ETV Bharat / bharat

'ଆର୍ଥିକ ମାନ୍ଦାବସ୍ଥା ପାଇଁ ଓଲା-ଉବର ଦାୟୀ'

author img

By

Published : Sep 11, 2019, 9:30 AM IST

ଅଟୋମୋବାଇଲ କ୍ଷେତ୍ରରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ  ବିଏସ-୬ ସଂସ୍କାର, ପଞ୍ଜୀକରଣ ଶୁଳ୍କ ବୃଦ୍ଧି ଏବଂ ନୂଆ ପୀଢିର ପିଲାମାନଙ୍କ ଚିନ୍ତାଧାରାକୁ ଦାୟୀ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦେଶରେ ଗୁରୁତର ସଙ୍କଟ ଦେଇ ଗତି କରୁଛି ଅଟୋମୋବାଇଲ ଶିଳ୍ପ । ଫଳରେ ମୋଟ ଗାଡି ବିକ୍ରି 21 ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଦେବେ ଅଟୋମୋବାଇଲ ଶିଳ୍ପରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଏକ ପ୍ରକାର ସ୍ବୀକାର କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏଥିପାଇଁ ସେ ଓଲା, ଉବରକୁ ଦାୟୀ କରିଛନ୍ତି ।

ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର 100 ବର୍ଷ ପୁର୍ତ୍ତି ଅବସରରେ ଚେନ୍ନାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ମାଳା ସୀତାରମଣ କହିଛନ୍ତି, ଅଟୋମୋବାଇଲ କ୍ଷେତ୍ରରେ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ପାଇଁ ବିଏସ-୬ ସଂସ୍କାର, ପଞ୍ଜୀକରଣ ଶୁଳ୍କ ବୃଦ୍ଧି ଏବଂ ନୂଆ ପୀଢିର ପିଲାମାନଙ୍କ ଚିନ୍ତାଧାରା ଦାୟୀ । ଆଜିକାଲିର ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ସେମାନେ କାର ବା ଗାଡି କିଣି ଇଏମଆଇ ବା ଋଣ ବାବଦ ମାସିକ କିସ୍ତି ଦେବା ବଦଳରେ ଓଲା, ଉବରର ସେବା ଏବଂ ମେଟ୍ରୋରେ ଯାତାୟତ କରିବାକୁ ପସନ୍ଦ କରୁଛନ୍ତି ବୋଲି ସେ ସୀତାରମଣ କହିଛନ୍ତି ।

ଏହା ସହିତ ଅଟୋମୋବାଇଲ ଶିଳ୍ପର ଦାବି ସରକାର ଶୁଣିବାକୁ ପ୍ରସ୍ତୁତ ଅଛନ୍ତି । ସରକାର ପ୍ରତ୍ୟକ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଅଟୋ ଶିଳ୍ପ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.