ETV Bharat / bharat

ସୁନା ଚୋରା ଚାଲାଣ ବେଳେ 2 ଗିରଫ

author img

By

Published : Aug 14, 2020, 12:35 PM IST

ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଅବକାରୀ ବିଭାଗ ଅଧିକାରୀମାନେ ଶୁକ୍ରବାର ସୁନା ଚୋରାଚାଲାଣ କରୁଥିବା ବେଳେ 2 ଜଣଙ୍କୁ ଗିରଫ କରିଛନ୍ତି।

Delhi Customs seized gold
ସୁନା ଚୋରା ଚାଲାଣ ବେଳେ 2 ଗିରଫ

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ କରୁଥିବା ବେଳେ 2 ଗିରଫ । ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଅବକାରୀ ବିଭାଗ ଅଧିକାରୀମାନେ ଶୁକ୍ରବାର ସୁନା ଚୋରା ଚାଲାଣ କରୁଥିବା ବେଳେ 2 ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ 4ଟି ସୁନା ବିସ୍କୁଟ ଜବତ କରିଛନ୍ତି । ଯାହାର ଓଜନ 406 ଗ୍ରାମ।

ଅବକାରୀ ବିଭାଗ ମୁଖପାତ୍ରଙ୍କ ଅନୁଯାୟୀ, ଏକ ଗୁଇନ୍ଦା ସୁତ୍ରରୁ ଏହି ଦୁଇ ଯାତ୍ରୀଙ୍କ ସମ୍ପର୍କରେ ଅଧିକାରୀଙ୍କୁ ଏକ ସୂଚନା ମିଳିଥିଲା। ଏହାପରେ ଅଧିକାରୀ ମାନେ ଏହି ଦୁଇ ଯାତ୍ରୀଙ୍କ ଗ୍ରୀନ ଚ୍ୟାନେଲ ଅତିକ୍ରମକୁ ଅପେକ୍ଷା କରିଥିଲେ। ଦୁଇ ଯାତ୍ରୀ ଗ୍ରୀନ ଚ୍ୟାନେଲ ଅତିକ୍ରମ କରିବା ପରେ ଅଧିକାରୀ ମାନେ ସେମାନଙ୍କୁ ଗିରଫ କରିଥିଲେ ।

ସୁନା ଚୋରା ଚାଲାଣ ବେଳେ 2 ଗିରଫ

ଯାଞ୍ଚ ଦ୍ବାରା ସେମାନଙ୍କ ନିକଟରୁ 4 ଟି ସୁନା ବିସ୍କୁଟ ଜବତ କରାଯାଇଛି । ଯାହାର ମୂଲ୍ୟ 20 ଲକ୍ଷ 56 ହଜାର ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.