ETV Bharat / bharat

ଦିଲ୍ଲୀ ନିର୍ବାଚନ: 57ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି, କପିଲ ମିଶ୍ରଙ୍କୁ ମିଳିଲା ଟିକେଟ

author img

By

Published : Jan 17, 2020, 6:37 PM IST

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ 57 ଜଣ ପ୍ରାର୍ଥୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିକା ଜାରି । ପ୍ରାର୍ଥୀ ତାଲିକାରେ 4 ମହିଳାଙ୍କ ସମେତ 11 ଜଣ ଅନୁସୂଚିତ ଜାତିରୁ ସାମିଲ ଅଛନ୍ତି । କପିଲ ମିଶ୍ର ମଡେଲ ଟାଉନରୁ ନିର୍ବାଚନ ଲଢିବେ । ଅଧିକ ପଢନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି

ନୂଆଦିଲ୍ଲୀ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । 57 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ବିଜେପି ପକ୍ଷରୁ ଜାରି ପ୍ରାର୍ଥୀ ତାଲିକାରେ 4 ଜଣ ମହିଳାଙ୍କ ସମେତ 11 ଜଣ ଅନୁସୂଚିତି ଜାତିରୁ ସାମିଲ ଅଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 57 ଜଣ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଘୋଷଣା କରିଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ । ବାକି 13ଟି ଆସନ ଉପରେ ଶୀଘ୍ର ପ୍ରାର୍ଥୀ ଘୋଷଣା ହେବା ନେଇ ସୂଚନା ଦେଇଛନ୍ତି ମନୋଜ ।

ବିଜେପିର ପକ୍ଷରୁ ଜାରି ପ୍ରାର୍ଥୀ ତାଲିକା ଅନୁସାରେ ଆମ ଆଦମୀ ପାର୍ଟିରୁ ବହୁ ପୂର୍ବରୁ ଇସ୍ତଫା ଦେଇସାରିଥିବା କପିଲ ମିଶ୍ର ମଡେଲ ଟାଉନରୁ ନିର୍ବାଚନ ଲଢିବେ । ମଡେଲ ଟାଉନ ଆସନରେ କପିଲଙ୍କ ବିପକ୍ଷରେ ଅଛନ୍ତି ଆପ ପ୍ରାର୍ଥୀ ଅଖିଳେଶ ପତି ତ୍ରିପାଠୀ । ଅଖିଳେଶ ଏହି ଆସନରୁ 2 ଥର ନିର୍ବାଚନ ଜିତି ସାରିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ବିଜେପି ରବି ନେଗୀଙ୍କୁ ନିର୍ବାଚନ ମୈଦାନରେ ଛିଡା କରିଛି । କେଜ୍ରିଓ୍ବାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ବିରୋଧରେ ଶକୁର ବସ୍ତିରୁ ଡାକ୍ତର ଏସସି ବସ୍ତଙ୍କୁ ଟିକେଟ ଦେଇଛି ବିଜେପି । ଏହାସହ ରିଠିଲାରୁ ବିଜୟ ଚୌଧୁରୀ, ବବାନାରୁ ରବୀନ୍ଦ୍ର କୁମାର, ରୋହିଣୀରୁ ବିଜେନ୍ଦ୍ର ଗୁପ୍ତା ପ୍ରାର୍ଥୀ ରହିଛନ୍ତି ।

ଅନ୍ୟପକ୍ଷେ ବିଜେପିର ପ୍ରାର୍ଥୀ ତାଲିକାରେ 4 ମହିଳାଙ୍କ ନାଁ ରହିଛି । ଦଳ ସାଲିମାରବାଗରୁ ଶ୍ରୀମତି ରେଖାଗୁପ୍ତା, ବଲ୍ଲିମାରାନରୁ ଲତା ସୋଢୀ, ଗ୍ରେଟର କୈଳାଶରୁ ରେଖା ରାୟଙ୍କୁ ଟିକେଟ ଦେଇଛି ।

Intro:Body:

f


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.