ETV Bharat / bharat

ଆସାମରେ 3.4 ତୀବ୍ରତାର ଭୂମିକମ୍ପ, 9 ଦିନରେ ତୃତୀୟ ଝଟକା

author img

By

Published : Jul 24, 2020, 4:00 PM IST

3.4 ତୀବ୍ରତାର ଭୂମିକମ୍ପରେ ଥରିଲା ଆସାମ । ତେଜପୁରର 58 କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ । ଅଧିକ ପଢନ୍ତୁ...

ଆସାମରେ 3.4 ତୀବ୍ରତାର ଭୂମିକମ୍ପ, 9 ଦିନରେ ତୃତୀୟ ଝଟକା
ଆସାମରେ 3.4 ତୀବ୍ରତାର ଭୂମିକମ୍ପ, 9 ଦିନରେ ତୃତୀୟ ଝଟକା

ଦିସପୁର: ଦେଶରେ କୋରୋନା ସଙ୍କଟ ମଧ୍ୟରେ ଭୂମିକମ୍ପର ଆତଙ୍କ । ପୁଣି 3.4 ତୀବ୍ରତାର ଭୂମିକମ୍ପରେ ଥରିଛି ଆସାମ । କାର୍ବିରେ ଏହି ଭୂମିକମ୍ପ ହୋଇଥିବା ସୂଚନା । ତେବେ ତେଜପୁରର 58 କିଲୋମିଟର ଦୂରରେ ଏହି ଭୂମିକମ୍ପର କେନ୍ଦ୍ର ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।

ଗତ 9 ଦିନ ମଧ୍ୟରେ ଆସାମରେ ଏହା ତୃତୀୟ ଭୂମିକମ୍ପ । ପୂର୍ବରୁ ଜୁଲାଇ 16ରେ 4.1 ଓ 2.6 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ସେପଟେ ଶୁକ୍ରବାର ମଧ୍ୟରାତ୍ରି ପ୍ରାୟ 12ଟା 26ରେ ମହାରାଷ୍ଟ୍ରର ପାଲଘରରେ ମୃଦୁ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.1 ରେକର୍ଡ କରାଯାଇଛି ।

ଅନ୍ୟପଟେ ସକାଳ 5ଟା 11ରେ ଜାମ୍ମୁ କାଶ୍ମୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.0 ରହିଥିଲା । ଏହା କେନ୍ଦ୍ରସ୍ଥଳ ଜାମ୍ମୁ କାଶ୍ମୀରର 89 କିଲୋମିଟର ପୂର୍ବ କାତ୍ରାରେ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.