ETV Bharat / bharat

ଖବରକାଗଜରୁ ଦିନ ଆରମ୍ଭ କରନ୍ତି ଗୁଗଲ ସିଇଓ

author img

By

Published : Jan 16, 2020, 9:40 AM IST

ଗୁଗୁଲ ସିଇଓ ସୁନ୍ଦର ପିଚାଇ । ନିକଟରେ ଏକ ସାକ୍ଷାତକାରରେ ସେ ଏପରି ଏକ ଖୁଲାସା କରିଥିଲେ ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିକ ପଢନ୍ତୁ...

ଖବରକାଗଜରୁ ଦିନ ଆରମ୍ଭ କରନ୍ତି ଗୁଗଲ ସିଇଓ
ଖବରକାଗଜରୁ ଦିନ ଆରମ୍ଭ କରନ୍ତି ଗୁଗଲ ସିଇଓ

ନ୍ୟୁୟର୍କ: ବିଶ୍ବର ସଫଳ ତଥା ଧନୀ ବ୍ୟକ୍ତିଙ୍କ କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ । ବିଭିନ୍ନ କ୍ଷେତ୍ରରେ ସଫଳ ଲୋକଙ୍କ ଜୀବନଶୈଳୀ ଜାଣିବାକୁ ଲୋକଙ୍କ ମନରେ ଉତ୍ସାହ ରହିଥାଏ । କାରଣ ଏଥିରୁ ପ୍ରେରଣାଦାୟୀ ବାର୍ତ୍ତା ମିଳିଥାଏ । ଏହାସହ ଲୋକଙ୍କ ମନରେ ଜାଣିବାକୁ ଇଚ୍ଛା ଥାଏ ଯେ ଜଣେ ସାଧାରଣ ଲୋକ ଓ ଧନୀ ଲୋକଙ୍କ ଜୀବନଚର୍ଯ୍ୟା ଭିତରେ କେତେ ଫରକ ରହିଥାଏ ।

ସେହିପରି ଜଣେ ବ୍ୟକ୍ତିତ୍ବ ହେଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ । ନିକଟରେ ଏକ ସାକ୍ଷାତକାରରେ ସେ ଏପରି ଏକ ଖୁଲାସା କରିଥିଲେ ଯାହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜିର ଡିଜିଟାଲ ଓ ଆଡଭାନ୍ସ ଯୁଗରେ ମଧ୍ୟ ବିଶ୍ବର ଟପ କମ୍ପାନୀର ସିଇଓ ଦୈନିକ ଖବରକାଗଜ ଉପରେ ନିର୍ଭର କରିଥାନ୍ତି । ଏହା ଶୁଣି ଆପଣ ଚକିତ ହେବେ ନିଶ୍ଚୟ କିନ୍ତୁ ଏହା ସତ । ସମସ୍ତେ ଏହା ଭାବୁଥିବେ ଯେ ବିଶ୍ବର ବୃହତ ଇଣ୍ଟରନେଟ ବ୍ରାଣ୍ଡର ମାଲିକ ନିଶ୍ଚୟ ଅନଲାଇନ ଉପରେ ନିର୍ଭରଶୀଳ ଥିବେ ।

ହେଲେ ପିଚାଇ ନିଜର ଦିନଚର୍ଯ୍ୟା ଏକ ଖବରକାଗଜରୁ ଆରମ୍ଭ କରିଥାନ୍ତି । ତାହା ପୁଣି କୌଣସି ଅନଲାଇନ ନୁହେଁ, ଏକ ପ୍ରିଣ୍ଟ କାଗଜରୁ । ସକାଳ ବ୍ରେକଫାଷ୍ଟ ପରେ ସେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପଢିଥାନ୍ତି । ତାଙ୍କ ଘରେ ଏହା ସବୁଦିନିଆ ଖବରକାଗଜ । ଜର୍ଣ୍ଣାଲ ନ ପଢିଲେ ସେ ଦିନ ଭଲ ଭାବେ ଆରମ୍ଭ କରିପାରନ୍ତି ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ଖବରକାଗଜ ପଢିବା ଦ୍ବାରା ଗୋଟିଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିଥାଏ । କୌଣସି ଘଟଣାର ଆମୂଳଚୂଳ ବିବରଣୀ ଲାଗି ଖବରକାଗଜ ଉତ୍ତମ ମାଧ୍ୟମ ।

ଆପଣମାନେ ଏହାକୁ ପୁରୁଣାକାଳିଆ ବିଶ୍ବାସ କହିପାରନ୍ତି କିନ୍ତୁ, ବୈଜ୍ଞାନିକମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଖବରକାଗଜରେ ଦିଆଯାଇଥିବା ତଥ୍ୟ ଆମ ମସ୍ତିଷ୍କରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ । ହେଲେ ଅନଲାଇନ ବା ସ୍କ୍ରିନରେ ପଢୁଥିବା ସୂଚନା କେବଳ ଅଳ୍ପ ସମୟ ଲାଗି ଆମ ମନରେ ରହିଥାଏ । ତେବେ ଅନଲାଇନ ପଢିବାକୁ ହେଲେ ପିଚାଇ ଦ ନ୍ୟୁୟର୍କ ଟାଇମ୍ସ ଆପ ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି ବୋଲି କହିଛନ୍ତି ।

ସାକ୍ଷାତକାରରେ ପିଚାଇ ଏହା ମଧ୍ୟ କହିଥିଲେ ଯେ ସକାଳ ଜଳଖିଆରେ ସେ ସବୁଦିନ କପେ ଚା’, ଟୋଷ୍ଟ ଓ ଅମଲେଟ ଖାଇଥାନ୍ତି । ସକାଳୁ ପ୍ରୋଟିନ ପାଇବା ପାଇଁ ଏହା ଯଥେଷ୍ଟ । ଏହାସହ ସେ ଅଳ୍ପ ସମୟ ବ୍ୟାୟାମ କରିଥାନ୍ତି କାରଣ ସନ୍ଧ୍ୟାରେ ସେ ଏହାକୁ ପ୍ରାଧାନ୍ୟ ଦିଅନ୍ତି ।

Intro:Body:

bgbn


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.