ETV Bharat / bharat

ପଙ୍କଜାଙ୍କ ବଡ ବୟାନ, ଡିସେମ୍ବର 12ରେ ନେବି ଭବିଷ୍ୟତ ନିଷ୍ପତ୍ତି!

author img

By

Published : Dec 3, 2019, 8:52 PM IST

ଶିବସେନା କ୍ଷମତାକୁ ଆସିବା ପରେ ଦଳପ୍ରତି ଆକର୍ଷିତ ହେଉଛନ୍ତି କି କଠୋର ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ। କଣ କହୁଛନ୍ତି ପଙ୍କଜା ପଢନ୍ତୁ...

PHOTO
ପଙ୍କଜାଙ୍କ ବଡ ବୟାନ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି କ୍ଷମତାରୁ ଯାଉ ଯାଉ ଏବେ ଦେଖାଦେଇଛି ରାଜ୍ୟ ବିଜେପିରେ ଗୋଷ୍ଠୀ କନ୍ଦଳ । ଖୁବଶୀଘ୍ର ଦଳକୁ ଲାଗିପାରେ ଆଉ ଏକ ଶକ୍ତ ଝଟକା । ରାଜ୍ୟ ଶାଖାର ଚର୍ଚିତ ମହିଳା ଚେହେରା କୁହାଯାଉଥିବା ପଙ୍କଜା ମୁଣ୍ଡେ ଦଳ ଛାଡିବେ ବୋଲି ଏବେ ସବୁଠି ଚାଲିଛି ଚର୍ଚ୍ଚା । ଆଉ ଖୋଦ ପଙ୍କଜାଙ୍କ ଆଚରଣ ଓ ଉଚାରଣ ମଧ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।

ତେବେ ଏହି ସବୁ ଚର୍ଚ୍ଚାକୁ ନେଇ ସୋମବାର ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏହା ଏକ ଗୁଜବ ବୋଲି କହିଥିଲେ । ଏଥିରେ କୌଣସି ସତ୍ୟାସତ୍ୟ ନଥିବା ସେ କହିଛନ୍ତି ।


କିନ୍ତୁ ଆଜି ଖୋଦ ପଙ୍କଜା ମୁଣ୍ଡେ କହିଛନ୍ତି ସେ ଦଳର ଏକ ଶୃଙ୍ଖଳିତ ସଚ୍ଚୋଟ କାର୍ଯ୍ୟକର୍ତା । ଦଳ ପାଇଁ କାମ କରୁଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ସେ ବ୍ୟଥିତ। ଦଳ ଛାଡିବା ନଛାଡିବା ଉପରେ ସେ ଏବେ କିଛି କହିପାରିବେ ନାହିଁ । ଯାହା କିଛି କହିବେ ଡିସେମ୍ବର 12ରେ କହିବେ ବୋଲି ସ୍ପଷ୍ଟ କରିଛନ୍ତି । ରାଜନୈତିକ ପଣ୍ଡିତଙ୍କ ଆକଳନ ଅନୁସାରେ ପଙ୍କଜା ସେହିଦିନ ବିଜେପି ଛାଡି ଶିବସେନାରେ ଯୋଗଦେବେ । ଯଦି ଏହା ହୁଏ ଖାଲି ରାଜ୍ୟ ନୁହେଁ ସାରା ଦେଶରେ ବିଜେପି ପାଇଁ ଶକ୍ତ ଧକ୍କା ହେବାକୁ ଯାଉଛି।


ସୂଚନାଯୋଗ୍ୟଯେ ଡିସେମ୍ବର 12 ହେଉଛି ପଙ୍କଜା ମୁଣ୍ଡେଙ୍କ ବାପା ତଥା ଦିବଂଗତ ନେତା ଗୋପୀନୀଥ ମୁଣ୍ଡେଙ୍କ ଜନ୍ମଦିନ । ସେହିଦିନ ପଙ୍କଜା ନିଜ ସମର୍ଥକଙ୍କୁ ନେଇ ଏକ ବିରାଟ ସଭାର ଆୟୋଜନ କରିଛନ୍ତି । ସେହି ସଭାରେ ବୋଧହୁଏ ବିଜେପି ଛାଡିବା ଘୋଷଣା କରିପାରନ୍ତି ପଙ୍କଜା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.