧାରଣ ପରିଷଦର 74ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆଉ ଠିକ୍ ଏହି ସମୟରେ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଇସଲାମାବାଦରେ ଅବସ୍ଥାପିତ ପୂର୍ବତନ ଭାରତୀୟ ଉଚ୍ଚାୟୁକ୍ତ ଶରତ ସଭରୱାଲ ।

ସଭରୱାଲ କହିଛନ୍ତି, ଏହି ସମୟରେ ପାକିସ୍ତାନ ସହ ଭାରତ କୌଣସି ପ୍ରକାର କଥାବାର୍ତ୍ତା କରିବାର ସମ୍ଭାବନା ନାହିଁ । କାରଣ ଦେଶରେ ଲୋକପ୍ରିୟତା ହାସଲ କରିଥିବା ମୋଦି ସରକାର ଆତଙ୍କବାଦୀଙ୍କୁ ପୋଷୁଥିବା ଦେଶ ସହ ବାର୍ତ୍ତାଳାପ କରିବେ ନାହିଁ । ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମାଙ୍କ ସହ ହୋଇଥିବା ସ୍ବତନ୍ତ୍ର ସାକ୍ଷାତକାରରେ ସଭରୱାଲ ରେଖାଙ୍କିତ ମାଧ୍ୟମରେ ଭାରତର କୂଟନୈତିକ ଦିଗକୁ ଚିତ୍ରିତ କରିଛନ୍ତି । ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାର ଘଟଣା ଆମ ପାଇଁ ଚାନ୍ତାର ବିଷୟ ନୁହେଁ । ବଂର ପାକିସ୍ତାନ ଆତଙ୍କବାଦୀ କିପରି ପ୍ରୋତ୍ସାହନ ଦେଉଛି, ଆତଙ୍କବାଦକୁ ନେଇ ପାକ୍ ର ବୟାନ ଏବଂ ଏଫଏଟିଏଫ ବୈଠକରେ କଣ ଘଟିଛି ତାହାର ଅସଲ ରୂପ ଦୁନିଆକୁ ଦେଖାଇବାର ଉପଯୁକ୍ତ ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ଅକ୍ଟୋବର ଆମ ପାଇଁ ମହତ୍ବପୂର୍ଣ୍ଣ ରହିବ । କରତାରପୂର କରିଡ଼ର ଖୋଲିବା ପାଇଁ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ପାକ ସହ ହେବା ଉଚିତ ନୁହଁ ବୋଲି ମତବ୍ୟକ୍ତ କରିଛନ୍ତି ଶରତ ।

ପ୍ରଶ୍ନ: ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଜାତିସଂଘର ସାଧାରଣ ପରିଷଦ ଅଧିବେଶନକୁ ସମ୍ବୋଧିତ କରିବେ, ଆପଣ କଣ ଭାବୁଛନ୍ତି ମୋଦି ପଚାରିଥିବା କାଶ୍ମୀର ମାମଲା ଉପରେ ପାକିସ୍ତାନ ଜବାବ ଦେବ ?


ଶରତ ସଭରୱାଲ: ଏହା ପ୍ରଥମଥର ଘଟିବାକୁ ଯାଉନାହିଁ । କାଶ୍ମୀର ସମସ୍ୟାକୁ ନେଇ ଭାରତ ବିରୋଧରେ ଜାତିସଂଘରେ ପୂର୍ବରୁ ଅଭିଯୋଗ ଦାଖଲ କରିଥିଲା ପାକିସ୍ତାନ । କିନ୍ତୁ ବିଫଳ ହୋଇଛି । ଜମ୍ମୁ କାଶ୍ମୀର ସମସ୍ୟା ପାଇଁ ଜାତିଂସଙ୍ଘରେ ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିବାକୁ ଅନେକ ଥର ଚେଷ୍ଟା କରି ଧକ୍କା ଖାଇଛି ପାକ୍ । ଜାତିସଂଘ ମହାସଭାରେ ସେ ଏପରି କିଛି କହିବାର ସାହସ କରିବ ନାହିଁ, ଯେଉଁଥିରେ କି ଭାରତ ପ୍ରତିକ୍ରିୟାଶୀଳ ହେବ । ଯଦି ବି ସୁଯୋଗ ମିଳିବ ଇମ୍ରାନ ମୁଦ୍ଦା ଉଠାଇପାରନ୍ତି । କିନ୍ତୁ ଆମେରିକା ଏବଂ କିଛି ବଡ ଦେଶର ନିରବତା ପ୍ରକାଶ ପାଇବା ପରେ ଏହା କୌଣସି ଫଳପ୍ରଦ ହେବନାହିଁ ।

ପ୍ରଶ୍ନ: ଭାରତ ଏବଂ ପାକିସ୍ତାନର କଥାବାର୍ତ୍ତାରେ ସମସ୍ୟାର ସମାଧାନ ପାଇଁ କିଛି ସମ୍ଭାବନା ରହିଛି କି ?


