ETV Bharat / bharat

ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ

author img

By

Published : Oct 25, 2020, 7:55 PM IST

ତାପମାତ୍ରା ବୃଦ୍ଧି ଯୋଗୁଁ ବଢ଼ୁଛି ସମୁଦ୍ର ପତ୍ତନ। ଫଳରେ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ବିପଦ ଦେଖାଦେଇଛି। ଇଉରୋପୀୟ ମହାକାଶ ଗବେଷଣା କେନ୍ଦ୍ର ସମୁଦ୍ର ପତ୍ତନ ବୃଦ୍ଧି ପାଉଥିବା ସୂଚନା ମିଳିଛି। ଅଧିକ ପଢ଼ନ୍ତୁ...

ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ
ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ

ନୂଆଦିଲ୍ଲୀ: ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତ୍ତନ ବଢ଼ିବାରେ ଲାଗିଛି। ଫଳରେ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇବା ନେଇ ଏକ ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ସାଟେଲାଇଟ ଚିତ୍ର ଆସିଛି। ଏନେଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଇଉରୋପୀୟ ମହାକାଶ ଗବେଷଣା କେନ୍ଦ୍ର ସମୁଦ୍ର ପତ୍ତନ ବୃଦ୍ଧି ପାରୁଥିବାର ଏକ ସାଟେଲାଇଟ ଚିତ୍ର ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛି। ଏଥିରେ ଭାରତର ଉପକୂଳବର୍ତ୍ତୀ ଇଲାକାରେ ବସବାସ କରୁଥିବା ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମୁଦ୍ର ପତ୍ତନ ବୃଦ୍ଧି ପାଉଥିବାରୁ ଏହି ଅଞ୍ଚଳର ଲୋକଙ୍କୁ ଅସୁରକ୍ଷିତ ଦର୍ଶାଇଛି ମହାକାଶ ଗବେଷଣା କେନ୍ଦ୍ର।

ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ
ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ

ତେବେ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ଫୋଟ ସେୟାର କରାଯିବା ପରେ ପୃଥବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏନେଇ ଲୋକଙ୍କୁ ସଜାଗ କରାଯାଇଛି। ସମୁଦ୍ର ପୃଷ୍ଠର ଉଚ୍ଚତା ପରିବର୍ତ୍ତନ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଏବେ ବାସହରା ହେବା ଆଶଙ୍କା ଦେଖା ଦେଇଛି। ତେବେ ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ମୂଳ କାରଣ ଗ୍ଲୋବାଲ ୱାର୍ମିଂ ବୋଲି ସୂଚନା ଦେଇଛନ୍ତି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜିବନ।

ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ
ଉପକୂଳିଆ ଅଞ୍ଚଳବାସୀଙ୍କୁ ସତର୍କତା, ବଢ଼ୁଛି ସମୁଦ୍ର ପତ୍ତନ

ଇଉରୋପୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 1993 ମସିହାରୁ ସମୁଦ୍ର ପତ୍ତନ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ଏହା ହାରାହାରୀ 3 ମିଲିମିଟର ବୃଦ୍ଧି ପାଇ ଆସୁଛି। ତେବେ ଗତ 2ରୁ 3 ବର୍ଷ ମଧ୍ୟରେ ସମୁଦ୍ର ପତ୍ତନ 3 ମିଲିମିଟରରୁ ଅଧିକ ବଢ଼ିଥିବା ଦେଖାଯାଉଛି।

ଗ୍ଲୋବାଲ ୱାର୍ମିଂ ଯୋଗୁଁ ପୃଥିବୀରେ ପାଣିପାଗରେ ଅହେତୁକ ପରିବର୍ତ୍ତନ ଦେଖା ଦେଉଛି। ଏହାସହ ଗ୍ରୀନ ହାଉସ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୃଥିବୀରେ ଥିବା ପୋଲାର ଜୋନରୁ ଗ୍ଲେସିୟର ତରଳିବାରେ ଲାଗିଛି। ଏହି ଗ୍ଲେସିୟର ତରଳିବା ଯୋଗୁଁ ସମୁଦ୍ର ପତ୍ତନ ବୃ୍ଦ୍ଧି ପାଇବାରେ ଲାଗିଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.