ETV Bharat / bharat

Women's reservation bill: କାହିଁକି AAP କହିଲା ମହିଳାଙ୍କୁ ବୋକା ବନାଇବାକୁ ଉଦ୍ୟମ ?

author img

By ETV Bharat Odisha Team

Published : Sep 19, 2023, 10:20 PM IST

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଆପତ୍ତି ଦର୍ଶାଇଲା ଆମ ଆଦମୀ ପାର୍ଟି । 2024 ନିର୍ବାଚନରେ ମିଳବନି କୌଣସି ସଂରକ୍ଷଣ । କେବଳ ମହିଳାଙ୍କୁ ବୋକା ବନାଇବାକୁ ପ୍ରୟାସ କହିଲେ ରାଘବ ଚଢା । ଅଧିକ ପଢନ୍ତୁ

Women's reservation bill: ଆପତ୍ତି ଦର୍ଶାଇଲା AAP, କହିଲା ମହିଳାଙ୍କୁ ବୋକା ବନାଇବା ଉଦ୍ୟମ
Women's reservation bill: ଆପତ୍ତି ଦର୍ଶାଇଲା AAP, କହିଲା ମହିଳାଙ୍କୁ ବୋକା ବନାଇବା ଉଦ୍ୟମ

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ଚଳିତ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ବିଧେୟକ ‘ମହିଳା ସଂରକ୍ଷଣ ବିଲ୍’ । ଏହାକୁ ବିଜେପି ଐତିହାସିକ ବିଲ୍‌ ବୋଲି କହିଛି । ଅନ୍ୟ କିଛି ଅଣ-ଏନଡିଏ ଦଳ ମଧ୍ୟ ବିଲ୍‌କୁ ସ୍ବାଗତ କରିଛନ୍ତି । ତେବେ ଏହାକୁ ନେଇ ଆପତ୍ତି ଦର୍ଶାଇଛି ଆମ ଆଦମୀ ପାର୍ଟି । ଏହାକୁ କେବଳ ମହିଳାଙ୍କୁ ବୋକା ବନାଇବାର ପ୍ରୟାସ ବୋଲି କହିଛି ଦଳ । ଦଳର ରାଜ୍ୟସଭା ସଦସ୍ୟ ରାଘବ ଚଢା କହିଛନ୍ତି, ସେମାନେ ମହିଳା ସଂରକ୍ଷଣ ଆଣିବେ, କିନ୍ତୁ ତାରିଖ ସମ୍ପର୍କରେ କହିବେ ନାହିଁ । ସଂସଦରେ ଉପସ୍ଥାପିତ ହୋଇଥିବା ଏହି ବିଲରେ ଉଲ୍ଲେଖ କରାଯାଇଥିବା ସର୍ତ୍ତଗୁଡିକ ଦର୍ଶାଉଛି ଯେ, 2024 ସାଧାରଣ ନିର୍ବାଚନରେ ଏହାର କୌଣସି କାର୍ଯ୍ୟକାରିତା ନାହିଁ । ଚଳିତ ନିର୍ବାଚନରେ ମହିଳା ସଂରକ୍ଷଣ ପାଇବେ ନାହିଁ ବୋଲି ରାଘବ କହିଥିଲେ । ଏହା ସହ ବିନା ବିଳମ୍ବରେ ମହିଳା ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି AAP ଦାବି କରିଛି ।

  • महिला आरक्षण लाएंगे पर तारीख नहीं बताएंगे....

    As per Clause 5 of the #WomenReservationBill, the reservation will kick in only AFTER a delimitation exercise and a fresh census - post the Constitution (One Hundred and Twenty Eighth Amendment) Act, 2023.

    Does this imply:

    1⃣ No… pic.twitter.com/B7diAtif9n

    — Raghav Chadha (@raghav_chadha) September 19, 2023 " class="align-text-top noRightClick twitterSection" data=" ">

ଦଳର ଯୁବ ନେତା ତଥା ସଂସାଦ ରାଘବ କହିଛନ୍ତି, ‘‘ଆଗତ ହୋଇଥିବା ଏହି ମହିଳା ସଂରକ୍ଷଣ ବିଲର ଖଣ୍ଡ-5 ଅନୁଯାୟୀ ସଂରକ୍ଷଣ କେବଳ ନୂତନ ଜନଗଣନା ରିପୋର୍ଟ ଓ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପରେ ହିଁ କାର୍ଯ୍ୟକାରୀ ହେବାରେ ସକ୍ଷମ ହେବ । ଏହାର ଅର୍ଥ ହେଉଛି 2024 ସାଧାରଣ ନିର୍ବାଚନ ପାଇଁ କୌଣସି ମହିଳା ସଂରକ୍ଷଣ ପାଇବାକୁ ଯାଉନାହାନ୍ତି । ଏବେ ବିଲ୍‌ ପାରିତ ହେଲେ ସୁଦ୍ଧା ମହିଳା ସଂରକ୍ଷଣ ପାଇଁ ଏକ ନୂତନ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପର୍ଯ୍ୟନ୍ତ ପାଇଁ ଅପେକ୍ଷା କରିବାକୁ ପଡିବ ।’’

ଆମ ଆଦମୀ ପାର୍ଟି ଏହାକୁ ମହିଳାଙ୍କୁ ବୋକା ବନାଯିବାକୁ ଥିବା ବିଲ୍‌ ବୋଲି କହିଛି । ଦଳ ଏହି ବଳମ୍ବିତ ପ୍ରକ୍ରିୟାକୁ ବିରୋଧ କରିବା ସହ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି । ବିଲ୍‌ର ସର୍ତ୍ତାବଳୀରେ ସଂଶୋଧନ କରି ଏହାକୁ ଚଳିତ (2024) ସାଧାରଣ ନିର୍ବାଚନ ପୂର୍ବରୁ ତୁରନ୍ତ ଲାଗୁ କରିବା ପାଇଁ ଆମ ଆଦମୀ ପାର୍ଟି ଦାବି ମଧ୍ୟ କରିଛି ।

ଏହା ମଧ୍ୟ ପଢନ୍ତୁ :- ପାରିତ ହେଲେ ସୁଦ୍ଧା 2029 ପୂର୍ବରୁ ଲାଗୁ ହେବନି ମହିଳା ସଂରକ୍ଷଣ ବିଲ୍‌ ! ଜାଣନ୍ତୁ କାହିଁକି

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରଥମ ଥର ପାଇଁ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଉପରେ ବିଚାର ଆରମ୍ଭ କରିଥିଲେ । 1989 ମସିହାରେ ମହିଳାଙ୍କୁ ପଞ୍ଚାୟତରାଜ ଏବଂ ସମସ୍ତ ପୌରସଂସ୍ଥା ନିର୍ବାଚନରେ ମୋଟ ଆସନ ସଂଖ୍ୟାର ଏକ-ତୃତୀୟାଂଶ ସଂରକ୍ଷଣ ଯୋଗାଇବା ପାଇଁ ଏକ ସାମ୍ବିଧାନ ସଂଶୋଧନ ବିଲ୍ ସଂସଦରେ ଆଗତ କରାଯାଇଥିଲା । ତେବେ ସେହି ବିଲ୍ ଉଚ୍ଚସଦନରେ ରାଜ୍ୟସଭାରେ ପାରିତ ହୋଇପାରିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.