ETV Bharat / bharat

ଅରୁଣ ମିତ୍ତଲଙ୍କ ପଦଯାତ୍ରା, ଗ୍ଲୋବାଲ ଓ୍ବାର୍ମିଂ ସମ୍ପର୍କରେ କରୁଛନ୍ତି ସଚେତନ

author img

By

Published : Oct 7, 2019, 10:49 AM IST

ଗ୍ଲୋବାଲ ଓ୍ବାର୍ମିଂ ସମ୍ପର୍କରେ ସଚେତନ କରାଇବା ପାଇଁ ଯୁବ ଇଞ୍ଜିନିୟରଙ୍କ ପଦଯାତ୍ରା। ଆଉ ଏହି ପଦଯାତ୍ରାରେ ବାହାରିଛନ୍ତି ହରିଆଣାର 25 ବର୍ଷିୟ ଅରୁଣ ମିତ୍ତଲ । ଜମ୍ମୁ କାଶ୍ମୀରରୁ ଯାତ୍ରା ଆରମ୍ଭ କରିଥିବା ଅରୁଣ ରବିବାର ସିମଲାରେ ପହଞ୍ଚିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସିମଲା: ପେସାରେ ଇଞ୍ଜିନିୟର, ହେଲେ ମନରେ ଦେଶ ସେବାର ନିଶା । ସେଥିପାଇଁ ମୋଟାଙ୍କର ଦରମା ଓ ଚାକିରି ଛାଡ଼ି ଏବେ ପାଦରେ ଚାଲି ଚାଲି ଗ୍ଲୋବାଲ ଓ୍ବାର୍ମିଂ ବିଷୟରେ ସଚେତନ କରାଉଛନ୍ତି ହରିଆଣା ଫରିଦାବାଦ ଜିଲ୍ଲାର 25 ବର୍ଷିୟ ଅରୁଣ ମିତ୍ତଲ।

ସେ ଦେଶବ୍ୟାପୀ ପାଖାପାଖି 13 ହଜାର କିଲୋମିଟର ରାସ୍ତା ପାଦରେ ଅତିକ୍ରମ କରି ଲୋକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଜମ୍ମୁ କାଶ୍ମୀରରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଗତ ସେପ୍ଟେମ୍ବର ମାସ 13 ତାରିଖରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲେ । ଏହା ମଧ୍ୟରେ ସେ 4 ଶହ କିଲୋମିଟର ରାସ୍ତା ଅତିକ୍ରମ କରିସାରିଲେଣି । ସେ ରବିବାର ସିମଲାରେ ପହଞ୍ଚିଛନ୍ତି।

ସେଠାରେ ପହଞ୍ଚିବା ପରେ ସେ ଲୋକଙ୍କୁ ‘ସେଭ ଦ ପ୍ଲାନେଟ ଆର୍ଥ’ ଏବଂ ଗ୍ଲୋବାଲ ଓ୍ବାର୍ମି ବାବଦରେ ସଚେତନ କରାଉଥିବା ଦେଖିବାକୁ ମିଳିଛି । ଏପରିକି ଲୋକଙ୍କୁ ମିଳିମିଶି ରହିବାକୁ ଉପଦେଶ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କର କହିବା କଥା ଗ୍ଲୋବାଲ ଓ୍ବାର୍ମିଂ ଭବିଷ୍ୟତରେ ଏକ ବଡ଼ ସମସ୍ୟା ଭାବେ ଉଭା ହେବାକୁ ଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରିବେଶ ପ୍ରଦୂଷଣ ଓ ପାଣିପାଗରେ ବ୍ୟାପକ ଭାବେ ପରିବର୍ତ୍ତନ ଆସିବାରେ ଲାଗିଛି। ଏହାର ସମାଧାନ ପାଇଁ କେବଳ ସରକାର ନୁହଁନ୍ତି, ବରଂ ସମସ୍ତେ ଆଗକୁ ଆସିବାତ ଆବଶ୍ୟକତା ରହିଛି। ଅରୁଣ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଏହି ଯାତ୍ରା 13 ହଜାର କିଲୋମିଟର ପର୍ଯ୍ୟନ୍ତ ଜାରି ରହିବ ଏବଂ ଦିଲ୍ଲୀରେ ଶେଷ ହେବ।

ତେବେ ତାଙ୍କୁ ଏହି ଯାତ୍ରା ପୁରା କରିବା ପାଇଁ ପାଖାପାଖି ଦେଢ ବର୍ଷ ସମୟ ଲାଗିଯିବ। ଏହି ଯାତ୍ରା ସମୟରେ ସେ ବିଭିନ୍ନ ସହରର ଲୋକଙ୍କ ନିକଟକୁ ଯାଇ ଗ୍ଲୋବାଲ ଓ୍ବାର୍ମିଂ ସମ୍ପର୍କରେ ସୂଚନା ଦେବା ସହିତ ସଚେତନ କରାଇବେ ବୋଲି ଜଣାଇଛନ୍ତି । ଏହା ସହିତ ସେ ବିଭିନ୍ନ ରାଜ୍ୟର ରାଜଧାନୀକୁ ମଧ୍ୟ ଯାତ୍ରା କରିବେ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ଯାତ୍ରା କରିଥିବା ସହରର ଲୋକଙ୍କ ଠାରୁ ଢେର ସମର୍ଥନ ଓ ସହଯୋଗ ପାଇଥିବା ସେ କହିଛନ୍ତି । ରବିବାର ସେ ସିମଲାରୁ ଚଣ୍ଡିଗଡକୁ ଯାତ୍ରା ଆରମ୍ଭ କରିଛନ୍ତି।

Intro:Body:

PRABHU


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.