ETV Bharat / bharat

ବିଶ୍ବତାପନକୁ ନେଇ ଗର୍ଜିଲେ ବିଶ୍ବବାସୀ

author img

By

Published : Nov 30, 2019, 2:33 PM IST

ବିଶ୍ବତାପନ(ଗ୍ଲୋବାଲୱାର୍ମିଂ)କୁ ନେଇ ଧାରଣାରେ ବସିଲେ ଲକ୍ଷାଧିକ ଲୋକ । ଜଳବାୟୁ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀ ପୂର୍ବରୁ ବିଶ୍ବସମୁଦାୟ ଉପରେ ଚାପ ପକାଇବା ଲାଗି ରାଜରାସ୍ତାକୁ ଓହ୍ଲାଇଛନ୍ତି ୟୁରୋପ ଓ ଏସିଆର ଜନସାଧାରଣ ।

PROTEST
ବିଶ୍ବ ଉଷ୍ଣତା ବୃଦ୍ଧିକୁ ନେଇ ଲକ୍ଷାଧିକ ସଂଖ୍ୟକ ଲୋକଙ୍କ ଧାରଣା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନେଇ ମିଳିତ ଜାତିସଂଘ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ । ହେଲେ ଏହା ପୂର୍ବରୁ ରାସ୍ତାକୁ ଓହ୍ଲାଇଛନ୍ତି ଦିଲ୍ଲୀର ଶତାଧିକ ଛାତ୍ରଛାତ୍ରୀ । ବିଶ୍ବତାପନ (ଗ୍ଲୋବାଲୱାର୍ମିଂ) ବୃଦ୍ଧିକୁ ନେଇ ଦିଲ୍ଲୀର ପାଖାପାଖି 50ଟି ସ୍କୁଲକଲେଜର ଛାତ୍ରଛାତ୍ରୀ ବିଶ୍ବସମୁଦାୟ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି ।

ବିଶ୍ବତାପନ ବୃଦ୍ଧିକୁ ନେଇ ୟୁରୋପ ଓ ଏସିଆର ପ୍ରତ୍ୟେକଟି ଦେଶର ଲୋକେ ଜଳବାୟୁକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଆଉ ଏହିକ୍ରମରେ ଦିଲ୍ଲୀର ଛାତ୍ରଛାତ୍ରୀ ହାତରେ ପ୍ଲାଷ୍ଟିକ ଓ ପ୍ଲାକାର୍ଡ ଧରି କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ମାର୍ଗ ପର୍ଯ୍ୟନ୍ତ ନାରାବାଜି କରିଥିଲେ । ଏହାସହିତ ସରକାର ପରିବେଶ ସୁରକ୍ଷା ପାଇଁ ତୁରନ୍ତ ଜରୁରୀକାଳିନୀ ପରିସ୍ଥିତି ଘୋଷଣା କରନ୍ତୁ ବୋଲି ଦାବି କରିଥିଲେ ।

'ଗୋଟିଏ ଗ୍ରହ ଗୋଟିଏ ଲଢେଇ' ନାରା ନେଇ ଗର୍ଜିଛନ୍ତି ଜର୍ମାନୀର ରାଜଧାନୀ ବର୍ଲିନିର ଅଧିବାସୀ । ' ଫ୍ରାଇଡେ ଫର ଫ୍ୟୁଚର' ପକ୍ଷରୁ ଜର୍ମାନୀର 500ଟି ସହରର 6,30,000 ଲୋକେ ବିଶ୍ବତାପନକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେହିପରି ଜର୍ମାନୀର ଦୁଇ ପ୍ରମୁଖ ସହର ହୋମବର୍ଗ ଏବଂ ମ୍ୟୁନିକରେ ପ୍ରାୟ 50 ହଜାର ଲୋକ ଏକତ୍ରିତ ହେବା ସହ ବୃଦ୍ଧି ପାଉଥିବା ତାପମାତ୍ରାକୁ ନେଇ ସ୍ବର ଉତ୍ତୋଲନ କରିଛନ୍ତି । ଅନ୍ୟପଟେ ଜାତିସଂଖ୍ୟାର ମୁଖ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ଏନେଇ ପ୍ରତିବାଦ କରାଯାଇଛି।

ବର୍ତ୍ତମାନ ସମୟରେ ସମଗ୍ର ମାନବସମାଜ ପାଇଁ ବିଶ୍ବତାପନ ଚିନ୍ତାର ବିଷୟ ପାଲଟିଛି। ଜଳବାୟୁରେ ପରିବର୍ତ୍ତନ ହେବା ସହ ଗ୍ରୀଷ୍ମ ପ୍ରବାହ ଓ ଅଦିନିଆ ବର୍ଷା ଲୋକଙ୍କ ଉପରେ ଦାଉ ସାଧୁଛି । ଏପରିକି ପୃଥିବୀର ମେରୁମଣ୍ଡଳରେ ଥିବା ବଡ ବଡ ବରଫଖଣ୍ଡ ‘ଗ୍ଲେସିୟର’ ତରଳିବାରେ ଲାଗିଛି । ଗ୍ରୀନ ହାଉସ ପ୍ରଭାବ ଯୋଗୁଁ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟୁଛି ତାହାର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ବେ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ ।

Intro:Body:

blank


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.