ଶରତ ସଭରୱାଲ: ମୋ ବିଚାରରେ ଜୀବନରେ ସବୁଠୁ କଠିନ ସମସ୍ୟାରେ ମଧ୍ୟ ସମ୍ବାଦର ସ୍ଥାନ ରହିଛି । ଯେମିତି ଆପଣଙ୍କ ସହ ସମ୍ବାଦର ସଂବନ୍ଧ ରହିଛି । ଘୃଣ୍ୟ କାର୍ଯ୍ୟକୁ ସର୍ବଦା ନିଜର ରଖିବା ଉଚିତ । କିନ୍ତୁ ସରକାର ଏହି ସ୍ଥିତିରେ ଆତଙ୍କବାଦୀ ଦେଶ ସହ ଚାଲିପାରିବେ ନାହିଁ । ଯାହା ମୋତେ ମାନିବାକୁ ପଡ଼ିବ । ବର୍ତ୍ତମାନର ସରକାର ଉପରେ ଜନସାଧାରଣଙ୍କ ଭରସା ରହିଛି । ଲୋକପ୍ରିୟତା ମଧ୍ୟ ସରକାରର ରହିଛି । ତେଣୁ ଏପରି ସମୟରେ ପାକିସ୍ତାନ ସହ ଯଦି ବୁଝାମଣା କରାଯିବ କିମ୍ବା ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇବା ପାଇଁ ପ୍ରୟାସ କରାଯିବ, ସେ ବଦଳରେ ଧାରା 370କୁ ପୁନର୍ବାର ଲାଗୁ କରାଇବା ପାଇଁ ସର୍ତ୍ତ ରଖିପାରେ । ଯାହା ଅସମ୍ଭବ । ଏହି ସମୟରେ ସମାଧାନର କୌଣସି ସମ୍ଭାବନା ଦେଖା।ଯାଉନାହିଁ ।

ପ୍ରଶ୍ନ: କଣ ନୂଆଦିଲ୍ଲୀ ପାକିସ୍ତାନକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି, କାଶ୍ମୀର ସ୍ଥିତି ସେ ପର୍ଯ୍ୟନ୍ତ ସୁଧିରିବ ନାହିଁ ଯେ ପର୍ଯ୍ୟନ୍ତ ପାକିସ୍ତାନ ଏକ ସାମାନ୍ୟ ପଡ଼ୋଶୀ ନହୋଇଛି ?

ଶରତ ସଭରୱାଲ: ଏହା କେବଳ ଏକ ସାମାନ୍ୟ ସଙ୍କେତ । କୌଣସି ବାହାର ଲୋକ ଆମ ସମସ୍ୟା ଭିତରେ ମୁଣ୍ଡ ଖେଳାଇବା ଅନୁଚିତ । ପାକିସ୍ତାନ ସୁରକ୍ଷା ଏବଂ ଶାନ୍ତି ଚାହୁଁନାହିଁ , ଭାରତ ପ୍ରତି ଶତ୍ରୁତା ମନୋଭାବ ସବୁବେଳେ ରହିଛି ତାର । ଯେଉଁଥି ପାଇଁ ଭାରତର ଆଭିମୁଖ୍ୟ ସବୁବେଳେ ସମାନ । ଘାଟିରେ ଅଶାନ୍ତି ସୃଷ୍ଟି କରିବା ଠୁ ଆରମ୍ଭ କରି ଭାରତୀୟ ଯବାନଙ୍କୁ ଗୃହବନ୍ଦୀ କରି ରଖିବା ସେମାନଙ୍କ ପାଇଁ ସାଧନ ସାଜିଛି । ତେଣୁ କାଶ୍ମୀର ସ୍ଥିତି ହେଉ କିମ୍ବା ଧାରା 370 ଉଚ୍ଛେଦ । ପାକିସ୍ତାନର କୌଣସି ବିଶେଷ ସ୍ଥିତ କିମ୍ବା ଅଧିକାର ନାହିଁ । ଆମେ ଭୁଲି ନ ଯିବା ଦରକାର କି, ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ହାତ ଅଛି ।

ପ୍ରଶ୍ନ: ହୋଷ୍ଟନରେ ମୋଦି ମେଗା ରାଲି କଲେ, ଗୋଟିଏ ମଞ୍ଚରେ ମୋଦି-ଟ୍ରମ୍ପ ଏକାଠି ହେଲେ । ଏହା ପରେ ମଧ୍ୟ ଟ୍ରମ୍ପ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ । ତେବେ କାଶ୍ମୀରକୁ ନେଇ ଟ୍ରମ୍ପକୁ କିପରି ଦେଖୁଛନ୍ତି ?

ଶରତ ସଭରୱାଲ: ଏହା ଆମେରିକା ପାଇଁ କଠିନ ଯାତ୍ରା । ବାଣିଜ୍ୟ ସମସ୍ୟା ଠାରୁ ଆରମ୍ଭ କରି ଭାରତ ସହିତ ଆମେରିକାର ସମ୍ପର୍କ କ୍ଷୀପ୍ର ଗତିରେ ବଢିଚାଲିଛି । ଏହା ଏକ ରଣନୈତିକ ସଂବନ୍ଧ । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି ମଧ୍ୟ ପାକିସ୍ତାନର ଅନ୍ୟ ଏକ ଏଜେଣ୍ଡା । କିନ୍ତୁ ସଫଳ ସେ ହୋଇପାରୁନାହିଁ । ଏହି ମାମଲାରେ ଆମେରିକା ହସ୍ତକ୍ଷେପ କରି ପାକିସ୍ତାନ ଏବଂ ଚୀନର ସମ୍ପର୍କକୁ ଦୂରେଇବାକୁ ଚାହୁଁଛି । ଏପଟେ କାଶ୍ମୀର ପ୍ରସଙ୍ଗରେ ଆମେରିକା ମଧ୍ୟସ୍ଥତା କରିବାକୁ ଆଗ୍ରହୀ ଥିଲେ ମଧ୍ୟ ଭାରତ ସଫା ସଫା ମନା କରିଦେଇଛି । କିନ୍ତୁ ଆମକୁ ଏହା ମଧ୍ୟ ଭାବିବାକୁ ପଡ଼ିବ ଆମେରିକା ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ କାହିଁକି ଚାହୁଁଛି ?

Intro:Body:

Sharat


Conclusion:
Last Updated : Sep 27, 2019, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.