ETV Bharat / bharat

ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ସୁଟର ଶ୍ରେୟସୀ

author img

By

Published : Oct 6, 2020, 10:01 PM IST

ବିହାର ବିଧାନସଭା ନିର୍ବାଚନ ପାଇଁ 27 ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ
ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ 27 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ନିକଟରେ ପଦ୍ମ ଧରିଥିବା ଷ୍ଟାର ସୁଟର ଶ୍ରେୟସୀ ସିଂଙ୍କୁ ଜମୁଇରୁ ଟିକଟ ଦେଇଛି ଦଳ ।

ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ
ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ କହଲଗାଁରୁ ପବନ ଯାଦବ, ବାଙ୍କାରୁ ରାମ ନାରାୟଣ ମଣ୍ଡଳ, ମୁଙ୍ଗେରରୁ ପବନ କୁମାର ଯାଦବ, ଲକ୍ଷ୍ମୀସରାୟରୁ ବିଜୟ କୁମାର ସିହ୍ନା ଶାହପୁରରୁ ମୁନ୍ନି ଦେବୀ, ଭଭୁଆରୁ ରିଙ୍କି ରାଣୀ ପାଣ୍ଡେ, ବରଶାଳୀଗଞ୍ଜରୁ ଅରୁଣା ଦେବୀ ଏବଂ କୋଟରିୟାରୁ ନିକ୍କି ହେମ୍ପ୍ରମଙ୍କ ନାଁ ଘୋଷଣା କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟ ଲିଷ୍ଟରେ 5 ଜଣ ମହିଳାଙ୍କ ନାଁ ସାମିଲ ଅଛି ।

ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ
ବିହାର ନିର୍ବାଚନ: ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ଜମୁଇରୁ ଲଢିବେ ଶ୍ରେୟସୀ

କିଛି ସମୟ ପୂର୍ବରୁ ଦଳ 121 ଆସନର ଲିଷ୍ଟ ଜାରି କରିଥିଲା । 243 ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଛି 121ଟି ଆସନ । ବିଜେପି ନିଜ ପକ୍ଷରୁ ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟିକୁ 9ଟି ଆସନ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.