ETV Bharat / bharat

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରବେଶ: ଟି ଏସ୍ ତ୍ରିମୂର୍ତ୍ତୀ

author img

By

Published : Sep 19, 2020, 4:46 PM IST

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍ ତ୍ରିମୂର୍ତ୍ତୀ କହିଛନ୍ତି ଯେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଉଚ୍ଚ ପଦବୀରେ ପ୍ରବେଶ କରୁଛି । ମିଳିତ ଜାତିସଂଘର 75ତମ ବାର୍ଷିକୀ ଓ କୋଭିଡ ସଙ୍କଟ ଚାଲୁଥିବାରୁ ଆମକୁ ଏହି ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି ।

ଟି. ଏସ୍ ତ୍ରିମୂର୍ତ୍ତି
ଟି. ଏସ୍ ତ୍ରିମୂର୍ତ୍ତି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍ ତ୍ରିମୂର୍ତ୍ତୀ କହିଛନ୍ତି ଯେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ଉଚ୍ଚ ପଦବୀରେ ପ୍ରବେଶ କରୁଛି । ମିଳିତ ଜାତିସଂଘର 75ତମ ବାର୍ଷିକୀ ଓ କୋଭିଡ ସଙ୍କଟ ଚାଲୁଥିବାରୁ ଆମକୁ ଏହି ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି । ଭାରତ ନିକଟରେ ଜାତିସଂଘରେ ପ୍ରବେଶ କରିଥିବ ବେଳେ ଚୀନ କିନ୍ତୁ ଏଥିରେ ବିଫଳ ହୋଇଥିଲା । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି. ଏସ୍ ତ୍ରିମୂର୍ତ୍ତୀ କହିଛନ୍ତି ଯେ ଭାରତ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ECOSOC) ର ସଂଗଠନ ୟୁନାଇଟେଡ୍ ନେସନ୍ କମିଶନ ଅଫ୍ ଷ୍ଟେଟ୍ସ ଅଫ୍ ୱମେନ୍ (UNCSW) ର ସଦସ୍ୟ ଭାବରେ ନିର୍ବାଚିତ ହୋଇଛି ।

ଟି. ଏସ୍ ତ୍ରିମୂର୍ତ୍ତୀ ମିଳିତ ଜାତିସଂଘ ସାଧାରଣ ସଭାର 75 ତମ ଅଧିବେଶନର ସଭାପତି ଭୋଲକାନ୍ ବୋଜକିରଙ୍କୁ ଭେଟିଥିଲେ। ଦୁଇ ବରିଷ୍ଠ କୂଟନୀତିଜ୍ଞ ମିଳିତ ଜାତିସଂଘର ବର୍ତ୍ତମାନର ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ମିଳିତ ଜାତିସଂଘର ସାଧାରଣ ସଭାର ନୂତନ ସଭାପତି ରାଷ୍ଟ୍ରଦୂତ ଭୋଲକାନ୍ ବୋଜକିରଙ୍କୁ ଫୋନ୍ କରିବା ମୋର ସୌଭାଗ୍ୟର ବିଷୟ ବୋଲି ଟି ଏସ୍ ତ୍ରିମୂର୍ତ୍ତୀ ଟ୍ବିଟ କରି କହିଛନ୍ତି ।

ପ୍ରକାଶଥାଉକି, କୋରୋନା ମହାମାରୀ ସଙ୍କଟ ମଧ୍ୟରେ ମିଳିତ ଜାତିସଂଘ ସାଧାରଣ ସଭାର 75 ତମ ଅଧିବେଶନ 15 ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା । ମିଳିତ ଜାତିସଂଘର ସାଧାରଣ ସଭାର 75 ବର୍ଷର ଇତିହାସରେ ପ୍ରଥମ ଥର ଭର୍ଚୁଆଲ ଆକାରରେ ଏହାକୁ ପାଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.