ETV Bharat / bharat

'ଝଗଡା କରାଇବାକୁ ଚାହୁଁଛ କି?'

author img

By

Published : Sep 11, 2019, 11:31 PM IST

ଏକ କାର୍ଯ୍ୟକ୍ରମରେ ଯେତେବେଳେ ସାମ୍ବାଦିକ କେନ୍ଦ୍ରମନ୍ତ୍ରୀଙ୍କୁ ଅଟୋ ସେକ୍ଟର ଉପରେ ଅର୍ଥମନ୍ତ୍ରୀଙ୍କ ବୟାନ ଉପରେ ମତ ରଖିବାକୁ କହିଲେ ସେତେବେଳେ ଗଡକରୀ କହିଲେ, 'ଜାଣିଛି ଏହା ଏକ ବିବାଦୀୟ ପ୍ରଶ୍ନ ହେଲେ ମୋ ଠାରୁ ଉତ୍ତର ଆଶାରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡା କରାଇବାକୁ ଚାହୁଁନ ତ'?

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ଆର୍ଥିକ ସ୍ଥିତି । ଯାହାକୁ ନେଇ ପ୍ରତିଦିନ ସରକାରଙ୍କୁ ଘେରୁଛନ୍ତି ବିରୋଧି । ଅନ୍ୟପଟେ ଅର୍ଥମନ୍ତ୍ରୀ ଯେଉଁ ଅଟୋ ସେକ୍ଟର ଉପରେ ନିଜର ବୟାନ ରଖିଛନ୍ତି ତାକୁ ନେଇ ବି ଜାରି ରହିଛି ବୟାନବାଜି । ଏହାରି ଭିତରେ କେନ୍ଦ୍ର ପରିବହନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ରୋମାଞ୍ଚକର ବୋଲି କୁହାଯାଉଛି ।

ସାରା ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଓ ଅଟୋ ସେକ୍ଟରକୁ ନେଇ ଚାଲିଛି ଭାଳେଣି । କାହା ପାଇଁ ଭାରତର ଆର୍ଥିକ ମେରୁଦଣ୍ଡ ହଲିଛି ତାକୁ ନେଇ ଛକାପଞ୍ଝା ଲାଗିରହିଛି। ତେବେ ଏହାରି ମଧ୍ୟରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସାମ୍ବାଦିକଙ୍କ ପ୍ରଶ୍ନରେ ଏକ ରୋମାଞ୍ଚକର ଉତ୍ତର ରଖିଥିଲେ । ଏକ କାର୍ଯ୍ୟକ୍ରମରେ ଯେତେବେଳେ ସାମ୍ବାଦିକ କେନ୍ଦ୍ରମନ୍ତ୍ରୀଙ୍କୁ ଅଟୋ ସେକ୍ଟର ଉପରେ ଅର୍ଥମନ୍ତ୍ରୀଙ୍କ ବୟାନ ଉପରେ ମତ ରଖିବାକୁ କହିଲେ ସେତେବେଳେ ଗଡକରୀ କହିଲେ, 'ଜାଣିଛି ଏହା ଏକ ବିବାଦୀୟ ପ୍ରଶ୍ନ ହେଲେ ମୋ ଠାରୁ ଉତ୍ତର ଆଶାରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡା କରାଇବାକୁ ଚାହୁଁନ ତ'?

ସୂଚନା ଯୋଗ୍ୟ, ଗତକାଲି ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣ କହିଛନ୍ତି, ଅଟୋମୋବାଇଲ କ୍ଷେତ୍ରରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ ବିଏସ-୬ ସଂସ୍କାର, ପଞ୍ଜୀକରଣ ଶୁଳ୍କ ବୃଦ୍ଧି ଏବଂ ନୂଆ ପୀଢିର ପିଲାମାନଙ୍କ ଚିନ୍ତାଧାରା ଦାୟୀ । ଆଜିକାଲିର ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ।

ସେମାନେ କାର ବା ଗାଡି କିଣି ଇଏମଆଇ ବା ଋଣ ବାବଦ ମାସିକ କିସ୍ତି ଦେବା ବଦଳରେ ଓଲା, ଉବରର ସେବା ଏବଂ ମେଟ୍ରୋରେ ଯାତାୟତ କରିବାକୁ ପସନ୍ଦ କରୁଛନ୍ତି ବୋଲି ସୀତାରମଣ କହିଥିଲେ ।

Intro:Body:

ନୂଆଦିଲ୍ଲୀ: ଦେଶରେ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ଆର୍ଥିକ ସ୍ଥିତି । ଯାହାକୁ ନେଇ ପ୍ରତିଦିନ ସରକାରଙ୍କୁ ଘେରୁଛନ୍ତି ବିରୋଧି । ଅନ୍ୟପଟେ ଅର୍ଥମନ୍ତ୍ରୀ ଯେଉଁ ଅଟୋ ସେକ୍ଟର ଉପରେ ନିଜର ବୟାନ ରଖିଛନ୍ତି ତାକୁ ନେଇ ବି ଜାରି ରହିଛି ବୟାନବାଜି । ଏହାରି ଭିତରେ କେନ୍ଦ୍ର ପରିବହନ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ ରୋମାଞ୍ଚକର ବୋଲି କୁହାଯାଉଛି ।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.