ETV Bharat / bharat

ଭରତ ଯୋଡା ଯାତ୍ରା କଂଗ୍ରେସକୁ ଅମ୍ଳଜାନ ଯୋଗାଇବ: ଜୟରାମ ରମେଶ

author img

By

Published : Sep 25, 2022, 5:34 PM IST

'ଭାରତ ଯୋଡ ଯାତ୍ରା' କଂଗ୍ରେସକୁ ଅମ୍ଳଜାନ ଯୋଗାଇବ ବୋଲି କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ । ଅଧିକ ପଢନ୍ତୁ

ଭରତ ଯୋଡା ଯାତ୍ରା କଂଗ୍ରେସକୁ ଅମ୍ଳଜାନ ଯୋଗାଇବ: ଜୟରାମ ରମେଶ
ଭରତ ଯୋଡା ଯାତ୍ରା କଂଗ୍ରେସକୁ ଅମ୍ଳଜାନ ଯୋଗାଇବ: ଜୟରାମ ରମେଶ

ଗାନ୍ଧୀନଗର: କଂଗ୍ରେସର ଭାରତ ଯୋଡ ଯାତ୍ରା । କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ କଂଗ୍ରେସ ଆରମ୍ଭ କରିଛି 'ଭାରତ ଯୋଡ ଯାତ୍ରା'(Bharat Jodo Yatra)। ଯାହା କଂଗ୍ରେସ ଦଳକୁ ଅମ୍ଳଜାନ ଯୋଗାଇବ ବୋଲି କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ (Congress General Secretary Jairam Ramesh) । ଏହି ସମୟରେ ବିଜେପିକୁ ଟାର୍ଗେଟ କରି ଜୟରାମ କହିଛନ୍ତି, ଯେଉଁମାନେ ଭାରତ ଛଡା ଆନ୍ଦୋଳନରେ ଭାଗ ନେଇ ନାହାନ୍ତି ସେମାନେ ବର୍ତ୍ତମାନ ଭାରତ ଯୋଡ ଆନ୍ଦୋଳନକୁ ସମାଲୋଚନା କରୁଛନ୍ତି ।

ତେବେ ଗୁଜୁରାଟରେ ଭାରତ ଯୋଡ ଯାତ୍ରା ନହେବାକୁ ନେଇ ଜୟରାମ ରମେଶ କହିଛନ୍ତି ଯେ, ''ଗୁଜୁରାଟର ଅନେକ ରୁଟ ବିଷୟରେ ଏହି ଯାତ୍ରା ପାଇଁ ଆଲୋଚନା କରାଯାଇଥିଲା, କିନ୍ତୁ କେତେକ ମାର୍ଗରେ ଯାତ୍ରୀମାନଙ୍କୁ ଡଙ୍ଗା କିମ୍ବା ଟ୍ରେନ୍ ବ୍ୟବହାର କରି ନଦୀ ପାର ହେବାକୁ ପଡ଼ିବ । ତେଣୁ ପାର୍ଟି କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଏକ ସିଧା ରାସ୍ତା ବାଛିଛି ।''

ଏହା ମଧ୍ୟ ପଢନ୍ତୁ-ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଆର୍ୟଦାନ ମହମ୍ମଦ

ଭାରତ ଯୋଡୋ ଯାତ୍ରା ଚଳିତ ମାସ 7 ତାରିଖରେ ଭାରତର ଶେଷପ୍ରାନ୍ତ କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ତାମିଲନାଡୁ ପରିକ୍ରମା ସାରିବା ପରେ ଦ୍ବିତୀୟ ରାଜ୍ୟ ଭାବେ କେରଳରେ ଯାତ୍ରା ଜାରି ରହିଛି । 29 ରେ ଏହି ଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିବ । ସେଠାରେ 21 ଦିନ ଧରି ପ୍ରତ୍ୟେକ ଦିନ 25 କିଲୋମିଟର ଅତିକ୍ରମ କରିବ । 150 ଦିନ ବ୍ୟାପି ହେବାକୁ ଥିବା ଏହି ଯାତ୍ରାରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବା ପରେ ଯାତ୍ରା ସମାପ୍ତ ହେବ ।

ପ୍ରଥମ ଦିନରୁ ବିବାଦ ଓ ଚର୍ଚ୍ଚାରେ ରହିଆସିଛି ଏହି ଯାତ୍ରା । କେତେବେଳେ ରାହୁଲ ଗାନ୍ଧୀ ଓ ଫାଦରଙ୍କ ସାକ୍ଷାତକାର ତ କେବେ ରାହୁଲ ପିନ୍ଧିଥିବା ଦାମି ଟି-ସାର୍ଟ ନେଇ ରାହୁଲଙ୍କୁ ସମାଲୋଚନା କରିଛି ବିଜେପି । ଆସନ୍ତା 5 ମାସ ମଧ୍ୟରେ 12ଟି ରାଜ୍ୟରେ ଏହି ଯାତ୍ରା ଶେଷ କରିବ କଂଗ୍ରେସ । ସେହିପରି ଅକ୍ଟୋବର ୩୧ ତାରିଖ ଠାରୁ ଓଡିଶାରେ ଆରମ୍ଭ ହେବ ଭାରତ ଯୋଡ଼ ପଦ ଯାତ୍ରା (Bharat Jodo Yatra in Odisha) । ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ (IG Park)ରୁ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ରହିଛି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡା ଯାତ୍ରା ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ହୋଇଛି, ବିଦେଶର ସେଲିବ୍ରେଟି ମଧ୍ୟ ଏହି ଯାତ୍ରାକୁ ସମର୍ଥନ କରୁଛନ୍ତି, ନିକଟରେ ପ୍ୟାରିସର ଜଣେ ହଲିଉଡ ଅଭିନେତା ଜନ କ୍ୟୁସକ ଏହାକୁ ପ୍ରଶଂସା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.