ETV Bharat / bharat

କୋଭିଡ୍ ୟୁନିଟ ସଫଳତା, ଗ୍ରିଡ୍ ଫେଲୁୟର୍ ବିନା ଭାରତ ମାନିଲା 9 ପିଏମ୍-9ମିନିଟ୍ ଚ୍ୟାଲେଞ୍ଜ୍

author img

By

Published : Apr 7, 2020, 7:10 AM IST

ଗତକାଲି ସମଗ୍ର ଭାରତ ବର୍ଷରେ ସଫଳତାର ସହିତ 9 ପିଏମ୍-9ମିନିଟ୍ ଚ୍ୟାଲେଞ୍ଜ୍ ସଫଳ ହୋଇଛି ବୋଲି ବିଜେପି ଲିଡର୍ ଜ୍ୟୋତିର୍ ଆଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି ।

Covid unit success
କୋଭିଡ୍ ୟୁନିଟ ସଫଳତା, ଗ୍ରିଡ୍ ଫେଲୁୟର୍ ବିନା ଭାରତ ମାନିଲା 9 ପିଏମ୍-9ମିନିଟ୍ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସରକାରୀ ସ୍ତରରେ ବିଦ୍ୟୁତ୍ ବିଭାଗକୁ କୁହାଯାଇ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଭାରତବର୍ଷର କେଉଁଠି ବି ବିଦ୍ୟୁତ୍ ସଂଯୋଗ କଟାଯାଇ ନାହିଁ । ବାଧ୍ୟ ବି କରାଯାଇ ନାହିଁ । ହେଲେ ଗତକାଲି ସମଗ୍ର ଭାରତ ବର୍ଷରେ ସଫଳତାର ସହିତ 9 ପିଏମ୍-9ମିନିଟ୍ ଚ୍ୟାଲେଞ୍ଜ୍ ସଫଳ ହୋଇଛି ବୋଲି ବିଜେପି ଲିଡର୍ ଜ୍ୟୋତିର୍ ଆଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି ।

ତେଵେ ଯୋଜନା ଅନୁଯାୟୀ ଗତକାଲି ରାତି ୯ଟାରେ ଥର୍ମାଲ ବିଜୁଳି ଶକ୍ତି ସରବରାହକୁ କ୍ରମଶଃ ହ୍ରାସ କରିବା ସହ ଜଳ ବିଦ୍ୟୁତ ଶକ୍ତି ଓ ଗ୍ୟାସ ଷ୍ଟେସନ ଗୁଡ଼ିକରୁ ଅଧିକ ବିଜୁଳି ଛଡ଼ାଯାଇଥିଲା। ଏହା ଫଳରେ ବିଦ୍ୟୁତ୍ ବ୍ୟବହାରରେ ବ୍ୟାପକ ପରିମାଣର କମ ବେଶୀକୁ ନିୟନ୍ତ୍ରଣ କରାଯାଇ ଥିଲା । ଏହି ଆପାତକାଳୀନ ସ୍ଥିତିକୁ ‘ବ୍ଲାକ ଷ୍ଟାର୍ଟ ଫେସିଲିଟି’ କୁହାଯାଇଛି । ଏଥିପାଇଁ ଦେଶର ସବୁ ଗ୍ରୀଡ଼ କର୍ମଚାରୀମାନଙ୍କୁ ଡ୍ୟୁଟିରେ ରହିବା ସହିତ ନିଜର କର୍ତ୍ତବ୍ୟ ସଠିକ୍ ଭାବେ ସମ୍ପାଦନା କରିଥିଲେ ।

ବ୍ଲାକ ଷ୍ଟାର୍ଟ ଫେସିଲିଟିର ଅର୍ଥ ହେଉଛି ଆଞ୍ଚଳିକ ଲୋଡ଼ ଡେସପାଚିଙ୍ଗ ସେଣ୍ଟର ପକ୍ଷରୁ କୌଣସି ପ୍ରକାର ବଡ଼ ଧରଣର ବିଜୁଳି ବ୍ୟାଘାତକୁ ସମ୍ଭାଳିବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା। ଏହାକୁ ସଠିକ୍ ଭାବେ ପରିଚାଳନା କରାଯାଥିଲା । ତେଵେ ନିଜ ଘରର ଲାଇଟ୍‌ ସୁଇଚ୍‌ ବନ୍ଦ ରଖିବେ, ମେନ୍‌ ସୁଇଚ୍‌ ଆଦୌ ବନ୍ଦ କରିବେ ନାହିଁ ବୋଲି ଯେଉଁ ସୂଚନା ଦିଆଯାଇଥିଲା, ତାହାକୁ ଲୋକମାନେ ପାଳନ କରିଛନ୍ତି ।

ସୂଚନାଯୋଗ୍ୟ ଏହି କୋଭିଡ୍-19 ମହାମାରୀ ରୂପକ ଅନ୍ଧକାରଙ୍କୁ ଆଲୋକର ଉଜ୍ଜଳତା ହିଁ ହରାଇ ପାରିବ ବୋଲି ଭାରତବାସୀ ବିଶ୍ବାସ ରଖିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ରାତି ୯ଟାରେ ୯ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରି ଘରେ, ବାଲକୋନିରେ ବା ଛାତ ଉପରେ ଦୀପ, ମୋବାଇଲ ଫ୍ଲାସ୍‌ ଜାଳିବେ ଦେଶବାସୀଙ୍କୁ କହିଥିଲେ, ତାହା ଶାନ୍ତିପୂର୍ଣ ଭାବେ ସଫଳ ହୋଇଛି ବୋଲି ବିଜେପି ପକ୍ଷରୁ ଟ୍ୟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏହି ସମୟରେ ସମସ୍ତ ଷ୍ଟ୍ରିଟ୍‌ ଲାଇଟ୍‌, ଅଫିସ୍‌, ପୋଲିସ ଷ୍ଟେସନ୍‌ ଓ ହସ୍ପିଟାଲର ଲାଇଟ୍‌ ଅନ୍‌ ରହିଥିଲା । ଏନେଇ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରୀ ହୋଇଥିବା ନିୟମକୁ ଲୋକମାନେ ମାନିଥିବାର ନଜର୍ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.